Advertisment

ମଣିପୁର ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ ଦଳର ସାଂସଦ

ରାଷ୍ଟ୍ରପତି ମୁର୍ମୁଙ୍କ ପାଖରେ ସ୍ମାରକପତ୍ର ଦାଖଲ କରି ବିରୋଧୀ ମେଣ୍ଟର ୩୧ ଜଣ ସାଂସଦ ହରିଆଣାର ନୁହ୍‌ରେ ସୃଷ୍ଟି ହୋଇଥିବା ସାଂପ୍ରଦାୟିକ ହିଂସା କଥା ମଧ୍ୟ ଉଠାଇଛନ୍ତି।

author-image
Hemant Lenka
President Murmu

President Murmu

ମଣିପୁର ପ୍ରସଙ୍ଗରେ ଆଜି ବିରୋଧୀ ଦଳର ସାଂସଦମାନଙ୍କ ଗୋଟିଏ ପ୍ରତିନିଧି ଦଳ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ସେମାନେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ବିବୃତି ରଖନ୍ତୁ ବୋଲି ଦାବି କରି ଗୋଟିଏ ସ୍ମାରକପତ୍ର ରାଷ୍ଟ୍ରପତିଙ୍କୁ ଦେଇଛନ୍ତି।

Advertisment

ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଂସା କ୍ଷତିଗ୍ରସ୍ତ ମଣିପୁର ଗସ୍ତ କରି ଶାନ୍ତି ପ୍ରତିଷ୍ଠା ପାଇଁ ଚେଷ୍ଟା କରନ୍ତୁ ବୋଲି ବିରୋଧୀ ସାଂସଦମାନେ ରାଷ୍ଟ୍ରପତି ମୁର୍ମୁଙ୍କ ଆଗରେ ଦାବି ଉପସ୍ଥାପନ କରିଛନ୍ତି।

ରାଷ୍ଟ୍ରପତି ମୁର୍ମୁଙ୍କ ପାଖରେ ସ୍ମାରକପତ୍ର ଦାଖଲ କରି ବିରୋଧୀ ମେଣ୍ଟର ୩୧ ଜଣ ସାଂସଦ ହରିଆଣାର ନୁହ୍‌ରେ ସୃଷ୍ଟି ହୋଇଥିବା ସାଂପ୍ରଦାୟିକ ହିଂସା କଥା ମଧ୍ୟ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଫିସ ନିକଟରୁ ମାତ୍ର ୧୦୦ କିମି ଦୂରରେ ଏତେ ବଡ଼ ଘଟଣା ଘଟିଥିଲେ ହେଁ କେନ୍ଦ୍ର ସରକାର ଏହାକୁ ନେଇ ଆଦୌ ଚିନ୍ତିତ ନୁହନ୍ତି ବୋଲି ସେମାନେ ରାଷ୍ଟ୍ରପତିଙ୍କୁ ଜଣାଇଛନ୍ତି।

Advertisment

ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିବା ପରେ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଏହି ପ୍ରତିନିଧି ମଣ୍ଡଳରେ ଥିବା ସାଂସଦମାନଙ୍କ ମଧ୍ୟରୁ ଅନେକ ମଣିପୁର ଗସ୍ତ କରିଥିଲେ। ସେମାନେ ପୂରା ସ୍ଥିତି ସମ୍ପର୍କରେ ରାଷ୍ଟ୍ରପତି ମୁର୍ମୁଙ୍କୁ ସୂଚନା ଦେଇଛନ୍ତି। ଏଥିସହ ଘଟଣାକୁ ନେଇ ସେମାନେ ନିଜ ଚିନ୍ତା ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିବା ସେ କହିଛନ୍ତି ।

ସ୍ମାରକପତ୍ରରେ ବିରୋଧୀ ଦଳର ସାଂସଦମାନେ କହିଛନ୍ତି, “ଆପଣ ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ପ୍ରସଙ୍ଗରେ ସଂସଦରେ ବିବୃତି ରଖିବାକୁ କୁହନ୍ତୁ ବୋଲି ଆମେ ଆପଣଙ୍କୁ ଅନୁରୋଧ କରୁଛୁ। ଏହାପରେ ଗୋଟିଏ ବିସ୍ତୃତ ଓ ଗଠନମୂଳକ ବିତର୍କ ଏହି ପ୍ରସଙ୍ଗରେ ହେବ। ଏଥିସହ ଶାନ୍ତି ପ୍ରତିଷ୍ଠା ପାଇଁ ଆପଣ ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ଗସ୍ତ କରିବାକୁ ମଧ୍ୟ କୁହନ୍ତୁ।”

President Of India Opposition Manipur Violence