Advertisment

ଆମେରିକା ଚାପରେ ବନ୍ଦ ହୋଇଥିଲା କି ଅପରେସନ ସିନ୍ଦୂର? ସଂସଦରେ ଉତ୍ତର ରଖିଲେ ରାଜନାଥ

ଟ୍ରମ୍ପ ୨୬ଥର ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ଲାଗୁ କରିଥିବା ଦାବି କରିଥିବାରୁ ଏହାକୁ ଆଧାର କରି ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ କରି ଚାଲିଛନ୍ତି।

Defence Minister

Defence Minister

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଦାବି କରି ଆସୁଛନ୍ତି ଯେ ସେ ବାଣିଜ୍ୟର ଧମକ ଦେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖାଯାଇଥିବା ଭୟଙ୍କର ଲଢ଼େଇର ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଟ୍ରମ୍ପଙ୍କ ଚାପ ଯୋଗୁ ଭାରତ ଅପରେସନ ସିନ୍ଦୂର ବନ୍ଦ କରିଥିଲା ବୋଲି ଗୋଟିଏ ଧାରଣା ଆମେରିକା ବାରମ୍ବାର ସୃଷ୍ଟି କରିବାକୁ ଚେଷ୍ଟା କରୁଛି।

Advertisment

ହେଲେ ଭାରତ କାହା ଚାପରେ ଅପରେସନ ସିନ୍ଦୂର ବନ୍ଦ କରି ନଥିଲା ବୋଲି ଆଜି ଲୋକସଭାରେ ସ୍ପଷ୍ଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଆଜି ଲୋକସଭାରେ ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂରକୁ ନେଇ ବିଧିବଦ୍ଧ ଭାବେ ବିତର୍କ ଆରମ୍ଭ ହୋଇଛି। ଏହା ୧୬ ଘଣ୍ଟା ଧରି ଚାଲିବ।

ପ୍ରଥମେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହା ଉପରେ ମତ ରଖି ବିତର୍କର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ରାଜନାଥ ସିଂହ ଗୃହକୁ ଜଣାଇଛନ୍ତି ଯେ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ହେବା ପରେ ପାକିସ୍ତାନ ଉପରେ ଭାରତୀୟ ସେନା କରୁଥିବା ଷ୍ଟ୍ରାଇକକୁ ବନ୍ଦ କରିଥିଲା।

Advertisment

ସେ କହିଛନ୍ତି, “ଅପରେସନ ସିନ୍ଦୂର କାହା ଚାପରେ ବନ୍ଦ ହୋଇଥିଲା ବୋଲି କହିବା କିମ୍ବା କହିବା ସଂପୂର୍ଣ୍ଣଭାବେ ଭିତ୍ତିହୀନ ଓ ସଂପୂର୍ଣ୍ଣ ଭାବେ ଭୁଲ। ବିବାଦ ଆରମ୍ଭ ପୂର୍ବରୁ ଓ ବିବାଦ ବେଳେ ରଖା ଯାଇଥିବା ରାଜନୀତିକ ଓ ସାମରିକ ଉଦ୍ଦେଶ୍ୟ ପୂରଣ ହେବା ପରେ ଭାରତ ଏହାକୁ ବନ୍ଦ କରିଥିଲା।” ଏକଥା କହିବା ବେଳେ ରାଜନାଥ ସିଂହ ରାଷ୍ଟ୍ରପତି ଟ୍ରମ୍ପଙ୍କ ନାଁ ଉଚ୍ଚାରଣ କରି ନଥିଲେ।

ଟ୍ରମ୍ପ ୨୬ଥର ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ଲାଗୁ କରିଥିବା ଦାବି କରିଥିବାରୁ ଏହାକୁ ଆଧାର କରି ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ କରି ଚାଲିଛନ୍ତି। ଏବେ ରାଜନାଥ ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରିଥିଲେ ହେଁ ତାଙ୍କ ନାଁ ଉଚ୍ଚାରଣ ନ କରିବା ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ।

ରାଜନାଥ ସିଂହଙ୍କ କହିବା କଥା ଯେ ଅପରେସନ ସିନ୍ଦୂର ଜରିଆରେ ଭାରତୀୟ ସାନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କୀ ଆଡ୍ଡାକୁ ମେ’ ୭ରେ ଧ୍ୱଂସ କରିଥିଲା। ପୂରା ଅପରେସନ ୨୨ ମିନିଟରେ ଶେଷ ହୋଇଥିଲା ଓ ପହଲଗାମ ନରସଂହାରର ବଦଲା ପୂରଣ କରାଯାଇଥିଲା।

କିନ୍ତୁ ପରଦିନ ପାକିସ୍ତାନ ଏହାର ଜବାବରେ ଶହଶହ ଡ୍ରୋନ ଦ୍ୱାରା ଆକ୍ରମଣ କରିଥିଲା। ଭାରତ ମଧ୍ୟ ପଛ ଘୁଞ୍ଚା ନ ଦେଇ ପାକିସ୍ତାନର ନୁର ଖାନ ଏୟାରବେସ୍‌ ସମେତ ୧୧ଟି ପ୍ରମୁଖ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲା। ଏଥିରେ ଭୟଙ୍କର କ୍ଷତି ସହିବାରୁ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ଆଗେଇ ଆସିଥିଲା ବୋଲି ରାଜନାଥ କହିଛନ୍ତି।

ସେ କହିଛନ୍ତି, “ମେ’ ୧୦ ତାରିଖରେ ଭାରତୀୟ ବାୟୁ ସେନା ପାକିସ୍ତାନର ଏକାଧିକ ଏୟାରଫିଲ୍ଡକୁ ଟାର୍ଗେଟ କରିଥିଲା। ପାକିସ୍ତାନ ହାର ମାନିବା ସହ ଉତ୍ତେଜନା ହ୍ରାସ କରିବାକୁ ପ୍ରସ୍ତାବ ଦେଇଥିଲା।

ସେମାନେ ଆମର ଡିଜିଏମଓଙ୍କ ସହ କଥା ହୋଇଥିଲା ଓ ସବୁ କିଛି ବନ୍ଦ କରିବାକୁ ଅନୁରୋଧ କରିଥିଲେ। ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା। ଅରପେସନକୁ କେବଳ ସ୍ଥଗିତ କରାଯାଇଛି।” ପାକିସ୍ତାନ ଯଦି ଆଗକୁ କିଛି ଦୁଃସାହାସ ଦେଖାଇବ, ତା’ହେଲେ ଭାରତ ପୁଣି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ରାଜନାଥ ସତର୍କ କରାଇ ଦେଇଛନ୍ତି।

Rajnath Singh Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe