Advertisment

ଗର୍ଜିଲେ ବିରୋଧୀ ଦଳ ନେତା, କହିଲେ - ମୁଖ୍ୟମନ୍ତ୍ରୀଙ୍କ ବିବୃତିରେ କ୍ଲାରିଟି ନାହିଁ

ଦୀର୍ଘ ଦିନର ନିରବତା ପରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଥିବା ବେଳେ ଏହାକୁ ଟାର୍ଗେଟ କରିଛନ୍ତି ବିରୋଧୀ ।

ଅଦ୍ୟତନ ହୋଇଛି
Leader of oppositin & cm

Leader of oppositin & cm

Advertisment

ଦୀର୍ଘ ଦିନର ନିରବତା ପରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଥିବା ବେଳେ ଏହାକୁ ଟାର୍ଗେଟ କରିଛନ୍ତି ବିରୋଧୀ । CMO କାହାକୁ କହନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।

Advertisment

ଗଣମାଧ୍ୟମକୁ ଉତ୍ତର ଦେବା ବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗର୍ଜିବା ସହ କହିଛନ୍ତି, ବିଧାନସଭାରେ ପ୍ରଥମ କରି ବିରୋଧୀଦଳ ନେତାଙ୍କ ଲାଇନ୍‌ କାଟିଦିଆଗଲା । ମୁଁ କହୁଥିଲା ବେଳେ ମୋର ଲାଇନ୍‌ କାଟି ଦିଆଗଲା । ସିଏମ୍ଓ କାହାକୁ କହନ୍ତି, ଜଣେ ସଚିବ କଣ ଅଫିସ୍ କି ବୋଲି ସେ ପ୍ରଶ୍ନ ପଚାରିଛନ୍ତି। ଏଥିସହ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିବୃତିରେ କୌଣସି କ୍ଲାରିଟି ନାହିଁ।

ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ୍ ଦେଇଛନ୍ତି, ସେ ଉତ୍ତର ଦାୟୀ । ମୁଖ୍ୟମନ୍ତ୍ରୀ ଯେତେବେଳେ ମନ୍ତ୍ରୀଙ୍କୁ ଦେଖା କରୁ ନାହାନ୍ତି ସେ ଲୋକଙ୍କୁ କଣ ଦେଖା କରିବେ । ନାଉରୀ ନାଏକ ଓ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନ କାହିଁକି ରିଜେକ୍ଟ ହେଲା । ଯଦି ରିଜେକ୍ଟ କଲେ ୫ ଦିନ ପୂର୍ବରୁ ଜଣାଇବା କଥା, କାହିଁକି କଲେନି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।

Advertisment

ଏଥିସହ ସେ କହିଛନ୍ତି, ଖଣ୍ଡପଡ଼ାର ତାଙ୍କ ଦଳ ବିଧାୟକ 5T ସଚିବଙ୍କ ଗସ୍ତ କଥା କହିଛନ୍ତି । ଚନ୍ଦ୍ରଯାନ ଖର୍ଚ୍ଚ ସହ 5T ସଚିବଙ୍କ ଗସ୍ତ ଖର୍ଚ୍ଚ ସମାନ ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ତେଣୁ ଆମେ ଏନେଇ ଗୃହରେ ପ୍ରଶ୍ନ କରିଥାନ୍ତୁ । ହେଲେ ଶାସକ ଦଳ ଏହା କରାଇ ଦେଉ ନାହାନ୍ତି । ଏଠାରେ ଗଣତନ୍ତ୍ରକୁ ହତ୍ୟା କରି ଅଫିସର ଶାସନ ଚାଲିଛି । ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି। ରାଜ୍ୟରେ ବିଧାନସଭାର ଆବଶ୍ୟକତା ନାହିଁ। ମୁଲତବୀକୁ ଗ୍ରହଣ କରାଯାଉନାହିଁ, ପ୍ରଶ୍ନର ଉତ୍ତର ମିଳୁନି। ମୋତେ କହିବାର ସୁଯୋଗ ଦିଆଗଲା ନାହିଁ। ମାଇକକୁ ବନ୍ଦ କରିଦିଆଗଲା।

କେବଳ ସେତିକି ନୁହେଁ, ଜୟନାରାୟଣ ମିଶ୍ର କହିଛନ୍ତି, କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କ ସହ ୫T ସଚିବ ଆଲୋଚନା କରୁଛନ୍ତି। ଉଭୟ ଦଳର ନୈତିକତା ନାହିଁ। ସଚିବଙ୍କ ଗସ୍ତ ମନ୍ତ୍ରୀମାନେ ବୁଝୁଛନ୍ତି। ଗାଡିରେ ଲୋକଙ୍କୁ ବୁହାଯାଉଛି। ଜିଲ୍ଲା ଏସପି, କଲେକ୍ଟର ଦଳର ଜିଲ୍ଲା ସଭାପତି ଓ ସମ୍ପାଦକ ଭାବେ କାମ କରୁଛନ୍ତି। ପ୍ରକୃତରେ ଯଦି ଲୋକଙ୍କ ସମସ୍ୟା ସେ ଶୁଣୁଛନ୍ତି ତାହାଲେ କାହିଁକି ଆଜି ରାଜରାସ୍ତାରେ ସରକାରୀ କର୍ମଚାରୀ ଧାରଣା ଦେଉଛନ୍ତି। 5T ସଚିବ ନିର୍ବାଚନୀ ପ୍ରଚାର ପାଇଁ ଯାଉଛନ୍ତି।

ଯିଏ ସମାଲୋଚନା କରୁଛି, ତା ପ୍ରତି ପ୍ରତିହିଂସା ପରାୟଣ ହେଉଛନ୍ତି। ଗଣ ମାଧ୍ୟମ କଣ୍ଠରୋଧ କରାଯାଉଛି। ବିଜେଡ଼ି ଓ ବିଜେପି ଭିତରେ ସଲାସୁତୁରା ଚାଲିଛି। ମଣିପୁର ଇସ୍ୟୁରେ ମୁଖ୍ୟମନ୍ତ୍ରୀ ଚୁପ୍ ରହିବା ସହ ଏବେ ପ୍ରଧାନମନ୍ତ୍ରୀଙ୍କୁ ୧୦ ରୁ ୮ ମାର୍କ ଦେଇଛନ୍ତି। ଏହା ଦୁର୍ଭାଗ୍ୟଜନକ।

ଏନେଇ ବିଜେଡି ବିଧାୟକ ଭୂପିନ୍ଦର ସିଂ କହିଛନ୍ତି, ବିରୋଧୀ ସବୁବେଳେ ଏହି ଅଭିଯୋଗ ଆଣୁଛନ୍ତି। ନୂଆ କିଛି ନାହିଁ। ସମସ୍ତଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଶାସନ ଚଳାଇଛନ୍ତି। ସେଥିଲାଗି ୨୩ ବର୍ଷ ହେବ ସାଧାରଣ ଲୋକେ ଶାସନରେ ନବୀନଙ୍କୁ ବସେଇଛନ୍ତି।

ଅଭିଯୋଗ ଶୁଣାଣୀ ପାଇଁ 5T ସଚିବଙ୍କ ଗସ୍ତ ଖର୍ଚ୍ଚ ନେଇ ଜବାବ୍ ଦେଲେ ମୁଖ୍ୟମନ୍ତ୍ରୀ। ସବୁ ଲୋକ ସେଠାକୁ ଆସୁଥିଲେ। କେବଳ ବିଜେଡ଼ି ଲୋକ ଆସୁ ନଥିଲେ। ଜନପ୍ରତିନିଧି ସବୁଠୁ ବଡ଼। ମୁଖ୍ୟ ମନ୍ତ୍ରୀ ତ ବଡ। ତାଙ୍କ ନିର୍ଦ୍ଦେଶରେ ଯେଉଁ କାମ ହେବ । ସେଥିରେ ସଚିବ ବଡ କଥା ଉଠୁଛି କେଉଁଠି।

Bjp Naveen Patnaik Odisha Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe