Advertisment

ମଣିପୁର ଯିବେ ବିରୋଧୀ ମେଣ୍ଟର ୨୦ ସାଂସଦ, ସ୍ଥିତି ପରଖିବେ ଓ ସରକାରଙ୍କୁ ପ୍ରସ୍ତାବ ଦେବେ

ଏହି ପ୍ରତିନିଧି ମଣ୍ଡଳ ମଣିପୁର ଯାଇ ସେଠାକାର ସ୍ଥିତି ପରଖିବେ। ହିଂସାର ପ୍ରକୃତ ସ୍ଥିତିକୁ ଜାଣିବା ପରେ ଏହାର ତଥ୍ୟ ସରକାର ଓ ସଂସଦ ଆଗରେ ଉପସ୍ଥାପନ କରିବେ।

INDIA

INDIA

Advertisment

ନିକଟରେ ଗଠନ ହୋଇଥିବା ବିରୋଧୀ ମେଣ୍ଟ ଇଣ୍ଡିଆର ୨୦ ଜଣ ସାଂସଦନ ହିଂସା କ୍ଷତିଗ୍ରସ୍ତ ମଣିପୁର ଯିବେ। ଆସନ୍ତାକାଲି ବିରୋଧୀଙ୍କ ଏହି ପ୍ରତିନିଧି ମଣ୍ଡଳ ମଣିପୁର ଯାଇ ସେଠାକାର ସ୍ଥିତି ପରଖିବେ। ହିଂସାର ପ୍ରକୃତ ସ୍ଥିତିକୁ ଜାଣିବା ପରେ ଏହାର ତଥ୍ୟ ସରକାର ଓ ସଂସଦ ଆଗରେ ଉପସ୍ଥାପନ କରିବେ। ଏଥିସହ ହିଂସା ରୋକିବା ପାଇଁ ଉପଯୁକ୍ତ ପ୍ରସ୍ତାବ ବି ଦେବେ।

Advertisment

ଗସ୍ତ ପୂର୍ବରୁ ଲୋକସଭାରେ କଂଗ୍ରେସର ଉପ ନେତା ଗୌରବ ଗୋଗୋଇ ମଣିପୁର ହିଂସାର ତଦନ୍ତର ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ଅଧୀନରେ କରିବାକୁ ଦାବି କରିଛନ୍ତି। ମଣିପୁର ଯିବାକୁ ଥିବା ୨୦ ଜଣିଆ ପ୍ରତିନିଧି ମଣ୍ଡଳରେ କଂଗ୍ରେସରୁ ଅଧୀର ରଞ୍ଜନ ଚୌଧୁରୀ, ଗୌରବ ଗୋଗୋଇ, ଟିଏମସରୁ ସୁସ୍ମିତା ଦେବ, ଜେଏମଏମରୁ ମହୁଆ ମାଝୀ, ଡିଏମକେରୁ କାନିମୋଝି, ଏନସିପରୁ ମହମ୍ମଦ ଫୈଜଲ, ଆରଏଲଡିରୁ ଜୟନ୍ତ ଚୌଧୁରୀ, ଆରଜେଡିରୁ ମନୋଜ ଝା, ଆରଏସ୍‌ପିରୁ ଏନକେ ପ୍ରେମାଚନ୍ଦ୍ରନ ଓ ଭିଚିକେରୁ ଟି ଥିରୁମାବାଲାଭନ ପ୍ରମୁଖ ରହିଛନ୍ତି।

ଏମାନଙ୍କ ବ୍ୟତୀତ ଜେଡିୟୁ ମୁଖ୍ୟ ରାଜୀବ ରଞ୍ଜନ ସିଂହ, ଅନୀଲ ପ୍ରସାଦ ହେଗେଡ, ସିପିଆର ସନ୍ଦୋଶ କୁମାର, ସିପିଆଇ(ଏମ) ଏଏ ରହିମ, ସପାର ଜାଭେଦ ଅଲୀ ଖାନ, ଆଇୟୁଏମଏଲର ଇଟି ମହମ୍ମଦ ବଶୀର, ଆପ୍‌ର ସୁଶୀଲ ଗୁପ୍ତା, ଶିବସେନା(ୟୁବିଟି)ର ଅରବିନ୍ଦ ସାୱନ୍ତ, ଡିଏମକେର ଡି ରବିକୁମାର ଓ କଂଗ୍ରେସର ଫୁଲୋ ଦେବି ନେତାମ ମଧ୍ୟ ମଣିପୁର ଯିବେ।

Advertisment

ଗୋଗୋଇ କହିଛନ୍ତି, “ମଣିପୁରରେ ସବୁ କିଛି ଠିକ ଚାଲିଛି ବୋଲି ବିଜେପି ଗୋଟିଏ ଧାରଣା ସୃଷ୍ଟି କରିବାକୁ ଚାହୁୱଛି। କିନ୍ତୁ ଏହା ହିଂସା ଜାରି ରହିଥିବା ବେଳେ ସମ୍ଭବ ନୁହେଁ। ଏଥିପାଇଁ ଆମେ ଘଟଣାର ତଦନ୍ତ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧୀନରେ କରିବାକୁ ଚାହୁଁଛୁ।

ରାଜ୍ୟର ସରକାର କାହିଁକି ଫେଲ ମାରିଲେ? ଅସ୍ତ୍ରଶସ୍ତ୍ର କେଉଁଠୁ ଆସିଲା ଓ ପ୍ରଶାସନ କ’ଣ କରୁଥିଲା? ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ନିଜେ ମାନିଛନ୍ତି ଯେ ୧୦୦ରୁ ଅଧିକ ଏଫଆଇଆର ହୋଇଛି। ତେବେ କାହିଁକି ୨ ମାସ ହେଲା ପ୍ରଶାସନ ଶୋଇଥିଲା?

ତେଣୁ ଘଟଣାର ତଦନ୍ତ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧୀନରେ ହେବା ଦରକାର ଓ ଇଣ୍ଡିଆର ସାଂସଦମାନେ ମଣିପୁର ଗସ୍ତ କରିବେ। ଏହି ପ୍ରତିନିଧି ଦଳ ପ୍ରକୃତ ସତ୍ୟକୁ ଯାଞ୍ଚ କରି ସଂସଦ ଆଗରେ ଉପସ୍ଥାପନ କରିବ।”

India Nda Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe