Advertisment

ଆସନ୍ତାକାଲି ସଂସଦରେ ଉଠିବ ନିଟ୍‌ ପ୍ରସଙ୍ଗ, ସରକାର କହିଲେ- ଆମେ ପ୍ରସ୍ତୁତ

ଆସନ୍ତାକାଲି ବିରୋଧୀ ଉଠାଇବାକୁ ଥିବା ସମସ୍ତ ପ୍ରଶ୍ନର ଉତ୍ତର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବେ। ଶ୍ରୀ ପ୍ରଧାନ ସଂସଦରେ ଶପଥ ନେବା ବେଳେ ବିରୋଧୀ ନିଟ୍‌ ନିଟ୍‌ ନାରା ମଧ୍ୟ ଦେଇଥିଲେ।

author-image
Hemant Lenka
NTA

NTA

ମେଡିକାଲି ପ୍ରବେଶିକା ପରୀକ୍ଷା ନିଟ୍‌କୁ ନେଇ ସାରା ଦେଶରେ ଛାତ୍ର ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ସରକାର ଏହାକୁ ନେଇ ବ୍ୟାକଫୁଟରେ ଥିବା ବେଳେ ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ଯାଉଛନ୍ତି। ଆସନ୍ତାକାଲି ସଂସଦରେ ବିରୋଧୀ ଏହି ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି।

Advertisment

ଆସନ୍ତକାଲି ରାଷ୍ଟ୍ରପତିଙ୍କ ଉଦବୋଧନ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବାର ଅଛି। କିନ୍ତୁ ବିରୋଧୀ ନିଟ୍‌ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ବିତର୍କ ବେଳେ ବିରୋଧୀ ଉଠାଇବାକୁ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସରକାର ପ୍ରସ୍ତୁତ ହୋଇ ରହିଥିବା ମଧ୍ୟ କହିଛନ୍ତି।

ସରକାରଙ୍କ କହିବା କଥା ଯେ ନିଟ ଅନିୟମିତତା ପ୍ରସଙ୍ଗରେ ସମସ୍ତ ପ୍ରକାରର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ସିବିଆଇ ତଦନ୍ତ ଠାରୁ ଆରମ୍ଭ କରି ସ୍ୱତନ୍ତ୍ର କମିଟି ବି ଗଠନ ହୋଇଛି। କମିଟି ରିପୋର୍ଟ ଖୁବଶୀଘ୍ର ଆସିବ। ଏହାବାଦ ସରକାର ପ୍ରଶ୍ନପତ୍ର ଲିକୁ ରୋକିବା ଓ ଦୋଷୀଙ୍କୁ କଠୋ ଦଣ୍ଡ ଦେବା ପାଇଁ ବ୍ୟବସ୍ଥା ହୋଇଛି। ଏହାକୁ ଆଧାର କରି ସରକାର ବିରୋଧୀଙ୍କୁ କାଉଣ୍ଟର କରିବାକୁ ଲକ୍ଷ୍ୟ ରଖିଛନ୍ତି।

Advertisment

ଆସନ୍ତାକାଲି ବିରୋଧୀ ଉଠାଇବାକୁ ଥିବା ସମସ୍ତ ପ୍ରଶ୍ନର ଉତ୍ତର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବେ। ଶ୍ରୀ ପ୍ରଧାନ ସଂସଦରେ ଶପଥ ନେବା ବେଳେ ବିରୋଧୀ ନିଟ୍‌ ନିଟ୍‌ ନାରା ମଧ୍ୟ ଦେଇଥିଲେ।

ଆଜି ରାଷ୍ଟ୍ରପତିଙ୍କ ସମ୍ବୋଧନ ବେଳେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ସରକାର ନିରପେକ୍ଷ ତଦନ୍ତ ପାଇଁ ପ୍ରତିଶ୍ରୁତିବଦ୍ଧ।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, “ବିରୋଧୀ ଆଟାକିଂ ମୁଡରେ ରହିବେ। ଲୋକସଭା ନିର୍ବାଚନ ଫଳାଫଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ବ୍ୟକ୍ତିଗତ, ରାଜନୀତି ଓ ମାନସିକ ପରାଜୟ।”

ଆଜି ସନ୍ଧ୍ୟାରେ ବିରୋଧୀ ଦଳର ସଦସ୍ୟମାନେ ବୈଠକ କରିଥିଲେ। ଏହି ସମୟରେ ସେମାନେ ଅନ୍ୟ କୌଣସି ପ୍ରସଙ୍ଗ ଉଠାଇବା ପୂର୍ବରୁ ସଂସଦରେ ନିଟ୍‌ ଅନିୟମିତତା କଥା ଉଠାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି।

NEET Opposition NTA