Advertisment

ଅପରାଜିତାଙ୍କୁ ବିରୋଧ: ବିଜେପି ଓ ବିଜେଡି ସମର୍ଥକ ମୁହାଁମୁହିଁ

ଅପରାଜିତା ଷଡ଼ଙ୍ଗୀଙ୍କ ଗସ୍ତକୁ ନେଇ ଆଜି ସନ୍ଧ୍ୟାରେ ବିଜେପି ଓ ବିଜେଡି ସମର୍ଥକମାନେ ମୁହାଁମୁହିଁ ହୋଇଛନ୍ତି।

author-image
Ordigital Desk
undefined

Aparajita Sarang

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗସ୍ତକୁ ନେଇ ଆଜି ସନ୍ଧ୍ୟାରେ ବିଜେପି ଓ ବିଜେଡି ସମର୍ଥକମାନେ ମୁହାଁମୁହିଁ ହୋଇଛନ୍ତି । ପୁଲିସର ହସ୍ତକ୍ଷେପ ପରେ ସାଂସଦଙ୍କ ଗାଡ଼ିକୁ ଲୋକେ ଛାଡ଼ିଥିଲେ ଓ ରାସ୍ତାରୋକ ହଟିଥିଲା। ତେବେ ଏହି ଘଟଣାରେ ଶାସକ ବିଜେଡିକୁ ଚେତାବନୀ ଦେଇଛି ବିଜେପି । ଏଭଳି ହୀନ କାର୍ଯ୍ୟରୁ ନିବୃତ୍ତ ନହେଲେ ବିଜେଡିର ନେତା-ମନ୍ତ୍ରୀଙ୍କୁ ବି ସମାନ ଢଙ୍ଗରେ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛି ।

Advertisment

ଆଜି ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଂଚଳର ବୁଦ୍ଧେଶ୍ୱରୀ କଲୋନୀକୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଯିବାବେଳେ ସ୍ଥାନୀୟ ମହିଳାମାନେ ତାଙ୍କୁ ବିରୋଧ କରିଥିଲେ । ପରବର୍ତ୍ତୀ ସମୟରେ ବିଜେପି ଓ ବିଜେଡି ସମର୍ଥକମାନେ ମୁହାଁମୁହିଁ ହେବାରୁ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା । ମହିଳାମାନେ ସାଂସଦଙ୍କ ଗାଡ଼ି ଆଗରେ ବସିବା ସହ ରାସ୍ତାରୋକ କରିଥିଲେ । ଦୀର୍ଘସମୟ ଧରି ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ପୁଲିସର ବୁଝାସୁଝା ଓ ହସ୍ତକ୍ଷେପ ପରେ ମାମଲା ଶାନ୍ତ ପଡ଼ିଥିଲା ।

ସାଂସଦଙ୍କ ଗାଡ଼ିକୁ ଅଟକ ରଖିଥିବା ମହିଳାମାନେ ଅଭିଯୋଗ କରିଛନ୍ତି ଯେ, ସେମାନେ ସାଂସଦଙ୍କୁ ଭେଟି ନିଜର ଆପତ୍ତି ଜଣାଇବାକୁ ଆସିଥିଲେ । ସାଢ଼େ ୪ବର୍ଷ ଧରି ସାଂସଦଙ୍କ ଦେଖା ମିଳିନଥିବାରୁ ସେମାନେ ସାଂସଦଙ୍କୁ ଭେଟିବାକୁ ଆସିଥିଲେ । କିନ୍ତୁ ଯୁବ ବିଜେପିର ଜଣେ କର୍ମୀ ସେମାନଙ୍କୁ ଠେଲାପେଲା କରିବା ସହ ଗାଡ଼ି ମଡ଼େଇ ପଳାଇଥିଲେ । ମହିଳାଙ୍କୁ ଟଣାଓଟରା ଓ ଠେଲାପେଲା କରିଥିବା ଉକ୍ତ ବିଜେପି କର୍ମୀଙ୍କୁ ଦଣ୍ଡ ନମିଳିବା ପର୍ଯ୍ୟନ୍ତ ରାସ୍ତାରୋକ କରାଯିବ ବୋଲି ଚେତାବନୀ ଦେଇଥିଲେ । ତେବେ ପରେ ପୁଲିସ ଉଭୟ ପକ୍ଷକୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା ।
ଅନ୍ୟପକ୍ଷରେ ରାଜ୍ୟ ବିଜେପି ମିଡିଆ ସେଲ୍ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଏକ ପ୍ରେସ୍ ରିଲିଜ ଜାରି କରି କହିଛନ୍ତି ଯେ, ବିରୋଧୀଙ୍କୁ ଦମନ କରିବା ପାଇଁ ଶାସକ ବିଜେଡିର ଏଭଳି ଅପଚେଷ୍ଟା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମହିଳାଙ୍କୁ ସମ୍ମାନ ଦେବା ଶିଖି ନାହିଁ ବିଜେଡି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସ୍ଥାନୀୟ ଅଂଚଳବାସୀଙ୍କ ସମସ୍ୟା ଓ ଅଭିଯୋଗ ସଂପର୍କରେ ପଚାରି ବୁଝିବା ପାଇଁ ଆଜି ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ୱର କଟକର ବୁଦ୍ଧେଶ୍ୱରୀ କଲୋନୀକୁ ଯାଉଥିବା ସମୟରେ ଯେଉଁ ଭଳି ଭାବେ ତାଙ୍କ ଗାଡିକୁ ଜୋରଜବରଦସ୍ତ ଅଟକ ରଖାଯାଇ ବିରୋଧ ପ୍ରଦର୍ଶନ କରାଗଲା, ତାହା ଅତ୍ୟନ୍ତ ଲଜ୍ଜାଜନକ।

Advertisment

ଏହି ବିରୋଧ ସଂପୂର୍ଣ୍ଣ ଭାବେ ଶାସକ ବିଜୁ ଜନତା ଦଳ ଦ୍ୱାରା ପ୍ରାୟୋଜିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ଲୋକପ୍ରିୟତାରେ ଶାସକ ବିଜେଡି ଅସହିଷ୍ଣୁ ଓ ଭୟଭୀତ ହୋଇ ପଡ଼ିଛି । ସେହି କାରଣରୁ ବିଜେପି ଲୋକପ୍ରତିନିଧିମାନଙ୍କୁ ଅଯଥାରେ ବିରୋଧ କରିବା ସହ ରାଜ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି କରାଯାଉଛି । ଶାସକ ବିଜେଡି ଯଦି ଏଭଳି ହୀନ କାର୍ଯ୍ୟରୁ ନିବୃତ ନରହେ ତା’ହେଲେ ବିଜେଡିର ନେତା ଓ ମନ୍ତ୍ରୀମାନେ ମଧ୍ୟ ଆଗାମୀ ଦିନରେ ଭୀଷଣ ବିରୋଧର ସମ୍ମୁଖୀନ ହେବେ ବୋଲି ଶ୍ରୀ ମଲ୍ଲିକ ଚେତାବନୀ ଦେଇଛନ୍ତି ।

Bhubaneswar Aparajita Sarangi