Advertisment

ପୀୟୂଷ ଗୋଏଲଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ

ଆଜି ରାଜ୍ୟସଭା ବାରମ୍ବାର ମୁଲତବୀ ହେଉଥିବା ବେଳେ ଶାସକ ଦଳ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଭାରତରେ ଚାଇନା ନୀତିର ପ୍ରଚାର ସମ୍ପର୍କିତ ଖବର ଉଠାଇଥିଲା।

RS

RS

Advertisment

ରାଜ୍ୟସଭାର ନେତା ତଥା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ବିରୋଧରେ ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦମାନେ ସ୍ୱାଧିକାର ଭଙ୍ଗ ନୋଟିସ ଦେଇଛନ୍ତି। ସେ ବିରୋଧୀଙ୍କ ପ୍ରତି ବିଶ୍ୱାତଘାତକା ବା ଧୋକାବାଜ ବା ବେଇମାନ ଶବ୍ଦ ପ୍ରୟୋଗ କରିଥିବାରୁ ତାଙ୍କ ବିରୋଧରେ ଏପରି ପଦକ୍ଷେପ ନିଆଯାଇଛି। କଂଗ୍ରେସ ସାଂସଦ ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି। ଏଥିସହ ପୀୟୂଷ ଗୋଏଲ ଗୃହରେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି।

Advertisment

ସେ ଟ୍ୱିଟ କରି କହଛନ୍ତି, “ଆଜି ଦିନ ୧ଟାରେ ଇଣ୍ଡିଆ ପାର୍ଟିର ରାଜ୍ୟସଭା ନେତା ଗୃହର ନେତା ପୀୟୂଷ ଗୋଏଲଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଦାଖଲ କରିଛନ୍ତି। ସେ ସମସ୍ତ ବିରୋଧୀଙ୍କୁ ବିଶ୍ୱାସଘାତକ କହିଛନ୍ତି। ଏଥିପାଇଁ ତାଙ୍କୁ ଗୃହରେ କ୍ଷମା ମାଗିବାକୁ ପଡ଼ିବ। ଗୃହ ଚାଲିବା କ୍ଷଣି ଏହି ଦାବି ରହିବ।”

ଆଉ ଏକ ଟ୍ୱିଟରେ ସେ ସୂଚନା ଦେଇଛନ୍ତି ଯେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ମୋଦି ସରକାର ବାରମ୍ବାର ମନା କରିବା ସହ ସହମତ ପ୍ରସ୍ତାବରେ ରାଜି ହେଉ ନାହାନ୍ତି। ତେଣୁ ବିରୋଧୀ ଆଜିର କାର୍ଯ୍ୟ ଦିବସ ଶେଷ ହେବା ପୂର୍ବରୁ କକ୍ଷତ୍ୟାଗ କରିଥିବା ସେ କହିଛନ୍ତି।

Advertisment

ଆଜି ରାଜ୍ୟସଭା ବାରମ୍ବାର ମୁଲତବୀ ହେଉଥିବା ବେଳେ ଶାସକ ଦଳ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଭାରତରେ ଚାଇନା ନୀତିର ପ୍ରଚାର ସମ୍ପର୍କିତ ଖବର ଉଠାଇଥିଲା। ଏହା ପଛରେ କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକ ରହିଛନ୍ତି ବୋଲି ଶାସକ ଦଳର ସାଂସଦମାନେ କହିଥିଲେ।

ଏହି ସମୟରେ ଗୋଏଲ କହିଥିଲେ, “କଂଗ୍ରେସ ଓ ଏହାର ଅଂହକାରୀ ଦଳଗୁଡ଼ିକ ଚାଇନିଜ ମିଡିଆକୁ ସମର୍ଥନ କରୁଛନ୍ତି। ସେମାନେ ଷଡ଼ଯନ୍ତ୍ର କରୁଛି। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହି ପ୍ରସଙ୍ଗ ଗୃହରେ ଆଲୋଚନା ହେବା ଦରକାର। ଅହଂକାରୀ ମେଣ୍ଟ କରିଥିବା ଦଳଗୁଡ଼ିକ ପରସ୍ପରକୁ ସହଯୋଗ କରୁଛନ୍ତି।

ଦେଶ ବିରୋଧୀ ଅପପ୍ରଚାର ପାଇଁ ସେମାନେ ଅର୍ଥ ଦେଉଛନ୍ତି। କମ୍ୟୁନିଷ୍ଟ ପାର୍ଟି ଓ ଚାଇନା ସହ ରାହୁଲ ଗାନ୍ଧିଙ୍କ ସମ୍ପର୍କ କ’ଣ? ସେମାନେ ଭାରତ ସହ ଅଛନ୍ତି କି ଚାଇନା ସହ ଅଛନ୍ତି, ସେକଥା ଦେଶ ଜାଣିବାକୁ ଚାହୁଁଛି।”

ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ ନିଜ୍ୟୁ କ୍ଲିକ ସମ୍ପର୍କିତ ରିପୋର୍ଟ କଥା ଉଠାଇବା ପରେ ଗୋଏଲ ଏପରି କହିଥିଲେ। ଏହାକୁ ନେଇ ବେଶ ହଟ୍ଟଗୋଳ ହୋଇଥିଲା।

ତେବେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହେବା ପରେ ଅଧ୍ୟକ୍ଷ ଗୃହକୁ ଅବଗତ କରାଇଥିଲେ ଯେ ଜୟରାମ ରମେଶ ତାଙ୍କୁ ଚ୍ୟାମ୍ବରରେ ଭେଟିଛନ୍ତି ଓ ଗୋଏଲ ଗୃହରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଏହାର ଯାଞ୍ଚ କରାଯାଉଛି ଓ ଗୃହର ରେକର୍ଡକୁ ଏହା ଯିବନାହିଁ ବୋଲି ଅଧ୍ୟକ୍ଷ କହିଛନ୍ତି।

Piyush Goyal Rajyasabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe