Advertisment

ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ, ଏକାଠି ହେଲେ ବିରୋଧୀ

ରାଜ୍ୟସଭାକୁ ପରିଚାଳନା କରିବା ବେଳେ ଅଧ୍ୟକ୍ଷ ଧନଖଡ଼ ପାତରଅନ୍ତର କରୁଛନ୍ତି। ସେ ସରକାରୀ ଦଳର ସଦସ୍ୟଙ୍କ ପ୍ରତି ନରମ ମନୋଭାଗ ରଖୁଥିବା ବେଳେ ବିରୋଧୀଙ୍କୁ କହିବାକୁ ଉପଯୁକ୍ତ ସୁଯୋଗ ଦେଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି।

Jagdeep Dhankhar

Jagdeep Dhankhar

Advertisment

ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ। ତାଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଗୋଟିଏ ପ୍ରସ୍ତାବ ରାଜ୍ୟସଭାରେ ଆଗତ କରିବେ। ସମ୍ବିଧାନର ଧାରା ୬୭(ବି) ଅଧୀନରେ ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ ଏପରି ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି।

Advertisment

ରାଜ୍ୟସଭାକୁ ପରିଚାଳନା କରିବା ବେଳେ ଅଧ୍ୟକ୍ଷ ଧନଖଡ଼ ପାତରଅନ୍ତର କରୁଛନ୍ତି। ସେ ସରକାରୀ ଦଳର ସଦସ୍ୟଙ୍କ ପ୍ରତି ନରମ ମନୋଭାଗ ରଖୁଥିବା ବେଳେ ବିରୋଧୀଙ୍କୁ କହିବାକୁ ଉପଯୁକ୍ତ ସୁଯୋଗ ଦେଉ ନାହାନ୍ତି। ତେଣୁ ବିରୋଧୀଙ୍କ ପକ୍ଷରୁ ତାଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ ଅନାସ୍ଥା ପ୍ରସ୍ତାବ ଅଣାଯାଉଛି।

ଗୃହରେ ଉପସ୍ଥାପନ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବରେ ଏବେଠାରୁ ୭୦ ଜଣ ସାଂସଦ ଦସ୍ତଖତ କରିସାରିଲେଣି। ଖୁବଶୀଘ୍ର ଅନ୍ୟମାନେ ଏଥିରେ ଦସ୍ତଖତ କରିବେ। କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଚାହୁଁଥିବା ବେଳେ ଏହାକୁ ଟିଏମସି, ଆପ, ସାମାଜବାଦୀ ପାର୍ଟି ଓ ଇଣ୍ଡିଆ ବ୍ଲକରେ ଥିବା ବାକି ଦଳଗୁଡ଼ିକ ସମର୍ଥନ କରିଛନ୍ତି। ସେମାନେ ଗୋଟିଏ ସ୍ୱରରେ ଅଧ୍ୟକ୍ଷ ଧନଖଡ଼ଙ୍କ ବିରୋଧରେ ସଂକଳ୍ପ ଆଣିବାକୁ ରାଜି ହୋଇଛନ୍ତି।

Advertisment

ଇଣ୍ଡିଆ ବ୍ଲକର ସାଂସଦମାନେ ନିୟମିତ ଭାବେ ଅଭିଯୋଗ କରି ଚାଲିଛନ୍ତି ଯେ ରାଜ୍ୟସଭା ଅଧ୍ୟକ୍ଷ ଧନଖଡ଼ ଉଚ୍ଚ ସଦନରେ ଶାସକ ଦଳର ସଦସ୍ୟଙ୍କ ପ୍ରତି ଅଧିକ ସହାନୁଭୂତି ଦେଖାଉଛନ୍ତି। ବିରୋଧୀ ସଦସ୍ୟମାନେ ମତ ରଖୁଥିବା ବେଳେ ସେ ଏଥିରେ ହସ୍ତକ୍ଷେପ କରୁଛନ୍ତି, ସେମାନଙ୍କୁ ଉପଯୁକ୍ତ ସମୟ ଦେଉନାହାନ୍ତି ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ସେ ପାତରଅନ୍ତର କରୁଛନ୍ତି। ବିଭିନ୍ନ ବତର୍କରେ ମଧ୍ୟରେ ଧନକର ଶାସକ ଦଳର ସଦସ୍ୟଙ୍କ କଥାକୁ ଅଧିକ ଗୁରୁତ୍ୱ ଦେଉଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।

ଖାଲି ସେତିକି ନୁହେଁ, ଧନକର ଅନେକ ସମୟରେ ବିରୋଧୀ ଦଳର ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରୁଛନ୍ତି। ଏହା ସଂସଦୀୟ ନିୟମକୁ ଉଲ୍ଲଙ୍ଘନ କରୁଥିବା ମଧ୍ୟ ସେମାନେ କହିଛନ୍ତି।

Rajya Sabha Jagdeep Dhankhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe