Advertisment

କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ ଦୁର୍ଘଟଣା: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ମାଗିଲା କଂଗ୍ରେସ

ଏହି ଟ୍ରେନ ଦୁର୍ଘଟଣା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଡ଼ୁଆ ବଢ଼ାଇ ଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ବୈଷ୍ଣବ ଓ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। କଂଗ୍ରେସ ପକ୍ଷରୁ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରାଯାଇଛି।

Vaishnaw

Vaishnaw

Advertisment

ପଶ୍ଚିବମଙ୍ଗର ସିଲିଗୁଡ଼ି ଠାରେ ଆଜି କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଗୋଟିଏ ମାଲବାହୀ ଟ୍ରେନ ଧକ୍କା ଦେବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୩୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଯୋଗୁ ସିଆଲଦାକୁ ଯାଉଥିବା କାଞ୍ଚନଜଙ୍ଗା ଟ୍ରେନର ୩ଟି ବିଗ କ୍ଷତିଗ୍ରସ୍ତ ହୋଇଛି।

Advertisment

ଏହି ଟ୍ରେନ ଦୁର୍ଘଟଣା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଡ଼ୁଆ ବଢ଼ାଇ ଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ବୈଷ୍ଣବ ଓ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। କଂଗ୍ରେସ ପକ୍ଷରୁ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରାଯାଇଛି।

ରେଳ ମନ୍ତ୍ରଣାଳୟର ଅବହେଳା ଯୋଗୁ ଏତେ ବଡ଼ ଘଟଣା ଘଟିଛି। ମନ୍ତ୍ରୀ ରିଲ୍ସରେ ବ୍ୟସ୍ତ ରହୁଥିବା ବେଳେ ଲୋକଙ୍କ ସୁରକ୍ଷା ଉପରେ ଆଲୋଚନା କରିବାକୁ ତାଙ୍କ ପାଖରେ ସମୟ ନଥିବା କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ନେତା ପ୍ରମୋଦ ତିୱାରୀ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛନ୍ତି।

Advertisment

ସେ କହିଛନ୍ତି, “ଭୁଲ ପରିଚାଳନା, ଭୁଲ ନୀତି ଓ ଭୁଲ ପଦକ୍ଷେପ ଯୋଗୁ ରେଳ ଦୁର୍ଘଟଣା ଘଟୁଛି। ଟ୍ରାକଗୁଡ଼ିକ ଉପରେ ଲୋଡ ବଢ଼ୁଛି। କିନ୍ତୁ ସୁରକ୍ଷା ଉପରେ କୌଣସି ଫୋକସ କରାଯାଉନି।

ଓଡ଼ିଶାରେ ହୋଇଥିବା ରେଳ ଦୁର୍ଘଟଣାରୁ ଦେଶ ବାହାରି ପାରିନି। ଏବେ ପୁଣି ଗୋଟିଏ ବଡ଼ ରେଳ ଦୁର୍ଘଟଣା ଘଟିଛି। ରେଳ ମନ୍ତ୍ରଣାଳୟ ଏହାକୁ ପରିଚାଳନର କରିପାରୁ ନାହିଁ। ରେଳ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଦରକାର।”

କଂଗ୍ରେସର ଜୟରାମ ରମେଶ କହଛନ୍ତି ଯେ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ୨୦୨୧ ମସିହା ଜୁଲାଇରୁ ଆରମ୍ଭ ହୋଇଥିବା ବେଳେ ସେ ଅଧିକାଂଶ କେବଳ ନିଜର ପ୍ରଚାର କରିଛନ୍ତି। କୌଣସି ଉତ୍ତର ଦାୟିତ୍ୱ ନେଇ ନାହାନ୍ତି। ୨୦୨୧ ଅଗଷ୍ଟରୁ ଇତି ମଧ୍ୟରେ ଟ୍ରେନ ଦୁର୍ଘଟଣା ଯୋଗୁ ୩୨୯ ଜଣଙ୍କ ଜୀବନ ଗଲାଣି ବୋଲି ସେ କହିଛନ୍ତି।

କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ମଧ୍ୟ ଅଶ୍ୱିନୀ ବୈଷ୍ଣବଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଭାରତୀୟ ରେଳବାଇର ଅପରାଗତ ଚିନ୍ତାଜନକ। ଆଉ କେତେବେଳେ ଆମେ ଲୋକଙ୍କ ସୁରକ୍ଷା ଉପରେ ଆଲୋଚନା କରିବା? ମନ୍ତ୍ରୀଙ୍କୁ ରିଲ୍ସ ବନାଇବାରୁ ଫୁରସତ ମିଳୁନାହିଁ।”

Train Accident Ashwini Vaishnaw Goods Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe