Advertisment

୫ ଦିନରେ ପ୍ରଶ୍ନକାଳ ଟୋଟାଲ ୨୧ ମିନିଟ୍; ଲୋକେ ପଚାରିଲେଣି ଏ ପ୍ରହସନ କ’ଣ ପାଇଁ

୧୮ ତାରିଖରେ ବିଧାନସଭା ପ୍ରଶ୍ନକାଳ ଚାଲିଲା ୩ ମିନିଟ୍।  ୧୯ ତାରିଖରେ ପ୍ରଶ୍ନକାଳ କେବଳ ୫ ମିନିଟ୍। ୨୦ ତାରିଖରେ ଚାଲିଲା ଟୋଟାଲ ୬ ମିନିଟ୍। ୨୧ ତାରିଖରେ ବି ପ୍ରଶ୍ନକାଳ ୭ ମିନିଟରେ ଶେଷ।

author-image
Jitendra Garnayak
Assembly

ବିଧାନସଭାରେ ଆସ୍ତେ ଆସ୍ତେ ଉଡିଯାଉଛି ପ୍ରଶ୍ନକାଳ। ନା ବିଧାୟକ ପ୍ରଶ୍ନ ପଚାରୁଛନ୍ତି ନା ମନ୍ତ୍ରୀମାନେ ଉତ୍ତର ଦେଉଛନ୍ତି। ଲୋକଙ୍କ କଥା ବିଧାନସଭାରେ ଉଠାଇବା ପାଇଁ ନେତାଙ୍କୁ ଲୋକେ ପଠାଇଥିଲେ । ହେଲେ ଏବେ ନେତା ହୋ ହାଲ୍ଲା କରୁଛନ୍ତି, ତା’ ପରେ ବିଧାନସଭା ବନ୍ଦ ହୋଇଯାଉଛି।

Advertisment

୧୭ ତାରିଖରୁ ଆରମ୍ଭ ହେଲାଣି ବିଧାନସଭାର ବଜେଟ୍ ଅଧିବେଶନ। ୧୭ରେ ପ୍ରଥମେ ରାଜ୍ୟପାଳଙ୍କ ଅଭିଭାଷଣ ଆଉ ତା ପରେ ଶୋକ ପ୍ରସ୍ତାବ ପରେ ବନ୍ଦ ହୋଇଗଲା ଗୃହକାର୍ଯ୍ୟ। ପ୍ରଥମେ କଂଗ୍ରେସ ବୟକଟ୍ କଲା ତା ସଙ୍ଗେ ସଙ୍ଗେ ବିଜେଡି ମଧ୍ୟ ଗୃହରୁ ପଳାଇଲା। ତା’ପରେ ୧୮ ତାରିଖରେ ଗୃହରେ ପ୍ରଶ୍ନକାଳ ଚାଲିଲା ମାତ୍ର ୩ ମିନିଟ । ସେଦିନ ବିଧାନସଭା ଟୋଟାଲ ଚାଲିଥିଲା କେବଳ ୭ ମିନିଟ।  

୧୯ରେ  ବି ୫ ମିନିଟରେ ମୁଲତବୀ ହୋଇଗଲା ପ୍ରଶ୍ନକାଳ। ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ଅଭିଭାଷଣରେ ଧନ୍ୟବାଦ ଦେବା ବେଳେ ବିରୋଧୀ କକ୍ଷ ତ୍ୟାଗ କରିଥିଲେ। ସେହିପରି୨୦ ତାରିଖରେ ୬ ମିନିଟ ଚାଲି ପାରିଲା ପ୍ରଶ୍ନକାଳ।  କଂଗ୍ରେସ ଚାଷୀ ପ୍ରସଙ୍ଗରେ ମୁଲତବୀ ଦେଇଥିଲା। ମୁଲତବୀ ଗ୍ରହଣ ହୋଇଥିଲା, କିନ୍ତୁ କଂଗ୍ରେସ କଳା ବ୍ୟାଜ୍ ପିନ୍ଧି ଗୃହରେ ନାରାବାଜି କରିଥଲା । ବଜେଟ୍ ବେଳେ ବି ଆସିଲେନି ବିରୋଧୀ, ତାଙ୍କୁ ମନେଇବାକୁ ଯାଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ଶାସକ ଦଳ ମୁଖ୍ୟ ସଚେତକ ।

Advertisment

୨୧ ତାରିଖରେ ମାତ୍ର ୭ ମିନିଟ ଚାଲିଲା ପ୍ରଶ୍ନକାଳ। ଏପରିକି  ଶୂନ୍ୟକାଳରେ ବି ହଟ୍ଟଗୋଳ କରିଥିଲେ ବିରୋଧୀ। ଧାନ କିଣାକୁ ନେଇ ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ। ଚର୍ଚ୍ଚା ହେଉଛି ୨୪ରେ ବିଜେଡି ଚାଷୀଙ୍କ ପାଇଁ ବଡ଼ ଆନ୍ଦୋଳନ କରୁଛି ସେଥିପାଇଁ ଏଭଳି ସମୟ ଗଡ଼ାଉଛି ମୁଖ୍ୟ ବିରୋଧୀଦଳ । ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ସରକାର ସବୁଧାନ କିଣିବୁ ବୋଲି କହୁଥିଲେ ହେଲେ କିଛି ହେଲାନି। ଏହାର କାଉଣ୍ଟର କରି ବିଜେପି ନେତା ସନ୍ତୋଷ ଖଟୁଆ କହିଛନ୍ତି ସରକାର ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା କରୁଛନ୍ତି। ଚାଷୀଙ୍କ ସବୁ ଧାନ କିଣା ହେବ।

ସେପଟେ ବିଧାନସଭାରେ ବିଧାୟକମାନଙ୍କ ଏପରି ବ୍ୟବହାରକୁ ନେଇ ପୁରା ଖପ୍ପା ଜନତା । ସାଧାରଣ ଲୋକଙ୍କ ପଇସା ବର୍ବାଦ ହେଉଛି। ପ୍ରଶ୍ନକାଳରେ ବିଧାୟକମାନେ ସେମାନଙ୍କ ସମସ୍ୟା ଉଥାପନ କରିପାରୁନାହାଁନ୍ତି। ସରକାରୀ ତହବିଲରୁ ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏଭଳି ପ୍ରହସନ କଣ ପାଇଁ ବୋଲି ପ୍ରଶ୍ନ କଲେଣିସାଧାରଣ ଜନତା ।