Advertisment

୨୦୨୯ରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ! ସମ୍ବିଧାନରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କମିଟି ତା’ର ରିପୋର୍ଟ ଦେଇଛି। ଏଥିରେ ସମ୍ବିଧାନକୁ ସଂଶୋଧନ କରିବାକୁ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ଲୋକସଭା, ବିଧାନସଭା ଓ ସ୍ଥାନୀୟ ପୌର ନିର୍ବାଚନ ଗୁଡ଼ିକ ୨୦୨୯ରେ ଏକାଠି ହୋଇପାରିବ।

author-image
Hemant Lenka
Election

Election

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ନିଶ୍ଚିତ ଭାବେ ନିର୍ବାଚନ ପ୍ରକ୍ରିୟାର ମୌଳିକ ଢାଞ୍ଚାରେ ପରିବର୍ତ୍ତନ ଆଣିବ। ସରକାରଙ୍କ ନୀତିରେ ସକାରାମତ୍କ ପରିବର୍ତ୍ତନ ହେବ। ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ ୱାନ ନେସନ, ୱାନ ଇଲେକ୍ସନ କମିଟି ଦେଇଥିବା ୧୮ ହଜାର ପୃଷ୍ଠା ବିଶଷ୍ଟ ରିପୋର୍ଟରେ ଏପରି କୁହାଯାଇଛି।

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କମିଟି ତା’ର ରିପୋର୍ଟ ଦେଇଛି। ଏଥିରେ ସମ୍ବିଧାନକୁ ସଂଶୋଧନ କରିବାକୁ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ଲୋକସଭା, ବିଧାନସଭା ଓ ସ୍ଥାନୀୟ ପୌର ନିର୍ବାଚନ ଗୁଡ଼ିକ ୨୦୨୯ରେ ଏକାଠି ହୋଇପାରିବ।

ବିଭିନ୍ନ ରାଜନୀତିକ ଦଳ, ବିଶେଷଜ୍ଞ ଓ ଅନ୍ୟ ଅଂଶିଦାରଙ୍କ ମତାମତକୁ ଯାଞ୍ଚ କରି ସର୍ବସମ୍ମତିକ୍ରମେ ଦେଶରେ ଏକକ ନିର୍ବାଚନ ହେବା ସପକ୍ଷରେ କମିଟି କହିଛି। ଏଥିପାଇଁ କେନ୍ଦ୍ର ସରକାର ଏମିତି ଏକ ଆଇନଗତ ବ୍ୟବସ୍ଥା ଆପଣାନ୍ତୁ, ଯାହା ଦ୍ୱାରା ଏକକ ନିର୍ବାଚନର ପ୍ରକ୍ରିୟା ବିନା ବାଧାରେ ନିୟମିତ ଚାଲିପାରିବ।

Advertisment

ଏକକ ନିର୍ବାଚନ ସହ ଜଡ଼ିତ ସାମ୍ବିଧାନିକ ଓ ଆଇନଗତ ପ୍ରସଙ୍ଗକୁ ଯାଞ୍ଚ କରିବା ପରେ କୋବିନ୍ଦଙ୍କ ନେତୃତ୍ୱାଧୀନ କମିଠି ପ୍ରସ୍ତାବ ଦେଇଛି ଯେ ନିୟମିତ ଭାବେ ଏକକ ନିର୍ବାଚନକୁ ଜାରି ରଖିବା ପାଇଁ ଗୋଟିଏ ଆଇନଗତ ବ୍ୟବସ୍ଥା କାରାଯାଉ। ଲୋକସଭା, ବିଧାନସଭା ଓ ସ୍ଥାନୀୟ ପୌର ନିର୍ବାଚନକୁ ୨୦୨୯ରେ ଏକାଠି କରିବା ପାଇଁ ସାମ୍ବିଧାନିକ ସଂଶୋଧନ ଆବଶ୍ୟକ।

ବିଭିନ୍ନ ସମୟରେ ନିର୍ବାଚନ ଯୋଗୁ ଆଚରଣ ବିଧି ଲାଗୁ ହେଉଛି। ଏହାଦ୍ୱାରା ସରକାରଙ୍କ ନୀତି ଓ ଯୋଜନା ଅଟକି ଯାଉଛି। ଅର୍ଥନୀତିକ ଅଭିବୃଦ୍ଧି ଉପରେ ଏହାର ନାକାରାତ୍ମକ ପ୍ରଭାବ ପଢ଼ୁଛି। ଏକକ ନିର୍ବାଚନ ଦ୍ୱାରା ଏହାକୁ ବିଲୋପ କରାଯାଇ ପାରିବ।

କମିଟି କହିଛି ଯେ ପ୍ରଥମ ପଦକ୍ଷେପ ସ୍ୱରୂପ ପ୍ରଥମେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି କରାଯାଉ। ଏହାପରେ ପୌରପାଳିକା ଓ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉ। ଲୋକସଭା ଓ ବିଧାନସଭା ନିର୍ବାଚନର ୧୦୦ ଦିନ ମଧ୍ୟରେ ସ୍ଥାନୀୟ ନିର୍ବାଚନ ହେବା ଭଲ।

ବିଭିନ୍ନ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ୫ ବର୍ଷ ମଧ୍ୟରେ ୩ଟି ପର୍ଯ୍ୟାୟରେ ଆଡଜଷ୍ଟ କରାଯାଉ। ଝୁଲା କିମ୍ବା ଅନାସ୍ଥା ପ୍ରସ୍ତାବ ଭଳି ଘଟଣାରେ ପୁନଃ ନିର୍ବାଚନ ହୋଇପାରିବ। କିନ୍ତୁ ଉକ୍ତ ସରକାର କେବଳ ୫ ବର୍ଷରୁ ବଳିଥିବା ସମୟସୀମା ଯାଏ ହିଁ କାର୍ଯ୍ୟ କରିବ। କମିଟି ପକ୍ଷରୁ ଏକକ ଭୋଟର ପରିଚୟପତ୍ରର ପ୍ରସ୍ତାବ ମଧ୍ୟ ଦିଆଯାଇଛି।

One Nation One Election Ram Nath Kovind One Nation One Poll