Advertisment

ଇ.ଣ୍ଡି.ଆ ନାଁ ପରେ ବିରୋଧୀ ମେଣ୍ଟକୁ ମିଳିଲା ‘ଭାରତ’ ଟ୍ୟାଗ୍‌ ଲାଇନ୍‌

ମେଣ୍ଟର ନାଁ ଇ.ଣ୍ଡି.ଆ ଓ ଏହାର ଟ୍ୟାଗ ଲାଇନ ହେଉଛି ‘ଜିତିବ ଭାରତ’(ଇ.ଣ୍ଡି.ଆ ୱିଲ ୱିନ) ରଖାଯାଇଛି।

India

India

Advertisment

ଦେଶର ୨୬ ବିରୋଧୀ ଦଳ ବେଙ୍ଗାଲୁରୁରେ ବୈଠକ କରିବା ସହ ଇ.ଣ୍ଡି.ଆ ନାଁରେ ଏକାଠି କାମ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ବିରୋଧୀ ମେଣ୍ଟର ନାଁ ଇ.ଣ୍ଡି.ଆ ରହିଥିବା ବେଳେ ଏବେ ସେମାନଙ୍କୁ ଗୋଟିଏ ଟ୍ୟାଗ ଲାଇନ ମଧ୍ୟ ମିଳିଛି।

Advertisment

ମେଣ୍ଟର ନାଁ ଇ.ଣ୍ଡି.ଆ ଓ ଏହାର ଟ୍ୟାଗ ଲାଇନ ହେଉଛି ‘ଜିତିବ ଭାରତ’(ଇ.ଣ୍ଡି.ଆ ୱିଲ ୱିନ) ରଖାଯାଇଛି। ଏହି ନାଁ ଓ ଟ୍ୟାଗ ଲାଇନକୁ ପାଥେୟ କରି ବିରୋଧୀ ଦଳ ଗୁଡ଼ିକ ୨୦୨୪ରେ ବିଜେପି ନେତୃତ୍ୱାଧୀନ ଏନଡିଏ ସହ ଲଢ଼େଇ କରିବେ।

ବିରୋଧୀ ମେଣ୍ଟର ନାଁ ଇ.ଣ୍ଡି.ଆ ରହିବା ପରେ ଏହାର ଟ୍ୟାଗ ଲାଇନ କ’ଣ ରହିବ, ସେନେଇ ବିଳମ୍ବିତ ରାତିରେ କିଛି ବରିଷ୍ଠ ନେତା ଆଲୋଚନା କରିଥିଲେ। ଏହି ସମୟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ର ମୁଖ୍ୟ ଉଦ୍ଧବ ଠାକରେ ବିରୋଧୀ ମେଣ୍ଟ ଗୋଟିଏ ହିନ୍ଦୀ ଟ୍ୟାଗ୍‌ ଲାଇନ ବ୍ୟବହାର କରିବା ସପକ୍ଷରେ ମତ ରଖିଥିଲେ।

Advertisment

ଏହାପରେ ବରିଷ୍ଠ ନେତାମାନେ ଭାରତ ଜିତବ ବୋଲି ଟ୍ୟାଗ ଲାଇନ ଉପରେ ସହମତି ପ୍ରକାଶ କରିଥିଲେ। ଏବେ ବିରୋଧୀ ମେଣ୍ଟ ଇ.ଣ୍ଡି.ଆ ଓ ଭାରତ ଜିତବ ଟ୍ୟାଗ ଲାଇନ ସହ ନିଜର ସମସ୍ତ କାର୍ଯ୍ୟକ୍ରମ କରିବେ।

ବେଙ୍ଗାଲୁରୁରେ ବିରୋଧୀ ଦଳ ଗୁଡ଼ିକ ୧୭ ଓ ୧୮ ତାରିଖ ଦୁଇ ଦିନ ବୈଠକ କରିବା ପରେ ବିଜେପ ବିରୋଧରେ ଏକାଠି ଲଢ଼ିବାକୁ ରାଜି ହୋଇଛନ୍ତି। ଏଥିପାଇଁ ମେଣ୍ଟର ନାଁକୁ ଇ.ଣ୍ଡି.ଆ ବା Indian National Developmental Inclusive Alliance ରଖାଯାଇଛି। ଏହି ମେଣ୍ଟକୁ ଇ.ଣ୍ଡି.ଆ କୁହାଯାଉଥିବା ବେଳେ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇଣ୍ଡିଆ ମଧ୍ୟରେ ଲଢ଼େଇ ହେବ ବୋଲି ରାହୁଲ ଗାନ୍ଧି କହିଛନ୍ତି।

ଅନ୍ୟପକ୍ଷରେ ବିରୋଧୀଙ୍କ ମହାବୈଠକକୁ କାଉଣ୍ଟର କରିବା ପାଇଁ ବିଜେପି ମଧ୍ୟ ଦିଲ୍ଲୀରେ ସମାନ୍ତରଳ ଭାବେ ଏନଡିଏର ବୈଠକ କରିଥିଲା। ଏଥିରେ ୩୮ଟି ରାଜନୀତିକ ଦଳ ସାମିଲ ହୋଇଥିଲା। ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରି ବିରୋଧୀଙ୍କ ମହାମେଣ୍ଟକୁ ତୀବ୍ର ସମାଲୋଚନା କରିଥିଲେ।

Nda India Opposition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe