Advertisment

ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ‘ଇଣ୍ଡିଆ’!

ଦିନକୁ ଦିନ ବିରୋଧୀଙ୍କ ସ୍ୱର ଶାଣିତ ହେଉଥିବାରୁ ସରକାର ଏହାକୁ କାଉଣ୍ଟର କରିବା ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବଡ଼ବଡ଼ ବିଲ୍‌ ଆଣିବାକୁ ଯୋଜନା କରିଛନ୍ତି।

ଅଦ୍ୟତନ ହୋଇଛି
LokSabha

LokSabha

Advertisment

ମଣିପୁର ହିଂସା ଘଟଣାରେ ସରକାରଙ୍କୁ ଘେରୁଥିବା ବିରୋଧୀ ଏବେ ବଡ଼ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି। ସଂସଦର ମୌସୁମୀ ଅଧିବେଶନକୁ ୪ ଦିନ ପୂରିଥିଲେ ହେଁ ଏଯାଏ ଗୃହ କାର୍ଯ୍ୟ ମଣିପୁର ହିଂସା ପାଇଁ ଠପ ହୋଇ ରହିଛି।

Advertisment

ଦିନକୁ ଦିନ ବିରୋଧୀଙ୍କ ସ୍ୱର ଶାଣିତ ହେଉଥିବାରୁ ସରକାର ଏହାକୁ କାଉଣ୍ଟର କରିବା ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବଡ଼ବଡ଼ ବିଲ୍‌ ଆଣିବାକୁ ଯୋଜନା କରିଛନ୍ତି।

କିନ୍ତୁ ବିରୋଧୀ ଦଳ ଗୁଡ଼ିକର ମିଳିତ ମଞ୍ଚ I.N.D.I.A ବା ଇଣ୍ଡିଆ ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ସରକାରଙ୍କୁ ଘେରିବା ପାଇଁ I.N.D.I.A ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଣିବେ ବୋଲି ଜଣାପଡ଼ିଛି। ବାଚସ୍ପତିଙ୍କୁ ଏ ସଂକ୍ରାନ୍ତରେ ନୋଟିସ ଦିଆଯିବା ପ୍ରସ୍ତାବ ଉପରେ ଆଜି I.N.D.I.A ପକ୍ଷରୁ ହୋଇଥିବା ବୈଠକରେ ଆଲୋଚନା ହୋଇଛି। 

Advertisment

ମଣିପୁର ପ୍ରସଙ୍ଗରେ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଦାବି କରୁଥିବା ବେଳେ ସେ ମୁହଁ ଖୋଲୁ ନାହାନ୍ତି। ଏହି ଜିଦ୍‌ରେ ବିରୋଧୀ ଗୃହରେ ହଟ୍ଟଗୋଳ କରୁଥିବା ବେଳେ ସରକାର ମଧ୍ୟ ନିଜ ଜିଦରେ ଅଟଳ ରହିଛନ୍ତି। ଏବେ ପ୍ରଧାନମନ୍ତ୍ରୀ କେମିତି ମଣିପୁର ହିଂସା ସମ୍ପର୍କରେ ବିବୃତି ରଖିବେ, ସେନେଇ ରହିଥିବା ବିକଳ୍ପଗୁଡ଼ିକ ଉପରେ ଆଜି I.N.D.I.A ପକ୍ଷରୁ ହୋଇଥିବା ବୈଠକରେ ଆଲୋଚନା ହୋଇଥିଲା। 

ଶେଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତି ପାଇଁ ଅନାସ୍ଥା ପ୍ରସ୍ତାବ ଏକ ପ୍ରକାର ମାଧ୍ୟମ ବୋଲି ବିରୋଧୀ ଦଳଗୁଡ଼ିକ ଚିନ୍ତା କରିଛନ୍ତି। ତେଣୁ ସେମାନେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ବିରୋଧୀ ଭଲ ଭାବେ ଜାଣିଛନ୍ତି ଯେ ଅନାସ୍ଥା ପ୍ରସ୍ତାବକୁ ମାତ ଦେବାକୁ ସରକାରଙ୍କ ପାଖରେ ଆବଶ୍ୟକ ସାଂସଦ ରହିଛନ୍ତି। ହେଲେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବା ପୂର୍ବରୁ ଏହା ଉପରେ ବିତର୍କ ହେବ। ସବୁ ସାଂସଦ ଏପରି କି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦେଶରେ ଚାଲିଥିବା ଘଟଣା ଉପରେ ବିବୃତି ରଖିବେ। ସେହି ଆଶାରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରୁଛନ୍ତି।

ଅନ୍ୟପକ୍ଷରେ ରାଜ୍ୟସଭାରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ କରିଥିବା ରଣନୀତି ପୂର୍ବଭଳି ଜାରି ରହିବ। ରାଜ୍ୟସଭାରେ ଆଜି ବି ମଣିପୁର ତାତି ଦେଖିବାକୁ ମିଳିଥିଲା। ତେଣୁ ଅଧ୍ୟକ୍ଷ ଜଗଦୀପ ଧନକର ଗୃହକୁ ବାରମ୍ବାର ମୁଲତବୀ କରିଛନ୍ତି। ଲୋକସଭାରେ ମଧ୍ୟ ସମାନ ସ୍ଥିତି ଦେଖବାକୁ ମିଳିଛି।

Nda India Opposition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe