Advertisment

ସଂସଦରେ ପ୍ରଶ୍ନପତ୍ର ଲିକ୍ ତାତି; 'ନିଜକୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଦୋଷ ଦେଉଛନ୍ତି ଶିକ୍ଷା ମନ୍ତ୍ରୀ'

ଅଷ୍ଟାଦଶ ଲୋକସଭାର ମୌସୁମୀ ଅଧିବେଶନ ଆରମ୍ଭର ପ୍ରଥମ ଦିନରୁ NEET-UG ପ୍ରଶ୍ନପତ୍ର ଲିକକୁ ନେଇ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଛନ୍ତି ବିରୋଧୀ।

ଅଦ୍ୟତନ ହୋଇଛି
Rahul Gandhi & Dharmendra Pradhan

Rahul Gandhi & Dharmendra Pradhan

Advertisment

ଗୃହକୁ ସରଗରମ କରୁଛି NEET-UG ପ୍ରଶ୍ନପତ୍ର ଲିକ୍ ମାମଲା। ଅଷ୍ଟାଦଶ ଲୋକସଭାର ମୌସୁମୀ ଅଧିବେଶନ ଆରମ୍ଭର ପ୍ରଥମ ଦିନରୁ ଏହି ପ୍ରସଙ୍ଗକୁ ନେଇ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଛନ୍ତି ବିରୋଧୀ। ଏହାକୁ ନେଇ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ କଡ଼ା ବିତର୍କ ହୋଇଥିବା ଦେଖିବାକୁ ମିଳିଛି।

Advertisment

ରାହୁଲ ଗାନ୍ଧି କହିଥିଲେ, NEET-UG ପ୍ରଶ୍ନପତ୍ର ଲିକ୍ ଉପରେ ଶିକ୍ଷା ମନ୍ତ୍ରୀ ନିଜକୁ ଛାଡ଼ି ଦେଇ ଅନ୍ୟ ସମସ୍ତଙ୍କୁ ଦାୟୀ କରୁଛନ୍ତି, ମୋତେ ଏହା ବି ଲାଗୁନାହିଁ ଯେ, ସେ ଗୃହରେ ଚାଲିଥିବା ବିତର୍କର ମୂଳ ତତ୍ତ୍ୱକୁ ବୁଝୁଛନ୍ତି ବୋଲି। ରାହୁଲ ଗାନ୍ଧିଙ୍କ ବିତର୍କ ଉପରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି ଯେ, "ମୋତେ କାହାର ସାର୍ଟିଫିକେଟ ଦରକାର ନାହିଁ। ଯାହା ମୋ ଶିକ୍ଷା ଏବଂ ସଂସ୍କାର, ତାହା ମୋର ସାମାଜିକ ଜୀବନ... ମୁଁ ମୋ ରାଜ୍ୟ ତଥା ଜନତାଙ୍କଠାରୁ ଅନୁମୋଦନ ଲାଭ କରିଛି। ମୋତେ ଗୃହରେ କାହାର ପ୍ରମାଣପତ୍ର ଦରକାର ନାହିଁ।" 

Advertisment

" ଦେଶର ଜନତା ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିଛନ୍ତି ଏବଂ ଏଠାରେ ମୁଁ ତାଙ୍କ ତରଫରୁ ପ୍ରତିକ୍ରିୟା ରଖୁଛି। ବିରୋଧୀ ଦଳ ନେତା ଯେଉଁପରି ଭାବେ ବର୍ତ୍ତମାନର ପରୀକ୍ଷା ବ୍ୟବସ୍ଥାକୁ ନିରର୍ଥକ କହୁଛନ୍ତି, ତାହା ଦୁର୍ଭାଗ୍ୟଜନକ। ମୁଁ ଏହାକୁ କଡ଼ା ଭାଷାରେ ନିନ୍ଦା କରୁଛି।" 

ଏହି ପ୍ରସଙ୍ଗକୁ ନେଇ ସେ କଂଗ୍ରେସକୁ ଟାର୍ଗେଟ କରି ଆହୁରି କହିଛନ୍ତି ଯେ, ଆଗକୁ କିପରି ପ୍ରଶ୍ନପତ୍ର ଲିକ୍ ନ ହେବ ସେ ଉପରେ ଆମ ସରକାର କାର୍ଯ୍ୟ କରୁଛନ୍ତି। ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେ ବିଲ୍ ଆଣିଛୁ। କିନ୍ତୁ କଂଗ୍ରେସ ସରକାର ଥିବାବେଳେ କାହା ଚାପରେ ବିଲ୍ ପ୍ରତ୍ୟାହାର କରି ନେଇଥିଲେ ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି।

ସେହିପରି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ପ୍ରଶ୍ନପତ୍ର ଲିକକୁ ନେଇ ଶିକ୍ଷା ମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ବର୍ତ୍ତମାନ ସରକାର ପ୍ରଶ୍ନପତ୍ର ଲିକର ନୂଆ ରେକର୍ଡ କରିବ ବୋଲି ସମାଲୋଚନା କରି କହିଥିଲେ। 

ଅଖିଳେଶ ଯାଦବଙ୍କୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବର୍ତ୍ତମାନ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଅଛି। ପ୍ରଧାନ ବିଚାରପତି ଏ ଉପରେ ବିଚାର କରୁଛନ୍ତି। ମୁଁ ରାଜନୀତି କରିବାକୁ ଚାହୁଁ ନାହିଁ। କିନ୍ତୁ ଅଖିଳେଶ ଯାଦବ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବାବେଳେ କେତେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା ତା'ର ବି ତାଲିକା ଅଛି।

Rahul Gandhi Dharmendra Pradhan Parliament Session NEET UG Row
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe