/odisha-reporter/media/post_attachments/uploadimage/library/16_9/16_9_0/PM_Modi_1713779452.jpg)
PM Modi
ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ବେଆଇନ ଅପ୍ରବାସୀ ବା ଅନୁପ୍ରବେଶକାରୀ’ ବୟାନକୁ ନେଇ ବିବାଦ ଦେଖାଯାଇଛି। ରବିବାର ରାଜସ୍ଥାନର ବଂଶୱାରାରେ ମୋଦି ବିଜେପିର ଜୋରଦାର ପ୍ରଚାର କରିଥିଲେ।
ଏହି ସମୟରେ ସେ ଅନୁପ୍ରବେଶକାରୀଙ୍କୁ ବିରୋଧୀ ଦେଶର ସବୁ କିଛି ଦେଇ ଦେବାକୁ ଚାହୁଁଥିବା ଦାବି କରିଥିଲେ। ଏହାକୁ ନେଇ ବିରୋଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି ଯେ ବିଜେପି ଦେଶର ପ୍ରକୃତ ପ୍ରସଙ୍ଗରୁ ନଜର ହଟାଇବାକୁ ଚାହୁଁଛି। ସେହିପରି ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ହତାଶ ହୋଇଗଲେଣି।
ରବିବାର ମୋଦି କହିଥିଲେ ଯେ “ଲୋକଙ୍କ ଝାଳ ବୁହା ଅର୍ଥ ଓ ଆମ ମହିଳାମାନଙ୍କ ସୁନାକୁ କଂଗ୍ରେସ ଯେଉଁମାନଙ୍କର ଅଧିକ ଛୁଆ ଅଛନ୍ତି, ସେମାନଙ୍କୁ ଦେଇ ଦେବାକୁ ଲକ୍ଷ୍ୟ ରଖିଛି। ଏହାକୁ କ’ଣ ଦେବାବାସୀ ଗ୍ରହଣ କରିବେ? କଂଗ୍ରେସ ଇସ୍ତାହାରେ କୁହାଯାଇଛି ଯେ ସେମାନେ ଆମ ମା’ ଓ ଉଭଣୀମାନଙ୍କ ସୁନାର ହିସାବ କରିବେ।
ଏହାର ତଥ୍ୟ ସଂଗ୍ରହ କରିବେ ଓ ପରେ ଏହାକୁ ସେହିମାନଙ୍କୁ ଦେଇଦେବେ ଯାହାଙ୍କର ପ୍ରଥମ ଅଧିକାର ଦେଶର ସମ୍ବଳ ଉପରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଥିଲେ। ଯେତେବେଳେ ସେମାନେ(କଂଗ୍ରେସ) ସରକାରରେ ଥିଲେ ସେମାନେ କହୁଥିଲେ ଯେ ଭାରତର ସମ୍ବଳ ଉପରେ ମୁସଲିମମାନଙ୍କର ପ୍ରଥମ ଅଧିକାର ରହିଛି।
ତେଣୁ ସେମାନେ ଆପଣମାନଙ୍କର ସମ୍ପତ୍ତି ସେହି ମାନଙ୍କୁ ଦେବେ ଯେଉଁମାନଙ୍କର ଅଧିକ ପିଲାଛୁଆ ରହିଛନ୍ତି। ସେମାନେ ଅନୁପ୍ରବେଶକାରୀଙ୍କୁ ସମ୍ପତ୍ତିର ଅଧିକାର ଦେବେ। ଏପରି ଅର୍ବାନ ନକ୍ସଲ ଚିନ୍ତାଧାରାର ଲୋକମାନେ ଆପଣମାନଙ୍କର ମଙ୍ଗଳସୂତ୍ରକୁ ମଧ୍ୟ ଛାଡ଼ିବେ ନାହିଁ।”
#WATCH | PM Modi in Rajasthan's Banswara, says, "Congress is trapped in the clutches of the Leftists and urban naxals. What Congress has said in its manifesto is serious and worrying. They have said that if they form a government then a survey of property belonging to every… pic.twitter.com/jqRys2y7QU
— ANI (@ANI) April 21, 2024
ତେବେ ଏପରି ବୟାନକୁ ରାହୁଲ ଗାନ୍ଧି ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ବେକାରୀ ଓ ମୁଦ୍ରାସ୍ଫୀତି ଏବେ ଦେଶରେ ସର୍ବୋଚ୍ଚ ସ୍ତରରେ ରହିଛି। ତଥାପି ନରେନ୍ଦ୍ର ମୋଦି କହୁଛନ୍ତି ସବୁ କିଛି ଠିକ ଅଛି। ସେମାନଙ୍କ ପାଖରେ ମୁଖ୍ୟ ପ୍ରସଙ୍ଗକୁ ଧ୍ୟାନଚ୍ୟୁତ କରିବା ପାଇଁ ନୂଆ ନୂଆ ଟେକନିକ ସବୁ ରହିଛି। କିନ୍ତୁ ମିଛ କାରବାରର ଶେଷ ବହୁତ ଶୀଘ୍ର ହେବ।”
ଇତିହାସରେ ଏପରି ହୀନ ରାଜନୀତି କେବେ ହେଲେ ଦେଖିବାକୁ ମିଳି ନଥିଲା ବୋଲି ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଆଇନଜୀବୀ କପିଲ ଶିବଲ କହିଛନ୍ତି। ଏଥିସହ ଦେଶର ୨୦ କୋଟି ଲୋକ ପ୍ରଧାନମନ୍ତ୍ରୀଙ୍କ ପାଇଁ କିଛି ଗୁରୁତ୍ୱ ବହନ କରନ୍ତି କି ନାହିଁ ସେ ପ୍ରଶ୍ନ କରିଛନ୍ତି। ଶ୍ରୀ ଶିବଲ ନିର୍ବାଚନ କମିଶନ ଏପରି ବୟାନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନୋଟିସ ପଠାଇ ଜବାବ ମାଗନ୍ତୁ ବୋଲି ଦାବି କରିଛନ୍ତି।
ସଞ୍ଜୟ ରାଉତ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ମୋଦି ବର୍ତ୍ତମାନ ମଙ୍ଗଳସୂତ୍ର କଥା କହିଲେଣି। ଏହାର ଅର୍ଥ ସେ ସଂପୂର୍ଣ୍ଣ ଭାବେ ହତାଶ। ସେ ନିର୍ବାଚନ ହାରିବାକୁ ଯାଉଛନ୍ତି। ସମ୍ଭାବ୍ୟ ପରାଜୟ ତାଙ୍କୁ ଘାଇଲା କରିଛି। ସେଥିପାଇଁ ସମ୍ଭବତଃ ସେ ଏଭଳି ଭାଷା ପ୍ରୟୋଗ କରୁଛନ୍ତି। କେମିତି ଜଣେ ବ୍ୟକ୍ତିଙ୍କ ପିଲା ସଂଖ୍ୟା ନିର୍ବାଚନ ପ୍ରଚାରର ମୁଖ୍ୟ ପ୍ରସଙ୍ଗ ହେବ?”
देश में बेरोज़गारी और महंगाई का पीक है,
और नरेंद्र मोदी कहते हैं सब कुछ ठीक है।उनके पास ‘मुद्दों से भटकाने’ की नई-नई तकनीक हैं,
पर झूठ के कारोबार का अंत अब नज़दीक है। pic.twitter.com/NwPj8OuYar— Rahul Gandhi (@RahulGandhi) April 22, 2024
ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ମୋଦିଙ୍କୁ ସମାଲୋଚନା କରି ଦେଶର ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ କହିଛନ୍ତି। ଏଥିସହ ଘୃଣାର ରାଜନୀତି ନ କରିବାକୁ ମଧ୍ୟ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
