Advertisment

ସର୍ବଦଳୀୟ ବୈଠକ: ଉଠିଲା ବୋଲ ବମ ଯାତ୍ରା ଓ ନିଟ୍‌ ପେପର ଲିକ ବିବାଦ

ସୋମବାର ବଜେଟ ଅଧିବେଶ ଆରମ୍ଭ ହେଉଥିବା ବେଳେ ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ।

NEET

NEET

Advertisment

ଆସନ୍ତାକାଲି ଠାରୁ ସଂସଦର ବଜେଟ ଅଧିବେଶ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିରୋଧୀ ଦଳ ଗୁଡ଼ିକ ଉତ୍ତର ପ୍ରଦେଶରେ ବୋଲ ବମ ଯାତ୍ରାକୁ ସୃଷ୍ଟି ବିବାଦ ପ୍ରସଙ୍ଗ ଉଠାଇଛନ୍ତି।

Advertisment

ଏଥିସହ ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ନିଟ ପେପର ଲିକ ଓ ଲୋକସଭାର ଉପ ବାଚସ୍ପତିକୁ ନେଇ ଲାଗି ରହିଥିବା ଟଣାଓଟରା ପ୍ରସଙ୍ଗକୁ ମଧ୍ୟ ବିରୋଧୀ ଉଠାଇଥିଲେ।

ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରିଥିଲେ। ଏଥିରେ ବିଜେପିରୁ ଜେପି ନଡ୍ଡା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଯୋଗ ଦେଇଥିଲେ। କଂଗ୍ରେସରୁ ବିରୋଧୀ ଦଳର ଉପ ନେତା ଗୌରବ ଗୋଗୋଇ, ଜୟରାମ ରମେଶ ଓ ମୁଖ୍ୟ ସଚେତକ କେ ସୁରେଶ ଯୋଗ ଦେଇଥିଲେ।

Advertisment

ବୈଠକରେ ଏଲଜେପିର ଚିରାଗ ପାଶୱାନ, ସମାଜବାଦୀ ପାର୍ଟିର ରାମ ଗୋପାଲ ଯାଦବ, ଆପର ସଞ୍ଜୟ ସିଂହ, ଏଆଇଏମଆଇଏମର ଅସାଦୁଦ୍ଦିନ ଓୱେସୀ ଓ ଏନସିପିର ପ୍ରଫୁଲ ପଟେଲ ଉପସ୍ଥିତ ରହିଥିଲେ।

ବୈଠକରେ ସମାଜବାଦୀ ପାର୍ଟି ଓ ଆପ୍‌ ପକ୍ଷରୁ ବୋଲ ବମ ଯାତ୍ରାକୁ ନେଇ ଉତ୍ତର ପ୍ରଦେଶ ସରକାରଙ୍କ ବିବାଦୀୟ ନିର୍ଦ୍ଦେଶ କଥା ଉଠାଇଥିଲେ। କାଉଡ଼ିଆମାନେ ଯାତ୍ରା କରିବାକୁ ଥିବା ରାସ୍ତାରେ ବ୍ୟବସାୟୀମାନେ ସେମାନଙ୍କ ଦୋକାନ ଆଗରେ ମାଲିକଙ୍କ ନାଁ ବଡ଼ବଡ଼ ଅକ୍ଷରରେ ଲେଖିବାକୁ ଉତ୍ତର ପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ବିବାଦ ଦେଖିବାକୁ ମିଳିଛି।

ଗୌରବ ଗୋଗୋଇ ଲୋକସଭାରେ ଉପ ବାଚସ୍ପତି ପଦ ଖାଲି ପଡ଼ିବା ଉଚିତ ନୁହେଁ ବୋଲି ମତ ରଖିଛନ୍ତି। ସର୍ବଦଳୀୟ ବୈଠକରେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗ ମଧ୍ୟ ଉଠିଛି।

ବିଜେପିର ଦୁଇ ସହଯୋଗୀ ଦଳ ଜେଡିୟୁ ଓ ଏଲଜେପି ସମେତ ବିରୋଧୀ ମେଣ୍ଟରେ ଥିବା ଆରଜେଡି ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଛନ୍ତି।

ୱାଇଏସ୍‌ଆର କଂଗ୍ରେସ ପକ୍ଷରୁ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ମଧ୍ୟ ଦାବି କରାଯାଇଛି। ୱାଇଏସ୍‌ଆର କଂଗ୍ରେସ ରାଜ୍ୟ ମାନ୍ୟତା ଦାବି କରିଥିଲେ ହେଁ ରାଜ୍ୟରେ କ୍ଷମତାସୀନ ଟିଡିପି ସାଂସଦମାନେ ନୀରବତା ଅବଲମ୍ବନ କରିଥିଲେ।

ଏହାବାଦ ବିରୋଧୀ ଦଳଗୁଡ଼ିକ ନିଟ ପେପର ଲିକ୍‌ ପ୍ରସଙ୍ଗ ମଧ୍ୟ ସର୍ବଦଳୀୟ ବୈଠକରେ ଉଠାଇଛନ୍ତି। ସେମାନେ ସଂସଦରେ ନିଟ ପେପର ଲିକ ଠାରୁ ଆରମ୍ଭ କରି ରେଳବାଇ ସୁରକ୍ଷା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି।

ସୋମବାର ବଜେଟ ଅଧିବେଶ ଆରମ୍ଭ ହେଉଥିବା ବେଳେ ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ।

Parliament All Party Meeting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe