Advertisment

ପରାଜୟ ପାଇଁ ଇଭିଏମ୍‌ ଦାୟୀ, ବାଲାଟ୍‌ ପେପର୍‌ରେ ଭୋଟିଂ କରିବାକୁ ଦାବି

ବିଜେପି ସରକାର ଫଳାଫଳ ନେଇ କାହିଁକି ତରବର ହେଉଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।

EVM

EVM

Advertisment

ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିପୁଳ ବିଜୟ ହାସଲ କରିଛି ବିଜେପି। ଭାରତୀୟ ଜନତା ପାର୍ଟିର ବିଜୟ ପରେ ଏବେ ବିରୋଧୀ କରିଛନ୍ତି ଇମିଏମ୍‌କୁ ଦାୟୀ। ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ଠାରୁ ଆରମ୍ଭ କରି କମଲନାଥ, ଅଖିଲେଶ, ଶିବସେନା ନେତା ସଞ୍ଜୟ ରାଉତ ଯାଏଁ ଇଭିଏମ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଇଭିଏମ୍‌ ବଦଳରେ ବାଲାଟ୍‌ ପେପର୍‌ରେ ଭୋଟିଂ କରିବାକୁ ବିରୋଧୀ ଦାବି କରିଛନ୍ତି।

Advertisment

କିଭଳି ଜଣେ ପ୍ରାର୍ଥୀ ମାତ୍ର ୫୦ ଖଣ୍ଡ ଭୋଟ୍ ନିଜ ଗାଁରୁ ପାଇବେ। ନିଜ ଗାଁରେ ମୋତେ କେବଳ ୫୦ ଖଣ୍ଡ ଭୋଟ୍‌ ମିଳିବା ଅସମ୍ଭବ। ଏଭଳି କିଛି କହି ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା କମଲନାଥ। ଏକଜିଟ୍ ପୋଲ୍ କେବଳ ଏକ ମାହୋଲ ସୃଷ୍ଟି କରିବା ପାଇଁ, ଯିଏ ଆଗରୁ ଫଳାଫଳ ଜାଣିଥାନ୍ତି ସେମାନେ ଏକଜିଟ୍ ପୋଲ୍ କରନ୍ତି ବୋଲି କମଲନାଥ କହିଛନ୍ତି।

ସେହିପରି ଦିଗବିଜୟ ସିଂହ ମଧ୍ୟ ଇଭିଏମ୍‌କୁ ନେଇ ଆପତି ଉଠାଇଛନ୍ତି। ସେ କହିଛନ୍ତି ୨୦୦୩ ମସିହାରୁ ଇଭିଏମ ମାଧ୍ୟମରେ ଭୋଟ ଦେବାକୁ ବିରୋଧ କରାଯାଉଛି। ଚିପ ସହିତ ଯେ କୌଣସି ମେସିନ ହ୍ୟାକ ହୋଇପାରେ। ଗଣତନ୍ତ୍ର ହ୍ୟାକରମାନଙ୍କୁ ନିୟନ୍ତ୍ରଣ କରିବାକୁ ଅନୁମତି ଦେଇପାରିବ କି? ଏହା ଏକ ମୌଳିକ ପ୍ରଶ୍ନ ଏବଂ ଏହାକୁ ସମସ୍ତ ପକ୍ଷଙ୍କୁ ସମାଧାନ କରିବାକୁ ପଡିବ।

Advertisment

ସେହିଭଳି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଇଭିଏମ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆମେରିକା ଏବଂ ଜାପାନରେ ବାଲାଟ ପେପର ବ୍ୟବସ୍ଥା ଅଛି। ସେଠାରେ ଯଦି ଏକ ମାସ ଧରି ମତଦାନ ହୁଏ ଏବଂ ଏକ ମାସ ଧରି ଭୋଟ ଗଣନା କରାଯାଏ, ତେବେ ଭାରତରେ କାହିଁକି ନୁହେଁ? ସମୟ ନିଅ ଏବଂ ଗଣନା କର, ତୁରନ୍ତ ଗଣତି କରି ଫଳଫଳ ପ୍ରକାଶ କରନାହିଁ। ବିଜେପି ସରକାର ଫଳାଫଳ ନେଇ କାହିଁକି ତରବର ହେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ଇଭିଏମ୍‌କୁ ଦାୟୀ କରିଛନ୍ତି। ଏହା ହେଉଛି ଇଭିଏମର ବିଜୟ, ଏହା ହେଉଛି ଇଭିଏମର ଆଦେଶ। ବାଲାଟ ପେପର ମାଧ୍ୟମରେ ଆଉ ଥରେ ନିର୍ବାଚନ କରାଯାଉ ବୋଲି ଜନସାଧାରଣ ଦାବି କରିଛନ୍ତି। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏହା କରନ୍ତୁ। ଇଭିଏମର ଫଳାଫଳ ଜନସାଧାରଣଙ୍କ ମତ ନୁହେଁ ବୋଲି ସେ କହିଛନ୍ତି।

Congress Assembly Polls EVM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe