Advertisment

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ର ଆଜି ବସିବ ପ୍ରଥମ ବୈଠକ

ଗୋଟିଏ ଥରରେ ଲୋକସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନ କରାଇବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର। ଏହାକୁ କେମିତି କାର୍ଯ୍ୟକାରୀ କରାଯିବ, ସେ ଦିଗରେ ବିଚାର କରିବାକୁ ଏହି ବୈଠକରେ ହେବ ଆଲୋଚନା ।

Ramnath Kovind

Ramnath Kovind

Advertisment

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ର ଆଜି ବସିବ ପ୍ରଥମ ବୈଠକା ସାରା ଦେଶରେ ଏକକ ନିର୍ବାଚନ କରିବାକୁ ନେଇ ଆଜି ବିଧିବଦ୍ଧ ଭାବେ ପ୍ରଥମ ବୈଠକ ବସିବ । ପୂର୍ବତନ ରାଷ୍ଟ୍ରପତି ତଥା ଏକକ ନିର୍ବାଚନ ପାଇଁ ଗଠନ ହୋଇଥିବା କମିଟିର ଅଧ୍ୟକ୍ଷ ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ଆଲୋଚନା ହେବ ।

Advertisment

ଗୋଟିଏ ଥରରେ ଲୋକସଭା ଓ ସବୁ ରାଜ୍ୟର ବିଧାନସଭା ନିର୍ବାଚନ କରାଇବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର। ଏହାକୁ କେମିତି କାର୍ଯ୍ୟକାରୀ କରାଯିବ, ସେ ଦିଗରେ ବିଚାର କରିବାକୁ ଏହି ବୈଠକରେ ହେବ ଆଲୋଚନା ।

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପାଇଁ କେନ୍ଦ୍ର ସରକାର ୮ ଜଣିଆ କମିଟି ଗଠନ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କମିଟିର ଅଧ୍ୟକ୍ଷ, ଗୃହ ମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ଅଧୀର ଚୌଧୁରୀ, ଗୁଲାମନବୀ ଆଜାଦ, ଏନ୍ କେ ସିଂହ, ସୁଭାଷ କାଶ୍ୟପ, ହରିଶ ସାଲଭେ ଏବଂ ସଂଜୟ କୋଠାରୀ ସଦସ୍ୟ ରହିଛନ୍ତି।

Advertisment

ସେହିପରି ଆଇନ ମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ କମିଟିର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ, କେନ୍ଦ୍ର ଆଇନ ବ୍ୟାପାର ସଚିବ ନିତେନ ଚନ୍ଦ୍ର କମିଟିର ସଚିବ ନିଯୁକ୍ତ ହୋଇଛନ୍ତି।

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ର ଅର୍ଥ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହେବ। ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଅନେକ ସମୟରେ ଏହି ବିଷୟରେ କୁହାଯାଇଛି। ୨୦୧୪ ଲୋକସଭା ନିର୍ବାଚନ ବେଳେ ଏହା ବିଜେପିର ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଥିଲା।

ଆମ ଦେଶରେ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକାବେଳେ ହେବା କିଛି ନୂଆ କଥା ନୁହେଁ। ୧୯୬୭ ମସିହା ପର୍ଯ୍ୟନ୍ତ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହୋଇଥିଲା। ମୋଟ ୪ ଥର ଏହିଭଳି ନିର୍ବାଚନ ହୋଇଥିଲା। ୧୯୬୮-୬୯ରୁ ଏହି ଧାରାରେ ପରିବର୍ତ୍ତନ ହେଲା। କାରଣ ସେହି ବର୍ଷ କିଛି ବିଧାନସଭାକୁ ଅବଧି ଶେଷ ହେବା ପୂର୍ବରୁ ଭାଙ୍ଗି ଦିଆଯାଇଥିଲା। ସେହିପରି ୧୯୭୧ରେ ପ୍ରଥମ ଥର ପାଇଁ ୫ ବର୍ଷ ଅବଧି ଶେଷ ହେବା ପୂର୍ବରୁ ଲୋକସଭାକୁ ଭାଙ୍ଗି ଦିଆଯାଇଥିଲା। ଆହୁରି ଏକ ବର୍ଷ କାର୍ଯ୍ୟକାଳ ଥିବା ବେଳେ ଲୋକସଭାକୁ ଭାଙ୍ଗି ନିର୍ବାଚନ କରାଯାଇଥିଲା।

Ramnath Kovind One Nation One Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe