Advertisment

ଶ୍ରଦ୍ଧାଙ୍କ ସଂପର୍କରେ ତଦନ୍ତ ଦାବି କଲେ ବିରୋଧୀ ଦଳ ନେତା

‘ମୁଖ୍ୟମନ୍ତ୍ରୀ କହିଲେ, ଶ୍ରଦ୍ଧା ତାଙ୍କ ଫିଜିଓଥେରାପିଷ୍ଟ। ଏଥିରେ କୌଣସି ଆପତ୍ତି ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସହ କେଉଁ ହିସାବରେ ସେ ଭାଟିକାନ ସିଟି ଯାଇଥିଲେ? କେଉଁ ଅଧିକାରରେ ଯାଇଥିଲେ? ପୋପଙ୍କୁ କେମିତି ଭେଟିଲେ?’

ଅଦ୍ୟତନ ହୋଇଛି
BJD

BJD

Advertisment

ଛାଡ଼ିବା ମୁଡ୍‌ରେ ନାହାନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଆଜି ପୁଣି ଶାସକ ଦଳ ବିଜେଡି ଓ ରାଇଜ ମୁଖିଆଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି। ପୁଣି ଥରେ ଶ୍ରଦ୍ଧା ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହ ଶ୍ରଦ୍ଧାଙ୍କ ସମ୍ପର୍କରେ ତଦନ୍ତ ପାଇଁ ଦାବି କରିଛନ୍ତି ବିରୋଧୀ ଦଳ ନେତା।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ଜୟନାରାୟଣ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ କହିଲେ, ଶ୍ରଦ୍ଧା ତାଙ୍କ ଫିଜିଓଥେରାପିଷ୍ଟ। ଏଥିରେ କୌଣସି ଆପତ୍ତି ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସହ କେଉଁ ହିସାବରେ ସେ ଭାଟିକାନ ସିଟି ଯାଇଥିଲେ? କେଉଁ ଅଧିକାରରେ ଯାଇଥିଲେ? ପୋପଙ୍କୁ କେମିତି ଭେଟିଲେ? ପୋପ କେମିତି ତାଙ୍କୁ ଗିଫ୍ଟ ଦେଲେ? ମୁଖ୍ୟମନ୍ତ୍ରୀ ବିଭିନ୍ନ ଦେଶକୁ ଗସ୍ତ କରିଛନ୍ତି। କିନ୍ତୁ ସେ(ଶ୍ରଦ୍ଧା) ସବୁ ଦେଶକୁ ମୁଖ୍ୟମନ୍ତ୍ରୀଙ୍କ ସହ ଶ୍ରଦ୍ଧା କାହିଁକି ଯାଇନଥିଲେ? କେବଳ ଭାଟିକାନ ସିଟି କାହିଁକି ଗଲେ? ଭାଟିକାନ ସିଟିକୁ କେଉଁ ଉଦ୍ଦେଶ୍ୟରେ ଶ୍ରଦ୍ଧାଙ୍କୁ ନେଇ ଯାଇଥିଲେ ମୁଖ୍ୟମନ୍ତ୍ରୀ? ଆଗରୁ ଶ୍ରଦ୍ଧା କ’ଣ ଏବଂ କେଉଁଠି କାମ କରୁଥିଲେ? ମୁଖ୍ୟମନ୍ତ୍ରୀ କହିଲେ ତାଙ୍କ ଭଉଣୀ ଶ୍ରଦ୍ଧାଙ୍କୁ ପଠାଇଥିଲେ। ହେଲେ କେହି ଏମିତି ଖାଲି ପଠାଇଦେଲେ ହେବ ନାହିଁ। କାରଣ ମୁଖ୍ୟମନ୍ତ୍ରୀ ରାଜ୍ୟର ମୁଖ୍ୟ। ତେଣୁ ତାଙ୍କ ସୁରକ୍ଷା ଏକ ବଡ଼ ଦାୟିତ୍ଵ। ତାହେଲେ ଯେ କେହି ଆସି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପଶିଯିବ କି? ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ପାଇଁ ଶ୍ରଦ୍ଧାଙ୍କୁ ନିୟୋଜିତ କରାଯାଇଛି ବୋଲି କୁହାଗଲା। ହେଲେ ଶ୍ରଦ୍ଧାଙ୍କ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତଦନ୍ତ କରି ନିଯୁକ୍ତି ଦେଇଛି କି? ଶ୍ରଦ୍ଧାଙ୍କର ସୁରକ୍ଷା ଯାଞ୍ଚ କରାଯାଇଛି କି ନାହିଁ? ଏ ସବୁର ତଦନ୍ତ ହେବାର ଆବଶ୍ୟକତା ଅଛି ବୋଲି ଜୟନାରାୟଣ କହିଛନ୍ତି।

ସେ କହିଛନ୍ତି, ବିରୋଧୀ ଦଳକୁ ମୁଖ୍ୟମନ୍ତ୍ରୀ ଜନବିରୋଧୀ ବୋଲି କହିଛନ୍ତି। ଗଣତନ୍ତ୍ରରେ ଶାସକ ଦଳ ରହିବେ। ବିରୋଧୀ ଦଳ ମଧ୍ୟ ରହିବେ। ସରକାରଙ୍କ ଦୋଷ ତ୍ରୁଟି ଧରିଲେ ବିରୋଧୀଙ୍କୁ ଜନବିରୋଧୀ କହୁଛନ୍ତି। ଆମେ ଜନ ବିରୋଧୀ ହୋଇଥିଲେ ଲୋକ ଆମକୁ ଜିତାଇଥାନ୍ତେ କେମିତି? ମୁଖ୍ୟମନ୍ତ୍ରୀଙ୍କ ଏ ଉକ୍ତି ସମ୍ବିଧାନ ବିରୋଧୀ, ସେ ନିଜେ ଜନବିରୋଧୀ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।

Advertisment

ଜୟନାରାୟଣଙ୍କ ମନ୍ତବ୍ୟ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।

Naveen Patnaik Jaynarayan Mishra BjD State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe