/odisha-reporter/media/post_attachments/uploadimage/library/16_9/16_9_0/BJD_1721663258.jpg)
BJD
ବିଧାନସଭା ପ୍ରଥମ ଦିନରୁ ଆଟାଙ୍କି ମୋଡ୍ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରାଜ୍ୟପାଳଙ୍କ ପୁଅ ଓ ASO ବିବାଦକୁ ନେଇ ରାଜ୍ୟ ସରକାରକୁ ଘେରିଛନ୍ତି। ସରକାରୀ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ବର୍ତ୍ତମାନର ସରକାର ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନନେବା ଦୁର୍ଭାଗ୍ୟଜନକ। ଏହା ମୋତେ ଆଘାତ ଦେଇଛି ବୋଲି ନବୀନ କହିଛନ୍ତି।
ଗଣମାଧ୍ୟମକୁ ନବୀନ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଲା ଭଳି ଲାଗୁଛି। ମୁଁ ସରକାରରେ ଥିବା ସମୟରେ ବିଧାୟକ, ମନ୍ତ୍ରୀ କିମ୍ବା ଉଚ୍ଚ ପଦସ୍ତ ସରକାରୀ ଅଧିକାରୀ ଯିଏ ଆଇନ ଭାଙ୍ଗୁଥିଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଥିଲି। ରାଜ୍ୟ ସରକାର ଆଇନ ଅନୁଯାୟୀ ପଦକ୍ଷେପ ନେବା ଆବଶ୍ୟକ ବୋଲି ନବୀନ କହିଥିଲେ।
ନବୀନ ପଟ୍ଟନାୟକଙ୍କ ଅଭିଯୋଗ ନେଇ ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ରାଜ୍ୟପାଳଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲାପାଳ ୧୫ ଦିନ ଭିତରେ ସେହି ଘଟଣାର ତଦନ୍ତ ରିପୋର୍ଟ ଦେବେ। ସେହି ରିପୋର୍ଟ ଆଧାରରେ ଯିଏ ବି ଦୋଷୀ ହୁଅନ୍ତୁ, ସେ ଯେତେ ବଡ଼ ଲୋକ ହୁଅନ୍ତୁ ନା କାହିଁକି, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ବିଜେଡିକୁ ଟାର୍ଗେଟ କରି ଆଇନ୍ ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ତାଙ୍କ ଦଳର ନେତୃତ୍ୱ ଓ ବିଧାୟକମାନେ ବାଧକ ସାଜୁଥିଲେ। ହେଲେ ମୋହନ ମାଝୀ ସରକାର ଆଇନ ଶୃଙ୍ଖଳା ବ୍ୟବସ୍ଥା ଯେପରି କୌଣସି ପ୍ରକାରେ ବ୍ୟାହତ ନହୁଏ, ସେଦିଗରେ ସଚେତନ ଓ ପ୍ରତିଶ୍ରୁତି ବଦ୍ଧ। ବିରୋଧୀ ଦଳ ଧୈର୍ଯ୍ୟ ଧରିବା ଦରକାର ବୋଲି କଟାକ୍ଷ କରିଛନ୍ତି ପୃଥ୍ୱୀରାଜ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
