Advertisment

ବିରୋଧୀ ମେଣ୍ଟର ନାଁ INDIA, କିନ୍ତୁ ଫୁଲ ଫର୍ମକୁ ନେଇ ଦ୍ୱନ୍ଦ୍ୱ

ପ୍ରାଥମିକ ଘୋଷଣା ପରେ ବିରୋଧୀ ଦଳର କିଛି ନେତା ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ INDIAର ଫୁଲଫର୍ମକୁ ନେଇ ସେମାନେ ଦେଇଥିବା ବୟାନ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା।

author-image
Hemant Lenka
INDIA

INDIA

ବେଙ୍ଗାଲୁରୁରେ ବିରୋଧୀ ଦଳ ଗୁଡ଼ିକ ବୈଠକ କରି ମେଣ୍ଟର ନାଁ INDIA ରଖିଛନ୍ତି। ଏବେ ୨୦୨୪ରେ INDIA ବନାମ NDA ଲଢ଼େଇ ହେବ। ତେବେ INDIA ଫୁଲ ଫର୍ମକୁ ନେଇ ଆରମ୍ଭରୁ ଦ୍ୱନ୍ଦ୍ୱ ଦେଖାଯାଇଛି। ପ୍ରଥମେ INDIAର ଫୁଲଫର୍ମ Indian National Democratic Inclusive Alliance ରହିଥିଲା।

Advertisment

ତେବେ ପରବର୍ତ୍ତୀ ଅବସ୍ଥାରେ ଏଥିରେ ସଂଶୋଧନ କରାଯାଇ Indian National Developmental Inclusive Alliance ରଖାଯାଇଛି। ପ୍ରାଥମିକ ଘୋଷଣା ପରେ ବିରୋଧୀ ଦଳର କିଛି ନେତା ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ INDIAର ଫୁଲଫର୍ମକୁ ନେଇ ସେମାନେ ଦେଇଥିବା ବୟାନ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା। 

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ “ଆମେ ଏକାଠି ବସିଛୁ ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛୁ। ଗୋଟିଏ ସ୍ୱରରେ ସମସ୍ତେ ଆଗତ ସଂକଳ୍ପକୁ ଗ୍ରହଣ କରିଛନ୍ତି। ଆମ ମେଣ୍ଟ Indian National Developmental Inclusive Alliance(INDIA) ନାଁରେ ପରିଚିତ ହେବ।”

Advertisment

ଏହା ଶୁଣି INDIA ନାଁକୁ ନେଇ ଖଡଗେ ସମ୍ଭବତଃ ଭୁଲ ଫୁଲ ଫର୍ମ କହିଲେ ବୋଲି ସମସ୍ତେ ଭାବିଥିଲେ। ତେବେ କଂଗ୍ରେସ ପକ୍ଷରୁ କରାଯାଇଥିବା ଟ୍ୱିଟରେ ଡେମୋକ୍ରାଟିକ ବଦଳରେ INDIAରେ ଥିବା Dର ଅର୍ଥ ଡେଭଲପମେଣ୍ଟାଲ ବୋଲି କୁହାଯାଇଥିଲା।

ଏନସିପି ନେତା ଶରଦ ପାୱାର ପ୍ରଥମେ କରିଥିବା ଟ୍ୱିଟରେ ମଧ୍ୟ INDIAର ଫୁଲ ଫର୍ମକୁ ନେଇ ଦ୍ୱନ୍ଦ୍ୱ ରହିଥିବା ସ୍ପଷ୍ଟ ହୋଇଥିଲା। ପ୍ରଥମେ ଶରଦ ପାୱାର କହିଥିଲେ ଯେ “ଆମେ ଏକାଠି I -Indian N - National D - Democratic I - Inclusive A – Alliance ସହ ରହିଛୁ। ଏଥିସହ ସେ ସେଭ ଡେମୋକ୍ରାସିର ହାଶଟ୍ୟାଗ ମଧ୍ୟ ବ୍ୟବହାର କରିଥିଲେ।

କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ଏହାକୁ ଡିଲିଟ କରିଥିଲେ। ସେ ପୁଣି ଟ୍ୱିଟ କରି କହିଥିଲେ ଯେ ଆମେ I - Indian N - National D - Developmental I - Inclusive A – Alliance ସହ ରହିଛୁ ବୋଲି କହିଥିଲେ।

ଏହାପରେ ସବୁ ବିରୋଧୀ ଦଳର ନେତା INDIAର ଫୁଲ ଫର୍ମ ସମ୍ପର୍କରେ ଟ୍ୱିଟ କରି Dର ଅର୍ଥ ଡେମୋକ୍ରାଟିକ ନୁହେଁ ବରଂ ଡେଭଲପମେଣ୍ଟାଲ ବୋଲି ସ୍ପଷ୍ଟ କରିଛନ୍ତି।

India Opposition