Advertisment

ଏନ୍‌ଡିଏକୁ ଫେରିଲେ ପୂର୍ବତନ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର

ଓମ୍ ପ୍ରକାଶ ରାଜଭର ଜୁଲାଇ ୧୮ ତାରିଖରେ ହେବାକୁ ଥିବା ଏନ୍‌ଡିଏର ବୈଠକରେ ଯୋଗ ଦେବେ।

author-image
Debibandita Barick
ଅଦ୍ୟତନ ହୋଇଛି
OP Rajbhar returns to NDA

OP Rajbhar returns to NDA

ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ଫେରିଲେ ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କ ଦଳ ସୁହେଲଦେବ ଭାରତୀୟ ସମାଜବାଦୀ ପାର୍ଟି (SBSP) ଏନ୍‌ଡିଏରେ ସାମିଲ ହୋଇଛି।

Advertisment

ଓମ୍ ପ୍ରକାଶ ରାଜଭର ଏକ ଫଟୋ ଟ୍ୱିଟ୍ କରିଛନ୍ତି। ଏଥିରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଅଛନ୍ତି। ଏହି ଟ୍ୱିଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଜଭର ଯୋଗେ କହିଛନ୍ତି ଯେ, SBSP ଏବେ ଏନ୍‌ଡିଏରେ ସାମିଲ ହୋଇଛି। ବିଜେପି ଏବଂ SBSP ସାମାଜିକ ନ୍ୟାୟ, ଦେଶର ନିରାପତ୍ତା ତଥା ଉତ୍ତମ ଶାସନରୁ ବଞ୍ଚିତ, ଦଳିତ, ପଛୁଆ ବର୍ଗ, ମହିଳା, କୃଷକ, ଯୁବକ ଏବଂ ସମାଜର ସମସ୍ତ ଦୁର୍ବଳ ବର୍ଗର ସଶକ୍ତିକରଣ ପାଇଁ ଲଢ଼ିବେ।

Advertisment

ଅମିତ ଶାହ କହିଛନ୍ତି, ରାଜଭରଙ୍କ ପ୍ରତ୍ୟାବର୍ତ୍ତନ ଫଳରେ ଉତ୍ତର ପ୍ରଦେଶରେ ଏନ୍‌ଡିଏ ଆହୁରି ମଜବୁତ ହେବ। 

ଓମ୍ ପ୍ରକାଶ ରାଜଭର ଜୁଲାଇ ୧୮ ତାରିଖରେ ହେବାକୁ ଥିବା ଏନ୍‌ଡିଏର ବୈଠକରେ ଯୋଗ ଦେବେ। ଉତ୍ତର ପ୍ରଦେଶରେ ରାଜଭର ସଂପ୍ରଦାୟର ଏକ ଭଲ ସଂଖ୍ୟା ରହିଛି। ସେମାନଙ୍କ ଉପରେ ଓମ୍‌ ପ୍ରକାଶ ରାଜଭରଙ୍କ ଭଲ ପ୍ରଭାବ ରହିଛି। 

୨୦୧୭ରେ ବିଜେପି ସହିତ ମେଣ୍ଟ କରି SBSP ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ଓମ ପ୍ରକାଶ ରାଜଭର ମନ୍ତ୍ରୀ ମଧ୍ୟ ଥିଲେ। ତେବେ ମେଣ୍ଟ ବିରୋଧୀ କାର୍ଯ୍ୟ ଯୋଗୁ ତାଙ୍କୁ ୨୦୧୯ରେ ବାହାର କରି ଦିଆଯାଇଥିଲା। 

୨୦୨୨ରେ ସମାଜବାଦୀ ପାର୍ଟି ସହିତ ମେଣ୍ଟ କରି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିଥିଲା ଓମ୍ ପ୍ରକାଶ ରାଜଭରଙ୍କ SBSP। ତେବେ ଗତବର୍ଷ ଜୁଲାଇ ମାସରେ ସମାଜବାଦୀ ପାର୍ଟି ସହିତ ସଂପର୍କ ଛିନ୍ନ କରିଥିଲେ ଓମ୍ ପ୍ରକାଶ ରାଜଭାର। 

Bjp UP Politics OP Rajbhar Join BJP