Advertisment

ସନାତନ ର୍ଧମକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି ବିରୋଧୀ ମେଣ୍ଟ : ପ୍ରଧାନମନ୍ତ୍ରୀ ମୋଦି

ସନାତନ ଧର୍ମକୁ ଧ୍ୱଂସ କରିବା ହିଁ ବିରୋଧ ମେଣ୍ଟର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

author-image
Hemant Lenka
PM Modi

PM Modi

ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଗଠନ କରିଥିବା ଇଣ୍ଡିଆ ମେଣ୍ଟକୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଣ୍ଡିଆ ମେଣ୍ଟକୁ ଘମଣ୍ଡିଆ ମେଣ୍ଟ କହି ତାଚ୍ଛଲ୍ୟ କରୁଥିବା ମୋଦି ଆଜି ସନାତନ ଧର୍ମ କଥା ଉଠାଇଛନ୍ତି। ସନାତନ ଧର୍ମକୁ ଧ୍ୱଂସ କରିବା ହିଁ ବିରୋଧ ମେଣ୍ଟର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

Advertisment

ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି, “ସ୍ୱାମୀ ବିବେକାନନ୍ଦ ଓ ଲୋକମାନ୍ୟ ତିଲକଙ୍କୁ ଅନୁପ୍ରାଣିତ କରିଥିବା ସନାତନ ଧର୍ମକୁ ଏହି ଇଣ୍ଡିଆ ମେଣ୍ଟର ଲୋକମାନେ ସମାପ୍ତ କରିବା ପାଇଁ ଚାହୁଁଛନ୍ତି। ଏହି ଇଣ୍ଡିଆ ମେଣ୍ଟ ସନାତନ ଧର୍ମକୁ ଧ୍ୱଂସ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଆଜି ସେମାନେ ଖୋଲାଖୋଲି ଭାବେ ସନାତନ ଧର୍ମକୁ ଟାର୍ଗେଟ କରୁଛନ୍ତି। ଆସନ୍ତାକାଲି ସେମାନେ ଆମ ଉପରେ ଆକ୍ରମଣକୁ ଆହୁରି ଜୋରଦାର କରିବେ। ଦେଶରେ ଥିବା ସମସ୍ତ ସନାତନୀ ଓ ଆମ ଦେଶକୁ ଭଲ ପାଉଥିବା ଲୋକମାନେ ଏଥିପ୍ରତି ସତର୍କ ରହିବାର ଆବଶ୍ୟକ ରହିଛି। ଆମକୁ ଏପରି ଲୋକଙ୍କୁ ଅଟକାଇବାର ଅଛି।

Advertisment

ଘମଣ୍ଡିଆ(ଇଣ୍ଡିଆ) ମେଣ୍ଟର ନେତାମାନେ ନିକଟରେ ମୁମ୍ବାଇରେ ଭେଟଘାଟ କରିଥିଲେ। ସେମାନଙ୍କ ପାଖରେ କୌଣସି ନୀତି ଅଛି ନା ପ୍ରସଙ୍ଗ ଅଛି ନା ନେତା ଅଛନ୍ତି। ସେମାନେ କେବଳ ସନାତନ ଧର୍ମକୁ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି।”

ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶରେ ଆଜି ପ୍ରଧାନମନ୍ତ୍ରୀ ମୋଦି ବିନା ରିଫାଇନେରୀରେ ୪୯ ହଜାର କୋଟି ଟଙ୍କାର ପେଟ୍ରୋଲ କେମିକାଲ୍ସ କମ୍ପ୍ଲେକ୍ସର ଶିଳାନ୍ୟାଶ କରିଛନ୍ତି। ଏଥିସହ ରାଜ୍ୟରେ ୧୦ଟି ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧନ କରିବା ବେଳେ ମୋଦି ବିରୋଧୀ ମେଣ୍ଟକୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି।

ନିକଟରେ ଡିଏମକେ ନେତା ଉଦୟନିଧି ଷ୍ଟାଲିନ ସନାତନ ଧର୍ମକ ସାମାଜିକ ନ୍ୟାୟ ବିରୋଧୀ ଓ ଏହାକୁ ବିଲୋପ କରାଯିବା ଦରକାର ବୋଲି କହିଥିଲେ। ସେହିପରି ଡିଏମକେର ଅନ୍ୟତମ ନେତା ଏ ରାଜା ମଧ୍ୟ ସନାତନ ଧର୍ମକୁ କୁଷ୍ଠ ଓ ଏଚଆଇଭି ସହ ମଧ୍ୟ ତୁଳନା କରିଥିଲା। ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଜି ମୋଦି ସନାତନ ଧର୍ମକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି।

Bjp PM Modi Madhya Pradesh Opposition