Advertisment

ଭୋଟ ଚୋରି ପ୍ରସଙ୍ଗ: ନିର୍ବାଚନ କମିଶନରଙ୍କ ବିରୋଧରେ ଆସିବ ମହାଭିଯୋଗ ପ୍ରସ୍ତାବ!

ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣି ପାରନ୍ତି ବିରୋଧୀ।

author-image
Hemant Lenka
Gyanesh Kumar

Gyanesh Kumar

ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣି ପାରନ୍ତି ବିରୋଧୀ। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଗୁଡ଼ିକ ଏହା ଉପରେ ବିଚାର କରୁଥିବା ଜଣାପଡ଼ିଛି। ଭୋଟ ଚୋରି ଅଭିଯୋଗ ପ୍ରସଙ୍ଗରେ ବିରୋଧୀ ଏପରି ପଦକ୍ଷେପ ନେଇ ପାରନ୍ତି।

Advertisment

କଂଗ୍ରେସର ରାଜ୍ୟସଭା ସାଂସଦ ଇମ୍ରାନ ପ୍ରତାପଗଡ଼ି ଏ ପ୍ରସଙ୍ଗରେ କହିଛନ୍ତି, “ଆମେ ଖୁବଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି ନେବୁ।” ବିରୋଧୀ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ବିଚାର କରୁଥିଲେ ହେଁ ଏହା ସଂସଦରେ ପାରିତ ହେବା ବେଶ ମୁସ୍କିଲ। କାରଣ ମହାଭିଯୋଗ ପ୍ରସ୍ତାବ ମାଧ୍ୟମରେ ନିର୍ବାଚନ କମିଶନରଙ୍କୁ ବହିଷ୍କାର ପାଇଁ ସଂସଦରେ ଦୁଇ ତୃତୀୟାଂଶଙ୍କ ସହମତି ଆବଶ୍ୟକ। ଯଦିଓ ବିରୋଧୀ ଏ ସଂକ୍ରାନ୍ତରେ ନୋଟିସ ଆଣିବେ, କିନ୍ତୁ ଏହା ପାରିତ ହୋଇପାରିବ ନାହିଁ। କାରଣ ସଂସଦରେ ବିରୋଧୀଙ୍କ ପାଖରେ ଦୁଇ ତୃତୀୟାଂଶ ସଂଖ୍ୟା ନାହିଁ। 

ଭୋଟି ଚୋରି ପ୍ରସଙ୍ଗକୁ ନେଇ ରାଜନୀତିକ ସରଗରମ ରହିଥିବା ବେଳେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ରବିବାର ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ଭୋଟ ଜାଲିଆତିକୁ ଦୃଢ଼ ଭାବେ ଖଣ୍ଡନ କରିଥିଲେ। ଭୋଟ ଚୋରି ଭଳି ସାଂଘାତିକ ଅଭିଯୋଗ ଆଣିଥିବା ବିରୋଧୀ ଦଳର ନେତା ରାହୁଲ ଗାନ୍ଧିଙ୍କ ନାଁ ନେଇ ସେ ତାଙ୍କୁ ସମାଲୋଚନା କରିଥିଲେ।

Advertisment

ସେ କହିଥିଲେ ଯେ ୭ ଦିନ ମଧ୍ୟରେ ସତ୍ୟପାଠ ଦାଖଲ କରାଯାଉ ଅବା ଦେଶକୁ କ୍ଷମା ପ୍ରାର୍ଥନା କରାଯାଉ। ଏହା ବାଦ୍‌ ତୃତୀୟ ବିକଳ୍ପ ନାହିଁ। ଯଦି ୭ ଦିନ ମଧ୍ୟରେ ଆମେ ସତ୍ୟପାଠ ନପାଉ, ତା’ହେଲେ ତା’ର ଅର୍ଥ ହେବ ଯେ ଯେଉଁ ସବୁ ଅଭିଯୋଗ ଅଣାଯାଇଥିଲା, ସେଗୁଡ଼ିକ ମିଛ।

‘ଭୋଟ ଚୋରି’ ଭଳି ଭୁଲ ଶବ୍ଦର ବ୍ୟବହାର କରି ଜନତାଙ୍କୁ ଭ୍ରମିତ କରିବାର ଅସଫଳ ପ୍ରୟାସ କରାଯାଉଛି। ଏହା ଭାରତର ସମ୍ବିଧାନ ପ୍ରତି ଅପମାନ ନୁହେଁ ତ ଆଉ କ’ଣ ବୋଲି ଜ୍ଞାନେଶ କୁମାର ପ୍ରଶ୍ନ କରିଥିଲେ।

Opposition Eci Gyanesh Kumar