Advertisment

ଶିବାଜୀ ଷ୍ଟାଚ୍ୟୁ ଭୁଶୁଡ଼ିବା ଘଟଣା: ବିରୋଧୀଙ୍କ ‘ଚପଲରେ ପିଟ’ ଅଭିଯାନ

ବିରୋଧୀ ଦଳଗୁଡ଼ିକର କର୍ମୀମାନେ ‘ଚପଲ ଯୋଡ଼େ ମାରୋ ଯାତ୍ରା(ଚପଲରେ ପିଟ)’ ସାମିଲ ହୋଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

author-image
Hemant Lenka
hit with footwear

hit with footwear

ଶିବାଜୀ ମହାରାଜଙ୍କ ବିଶାଳ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାକୁ ନେଇ ରାଜନୀତି ଜୋରଧରିଛି। ଆଜି ଏହାର ପ୍ରତିବାଦରେ କ୍ଷମତାସୀନ ଏକନାଥ ସିନ୍ଦେ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ବିରୋଧୀ। ଆଜି ମୁମ୍ବାଇରେ ମହା ବିକାଶ ଅଘାଡ଼ି(ଏମଭିଏ) ପକ୍ଷରୁ ଆୟୋଜନ କରାଯାଇଛି ବିଶାଳ ବିକ୍ଷୋଭ ଶୋଭଯାତ୍ରା।

Advertisment

‘ଚପଲରେ ପିଟ’ ନାଁରେ ବିରୋଧୀଙ୍କ ପକ୍ଷରୁ ଏପରି ବିକ୍ଷୋଭ କରାଯାଇଛି। ଏଥିରେ ଶିବସେନା(ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ, କଂଗ୍ରେସ ରାଜ୍ୟ ସଭାପତି ନାନା ପାଟୋଲେ ଓ ଏନସିପି(ଏସପି) ସୁପ୍ରିମୋ ଶରଦ ପାୱାର ପ୍ରମୁଖ ସାମିଲ ହୋଇଥିଲେ।

ବିରୋଧୀ ଦଳଗୁଡ଼ିକର କର୍ମୀମାନେ ‘ଚପଲ ଯୋଡ଼େ ମାରୋ ଯାତ୍ରା(ଚପଲରେ ପିଟ)’ ସାମିଲ ହୋଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ହାତରେ ସ୍ଲିପର୍ସ ଧରି ହୁତାତମା ଛକରୁ ଗେଟୱେ ଅଫ ଇଣ୍ଡିଆରେ ଥିବା ଶିବାଜୀ ଷ୍ଟାଚ୍ୟୁ ଯାଏ ଶୋଭାଯାତ୍ରା କରିଛନ୍ତି। ଏହି ସମୟରେ ସରକାରୀ ବିରୋଧୀ ନାରା ଦିଆଯାଇଛି। ବିଭିନ୍ନ ପ୍ରକାରର ପ୍ଲାକାର୍ଡ ମଧ୍ୟ ପ୍ରଦର୍ଶନ କରାଯାଇଛି। ପ୍ରତିକାତ୍ମକ ଭାବେ ଗୋଟିଏ ବିଶାଳ ଚପଲ ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

Advertisment

ସୋମବାର ସିନ୍ଧୁଦୁର୍ଗରରେ ଥିବା ୩୫ ଫୁଟ ଉଚ୍ଚ ମାରାଠା ସମ୍ରାଟ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ି ପଡ଼ିଥିଲା। ଗତବର୍ଷ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଥିଲେ। ହେଲେ ବର୍ଷକ ମଧ୍ୟରେ ଏହା ଭୁଶୁଡ଼ି ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପବନକୁ ଦାୟୀ କରିଥିଲେ।

ତେବେ ଏହାକୁ ନେଇ ବିରୋଧ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ଆଜି ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ବିରୋଧୀ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଆଜି ଶରଦ ପାୱାର, ଉଦ୍ଧବ ଠାକରେ, ନାନା ପାଟୋଲେ ଓ କଂଗ୍ରେସର ମୁମ୍ବାଇ ହେଡ୍‌ ବର୍ଷା ଗାଏକ୍ୱାଡ ପ୍ରଥମେ ହୁତାତମା ଚୌକରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ସ୍ଥାନଟି ସଂଯୁକ୍ତ ମହାରାଷ୍ଟ୍ର ଆନ୍ଦୋଳନ ପାଇଁ ସହିଦଙ୍କ ସ୍ମାରକ ପୀଠ।

ଏଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ସମସ୍ତେ ସମର୍ଥକଙ୍କ ସହ ବିକ୍ଷୋଭ ଶୋଭାଯାତ୍ରାରେ ବାହାରିଥିଲେ। ତେବେ ବିକ୍ଷୋଭ ଶୋଭାଯାତ୍ରା ଯିବାକୁ ଥିବା ଅଞ୍ଚଳଗୁଡ଼ିକରେ ପୁଲିସ୍‌ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଗେଟୱେ ଅଫ ଇଣ୍ଡିଆର ଆଖପାଖ ଅଞ୍ଚଳକୁ ସଂପୂର୍ଣ୍ଣ ଭାବେ କର୍ଡନ ଅଫ କରି ଦିଆଯାଇଛି।

ମୁମ୍ବାଇ ପୁଲିସ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଇ ନାହିଁ। କେବଳ ବରିଷ୍ଠ ନେତାମାନଙ୍କୁ ଗେଟୱେ ଅଫ ଇଣ୍ଡିଆ ଆଡ଼କୁ ଛଡ଼ା ଯିବ। କୌଣସି କର୍ମୀମାନେ ଆଗକୁ ଯାଇ ପାରିବେ ନାହିଁ ବୋଲି ପୁଲିସ୍‌ କହିଛି।

Maharashtra Opposition Chatrapati Shivaji