Advertisment

ସଂସଦର ନୂଆ ୟୁନିର୍ଫମରେ ପଦ୍ମ ଫୁଲ, ବର୍ଷିଲେ ବିରୋଧୀ

ୟୁନିଫର୍ମରେ ବିଜେପିର ଦଳୀୟ ଚିହ୍ନ ପଦ୍ମ ଫୁଲ ଖୋଦେଇ ହୋଇଥିବା ଅଭିଯୋଗ କରି ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

Dress

Dress

Advertisment

ସଂସଦର କର୍ମଚାରୀମାନଙ୍କ ପାଇଁ ତିଆରି ହୋଇଥିବା ନୂଆ ୟୁନିଫର୍ମକୁ ନେଇ ବିବାଦ ଦେଖାଯାଇଛି। ୟୁନିଫର୍ମରେ ବିଜେପିର ଦଳୀୟ ଚିହ୍ନ ପଦ୍ମ ଫୁଲ ଖୋଦେଇ ହୋଇଥିବା ଅଭିଯୋଗ କରି ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

Advertisment

କଂଗ୍ରେସ ସାଂସଦ ମଣିକମ ଟାଗୋର ନିଜ ସୋଶାଲ ମିଡିଆ ଆକାଉଣ୍ଟ ଏକ୍ସ(ପୂର୍ବରୁ ଟ୍ୱିଟର)ରେ କହିଛନ୍ତି ଯେ “ସଂସଦ କର୍ମଚାରୀଙ୍କ ପୋଷାକରେ ସରକାର କାହିଁକି ବାଘ ଚିହ୍ନ ରଖିଲେ ନାହିଁ? କାରଣ ବାଘ ଜାତୀୟ ପଶୁ। କାହିଁକି ସେମାନେ ମୟୂରକୁ ସ୍ଥାନ ଦେଲେ ନାହିଁ? ମୟୂର ହେଉଛି ଆମର ଜାତୀୟ ପକ୍ଷୀ। କିନ୍ତୁ ସଂସଦ କର୍ମଚାରୀଙ୍କ ଡ୍ରେସ କୋଡ୍‌ରେ ସେମନେ କେବଳ ପଦ୍ମ ଫୁଲ ଚିହ୍ନ ରଖିଛନ୍ତି।

କାରଣ ବିଜେପିର ଚିହ୍ନ ହେଉଛି ପଦ୍ମ। ସେମାନେ କେତେ ଶସ୍ତା ହୋଇଗଲେଣି। ସେମାନେ ଜି-୨୦ ବେଳେ ମଧ୍ୟ ସମାନ କାମ କରିଥିଲେ। ଏବେ ସେମାନେ ପୁଣି ସମାନ କାମ କରୁଛନ୍ତି ଓ କହୁଛନ୍ତି ଏହା ଜାତୀୟ ଫୁଲ। ଏପରି ସଂକୀର୍ଣ୍ଣତା ଠିକ ନୁହେଁ। ଆଶା ବିଜେପି ଏଥିରୁ ଉପରକୁ ଉଠିବ ଓ ସଂସଦ ସହ ପକ୍ଷପାତିକା କରିବ ନାହିଁ।”

Advertisment

ଏହି ପ୍ରସଙ୍ଗରେ ଏନସିପି ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ଏନସିପି ମୁଖପାତ୍ର କ୍ଲାୟଡେ କ୍ରାଷ୍ଟୋ କହିଛନ୍ତି, “ସଂସଦ କର୍ମଚାରୀଙ୍କ ୟୁନିଫର୍ମରେ ପଦ୍ମ ଫୁଲ ଛାପି ବିଜେପି ଆମ ଗଣତନ୍ତ୍ରର ମନ୍ଦିରକୁ ରାଜନୀତିକ ଆଡ୍ଡାରେ ପରିଣତ କରିବାକୁ ଚେଷ୍ଟା କରୁଛି। ବିଜେପି ନିଜର ବ୍ୟକ୍ତିଗତ ପ୍ରଚାର ପାଇଁ ସଂସଦର ଅପବ୍ୟବହାର କରୁଛି। ଏହି ମହାନ ଗୃହ ଦେଶବାସୀଙ୍କର, ଏହା କୌଣସି ରାଜନୀତିକ ଦଳର ନୁହେଁ।”

ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ତାରିଖ ଯାଏ ସଂସଦର ବିଶେଷ ଅଧିବେଶନ ବସିବ। ଏହାପୂର୍ବରୁ ସରକାର ସଂସଦର କର୍ମଚାରୀଙ୍କ ପାଇଁ ନୂଆ ୟୁନିଫର୍ମ ତିଆରି କରିଛନ୍ତି। ତେବଆ ଏଥିରେ ଥିବା ପଦ୍ମ ଫୁଲକୁ ବିରୋଧୀ ବିରୋଧ କରୁଛନ୍ତି।

Bjp Congress Parliament NCP New Parliament Building
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe