Advertisment

ବିରୋଧୀ ଥିବା ଟିଏମପି ଏବେ ଶାସକ ବିଜେପିରେ ମିଶିବ, ମିଳିବ ମନ୍ତ୍ରୀ ପଦ

ଗତବର୍ଷ ଟିଏମପି ପ୍ରଥମଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇ ଥିଲା। ପ୍ରଦ୍ୟୋତ କିଶୋର ଦେବବର୍ମାଙ୍କ ଦଳ ବିଜେପିକୁ ଶକ୍ତ ଝଟକା ଦେବା ସହ ୧୩ଟି ଆସନରେ ଜିତିବାକୁ ସକ୍ଷମ ହୋଇଥିଲା।

Tripura

Tripura

Advertisment

ତ୍ରିପୁରାର ପ୍ରମୁଖ ବିରୋଧୀ ଦଳ ତଥା ରାଜ ପରିବାରର ସଦସ୍ୟ ପ୍ରଦ୍ୟୋତ କିଶୋର ଦେବବର୍ମାଙ୍କ ତିପ୍ରା ମୋଥା ଦଳ(ଟିଏମପି) ନିଜର ପଟ ପରିବର୍ତ୍ତନ କରିଛି। ମାର୍ଚ୍ଚ ୨ରେ କେନ୍ଦ୍ର ଓ ତ୍ରୁପୁରା ସରକାରଙ୍କ ସହ ଗୋଟିଏ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ କରିଥିବା ଟିଏମପି ଏବେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାରରେ ସାମିଲ ହେବ।

Advertisment

ଗତବର୍ଷ ଟିଏମପି ପ୍ରଥମଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇ ଥିଲା। ପ୍ରଦ୍ୟୋତ କିଶୋର ଦେବବର୍ମାଙ୍କ ଦଳ ବିଜେପିକୁ ଶକ୍ତ ଝଟକା ଦେବା ସହ ୧୩ଟି ଆସନରେ ଜିତିବାକୁ ସକ୍ଷମ ହୋଇଥିଲା।

ଟିଏମପି ଗୋଟିଏ ବିରାଟ ତିପ୍ରାଲ୍ୟାଣ୍ଡ ନେଇ ଓକିଲାତି କରୁଥିବା ବେଳେ ଆଇପିଏଫଟି ପାଖରେ ଥିବା ଆଦିବାସୀ ଭୋଟଗୁଡ଼ିକୁ ଏବେ ନିଜ ପାଖକୁ ନେଇ ଆସିଥିଲା। ତ୍ରିପୁରାରେ ବିଜେପି ଓ ତା’ର ସହଯୋଗୀ ଦଳ ଆଇପିଏଫଟି ମିଳିତ ଭାବେ ୩୩ଟି ଆସନ ଜିତିଥିଲେ। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୧।

Advertisment

ବିଜେପି ଓ ଆଇପିଏଫଟି ସରକାର ଗଠନ କରିଥିଲେ ମଧ୍ୟ ସବୁବେଳେ ସରକାର ଭାଙ୍ଗି ଯିବାର ଆଶଙ୍କା ରହିଥିଲା। କିନ୍ତୁ ଏବେ ଟିଏପି ଶାସକ ମେଣ୍ଟରେ ସାମିଲ ହେବାକୁ ଯାଉଥିବାରୁ ଆଉ ସରକାର ଭାଙ୍ଗିବାର କୌଣସି ଆଶଙ୍କା ନାହିଁ।

ସୂତ୍ର ଅନୁସାରେ, ବର୍ତ୍ତମାନ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ କାମ କରୁଥିବା ଟିଏମପି ବିଧାୟକ ଅନିମେଶ ଦେବବର୍ମା ଓ ଅନ୍ୟତମ ବିଧାୟକ ବ୍ରିଶାକେତୁ ଦେବବର୍ମା ବୁଧବାର ସନ୍ଧ୍ୟା କିମ୍ବା ଶୁକ୍ରବାର ମନ୍ତ୍ରୀ ଭାବେ ଶପଥ ନେବେ।

ମୁଖ୍ୟମନ୍ତ୍ରୀ ମାଣିକ ସାହା ବୁଧବାର ପଶ୍ଚିମବଙ୍ଗର ମାଲଦାରେ ଆୟୋଜିତ ଗୋଟିଏ ରାଜନୀତିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବେ। ସେହିପରି ଟିଏମପି ସୁପ୍ରିମୋ ପ୍ରଦ୍ୟୋତ ବିକ୍ରମ ମାଣିକୟା କିଶୋର ଦେବବର୍ମା ମଧ୍ୟ ରାଜ୍ୟ ବାହାରେ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶପଥପାଠ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇ ପାରେ।

କେବଳ ଟିଏମପିର ବିଧାୟକ ନୁହନ୍ତି, ମାଣିକ ସାହାଙ୍କ ମନ୍ତ୍ରିମଣ୍ତଳରେ ବିଜେପିର ଜଣେ ବିଧାୟକ ମଧ୍ୟ ସାମିଲ ହେବେ। ଗତବର୍ଷ ମାର୍ଚ୍ଚ ୮ରେ ବିଜେପି ନେତୃତ୍ୱାଧୀନ କ୍ଷମତା ଦଖଲ କରିଥିବା ବେଳେ ୩ଟି ମନ୍ତ୍ରୀ ପଦ ଖାଲି ପଡ଼ିଥିଲା। ଏବେ ଏହାକୁ ପୂରଣ କରିବା ପାଇଁ ମାଣିକ ସାହା ନିଷ୍ପତ୍ତି ନେଇଛନ୍ତି।

Bjp Tripura
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe