Advertisment

ଭୋଟର ଲିଷ୍ଟ ଜାଲିଆତି: ‘ମିନ୍ତା ଦେବୀ’ଙ୍କ ଫଟୋ ଥିବା ଟି-ଶାର୍ଟ ପିନ୍ଧି ବିରୋଧୀ ସାଂସଦଙ୍କ ବିକ୍ଷୋଭ

ଧଳା ରଙ୍ଗର ଟି-ଶାର୍ଟର ସାମ୍ନାରେ ମିନ୍ତା ଦେବୀଙ୍କ ଫଟୋ ରହିଥିବା ବେଳେ ପଛରେ ୧୨୪ ନଟ ଆଉଟ ଲେଖା ଯାଇଛି।

Priyanka

Priyanka

Advertisment

କର୍ଣ୍ଣାଟକାରେ ଭୋଟ ଚୋରି ପରେ ବିହାର ଭୋଟର ତାଲିକାରେ ଜାଲିଆତି ହୋଇଥିବା ଅଭିଯୋଗ କରି ଦିଲ୍ଲୀରେ ଆଜି ପୁଣି ରଣହୁଙ୍କାର ଦେଇଛନ୍ତି ବିରୋଧୀ। ଆଜି ବିରୋଧୀ ଦଳର ସାଂସଦମାନେ ‘ମିନ୍ତା ଦେବୀ’ଙ୍କ ଫଟୋ ଓ ନାଁ ଥିବା ଟି-ଶାର୍ଟ ପିନ୍ଧି ଭୋଟ ଜାଲିଆତିର ଅଭିଯୋଗ ଆଣିଛନ୍ତି। ଧଳା ରଙ୍ଗର ଟି-ଶାର୍ଟର ସାମ୍ନାରେ ମିନ୍ତା ଦେବୀଙ୍କ ଫଟୋ ରହିଥିବା ବେଳେ ପଛରେ ୧୨୪ ନଟ ଆଉଟ ଲେଖା ଯାଇଛି।

Advertisment

ଏହି ଟି-ଶାର୍ଟକୁ ପିନ୍ଧି ସଂସଦ ହାଉସ କମ୍ପ୍ଲେକ୍ସରେ ବିରୋଧୀ ଦଳର ସାଂସଦମାନେ ନିର୍ବାଚନ କମିଶନଙ୍କ ବିରୋଧରେ ଗର୍ଜିଛନ୍ତି। ବିହାରରେ ଭୋଟର ତାଲିକା ସଂଶୋଧନ ସର୍ଭେକୁ ବିରୋଧ କରି ସେମାନେ ଏପରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବାସ୍ତବରେ ବିହାର ଭୋଟର ତାଲିକାରେ ମିନ୍ତା ଦେବୀଙ୍କ ନାଁ ରହିଛି। ତାଙ୍କ ବୟସ ୧୨୪ ହୋଇଥିବା ତାଲିକାରେ ଉଲ୍ଲେଖ କରାଯାଇଛି।

କିନ୍ତୁ ତାଙ୍କୁ ତାଲିକାରେ ପ୍ରଥମଥରର ମତଦାତା ବୋଲି ଦର୍ଶାଯାଇଛି। ବାସ୍‌ ଏହାକୁ ଆଧାର କରି ବିରୋଧୀ ବିହାରରେ ଚାଲିଥିବା ସ୍ପେଶାଲ ଇଣ୍ଟନେସିଭ ରିଭିଜନ ବା ଏସଆଇଆର କାର୍ଯ୍ୟକ୍ରମକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।

Advertisment

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମିନ୍ତା ଦେବୀଙ୍କ ସମ୍ପର୍କରେ ପ୍ରଶ୍ନ କରାଯିବାକୁ ସେ କହିଛନ୍ତି, “ଏଭଳି ମାମଲା ଅସଂଖ୍ୟ। ଏବେ ଫିଲ୍ମ ବାକି ଅଛି।” ବିକ୍ଷୋଭ ପ୍ରଦର୍ଶନ କରୁଥିବା ସାଂସଦଙ୍କ ମଧ୍ୟରେ ଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି, ଭୋଟର ତାଲିକାରେ ଏମିତି ଅନେକ ନାଁ ରହିଛି ଯେଉଁମାନଙ୍କର ଠିକଣା ଠାରୁ ଆରମ୍ଭ କରି ସମ୍ପର୍କୀୟଙ୍କ ନାଁ ସବୁ କିଛି ନକଲି। ଭୋଟର ତାଲିକାରେ ବ୍ୟାପକ ଜାଲିଆତି ହୋଇଥିବା ସେ କହିଛନ୍ତି।

ବିରୋଧୀଙ୍କ ଏପରି ବିକ୍ଷୋଭ ପରେ ନିଜ ତ୍ରୁଟିରେ ତାଳି ପକାଇବାକୁ ଚେଷ୍ଟା କରିଛନ୍ତି ନିର୍ବାଚନ କମିଶନ। ଜଣେ ଅଧିକାରୀ କହିଛନ୍ତି ଯେ ଆବେଦନ ପତ୍ରରେ ତ୍ରୁଟି ଥିବାରୁ ମିନ୍ତା ଦେବୀଙ୍କ ବୟସରେ ଏପରି ପରବିର୍ତ୍ତନ ହୋଇଯାଇଛି। ବାସ୍ତବରେ ତାଙ୍କ ବୟସ ୩୫ ବର୍ଷ।

ଏସଆଇଆର ବିରୋଧରେ ବିରୋଧୀ ସାଂସଦଙ୍କ ବିକ୍ଷୋଭ

ବିହାରରେ ଚାଲିଥିବା ଏସଆଇଆର ବିରୋଧରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଶତାଧିକ ସାଂସଦ ବ୍ୟାନର ପୋଷ୍ଟର ଧରି ବିକ୍ଷୋଭ କରିଛନ୍ତି। ଏହାକୁ ସେମାନେ ଭୋଟ ଚୋରି ବୋଲି ନାମିତ କରି ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରକୃତ ଭୋଟରଙ୍କୁ ମତାଧିକାରରୁ ବଞ୍ଚିତ କରିବା ପାଇଁ ଏପରି ଷଡ଼ଯନ୍ତ୍ର କରାଯାଇଥିବା କହିଛନ୍ତି।

କିନ୍ତୁ ନିର୍ବାଚନ ଆୟୋଗ ସର୍ଭେ ସପକ୍ଷରେ ମତ ରଖିଛନ୍ତି। ଆୟୋଗର କହିବା କଥା ଯେ ଅଯୋଗ୍ୟ ଲୋକମାନେ ଭୋଟର କାର୍ଡ ହାତେଇଛନ୍ତି ଓ ୨୦୦୪ରୁ ଭୋଟର ତାଲିକାରେ ସଂଶୋଧନ ହୋଇନାହିଁ। ଅନେକ ଲୋକ ଜାଣତରେ କିମ୍ବା ଅଜାଣତରେ ଏକାଧିକ ଭୋଟର କାର୍ଡ ହାତେଇ ଥିବା ମଧ୍ୟ କମିଶନ କହିଛନ୍ତି।

Bihar Priyanka Gandhi Vadra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe