ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶାରୁ ୬ ଜଣ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୫ ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି। ଆଜି ନାମାଙ୍କନ ଯାଞ୍ଚ ପରେ ଏହା ଜଣାପଡ଼ିଛି।
ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାରଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ସେହିଭଳି ବିଜେଡିର ସନ୍ତୃପ୍ତ ମିଶ୍ର, କମନ୍ କାଣ୍ଡିଡେଟ ଡାକ୍ତର ଦତ୍ତେଶ୍ଵର ହୋତା ଓ ସ୍ଵାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ପ୍ରାର୍ଥିପତ୍ର କାଏମ ରହିଛି।
ଅନ୍ୟପକ୍ଷରେ ତେଲେଙ୍ଗାନାର କାନ୍ତେ ସାୟାନାଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି।
୪ର୍ଥ ଆସନ ପାଇଁ ଦିଲୀପ ରାୟ ଓ ଡାକ୍ତର ଦତ୍ତେଶ୍ଵର ହୋତାଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି। ଡାକ୍ତର ଦତ୍ତେଶ୍ଵର ହୋତାଙ୍କୁ ବିଜେଡି ଓ କଂଗ୍ରେସ ସମର୍ଥନ କରୁଥିବା ବେଳେ ଦିଲୀପଙ୍କୁ ସମର୍ଥନ କରୁଛି ବିଜେପି।
ଦିଲୀପ କହିଛନ୍ତି ଯେ ୨୦୦୨ରେ ସେ ଯୋଜନାବଦ୍ଧ ଭାବେ ଲଢ଼ି ଥିଲେ। ସେତେବେଳେ ୨ ମାସର ଗ୍ରାଉଣ୍ଡ ୱ।ର୍କ ହୋଇଥିଲା। ଏବେ ହଠାତ୍ ନିଷ୍ପତ୍ତି ହେଲା। ବିଧାୟକମାନେ ସେମାନଙ୍କ ବିବେକ ଅନୁସାରେ ଭୋଟ ଦେବେ ବୋଲି ସେ ଆଶା ରଖିଛନ୍ତି।
ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଆଜି କହିଛନ୍ତି ଯେ କଂଗ୍ରେସ ସହିତ ବିଜେଡିର ସାମୟିକ ଡିଲ୍ ହୋଇଛି। କଂଗ୍ରେସ ଏକୁଟିଆ ପ୍ରାର୍ଥୀ ଦେଇପାରି ନଥାନ୍ତା। ତେଣୁ କଂଗ୍ରେସ ବିଜେଡି ଘୋଷଣା କରିଥିବା କମନ୍ କାଣ୍ଡିଡେଟଙ୍କୁ ସମର୍ଥନ ଘୋଷଣା କରିଛି।
ରାଜ୍ୟସଭା ନିର୍ବାଚନ ପାଇ ମାର୍ଚ୍ଚ ୫ ଥିଲା ନାମାଙ୍କନ ଦାଖଲର ଶେଷ ତାରିଖ। ଆଜି ନାମାଙ୍କନ ପତ୍ର ଯାଞ୍ଚ ହୋଇଛି। ମାର୍ଚ୍ଚ ୯ ହେଉଛି ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ।
ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏ ଭୋଟ୍ ଗ୍ରହଣ କରାଯିବ। ଅପରାହ୍ଣ ୫ଟାରେ ହେବ ଭୋଟ୍ ଗଣତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
