Advertisment

ଅନାସ୍ଥା ପ୍ରସ୍ତାବ: ମୋଦିଙ୍କ ଭାଷଣକୁ ବିରୋଧ, କକ୍ଷତ୍ୟାଗ କଲେ ‘ଇଣ୍ଡିଆ’ ସାଂସଦ

ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ପ୍ରାୟ ୫.୦୮ରୁ ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ଆରମ୍ଭ କରିଥିଲେ। ସେ ପ୍ରଥମରୁ ବିରୋଧୀଙ୍କ ଉପରେ ବର୍ଷିଥିଲେ।

author-image
Hemant Lenka
Opposition

Opposition

ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଆଜି ଲୋକସଭାରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାସ୍ଥା ପ୍ରସ୍ତାବ ଉପରେ ନିଜର ପକ୍ଷ ରଖୁଥିବା ବେଳେ ଏହାକୁ ବିରୋଧ କରି କକ୍ଷ ତ୍ୟାଗ କରିଛନ୍ତି ବିରୋଧୀ ମେଣ୍ଟ ଇଣ୍ଡିଆର ସମସ୍ତ ସାଂସଦ। ବିରୋଧୀ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ବିବୃତି ରଖନ୍ତୁ ବୋଲି ଦାବି କରି ନିରାଶ ହେବା ପରେ ଏପରି ପଦକ୍ଷେପ ନେଇଛନ୍ତି।

Advertisment

ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ପ୍ରାୟ ୫.୦୮ରୁ ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ଆରମ୍ଭ କରିଥିଲେ। ସେ ପ୍ରଥମରୁ ବିରୋଧୀଙ୍କ ଉପରେ ବର୍ଷିଥିଲେ। ନିଜ ସରକାରର ସଫଳତା ବଖାଣିଥିଲେ। ଏଥିସହ ସେ କ୍ରମାଗତ ଭାବେ କଂଗ୍ରେସ ଓ ନିକଟରେ ବିରୋଧୀ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟକୁ ସମାଲୋଚନା କରିଥିଲେ।

ଭାରତର ଅର୍ଥନୀତି ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ। ପ୍ରାୟ ୨ ଘଣ୍ଟା ଧରି ମୋଦି ଏସବୁ ବିଷୟରେ କହିଥିଲେ ମଧ୍ୟ ମଣିପୁର ପ୍ରସଙ୍ଗ ଉଠାଇ ନଥିଲେ। ତେଣୁ ବିରୋଧୀ ଅସନ୍ତୋଷ ପ୍ରକାଶ କରି କକ୍ଷ ତ୍ୟାଗ କରିଛନ୍ତି।

Advertisment

ବିରୋଧୀ ଦଳର ସଦସ୍ୟ କକ୍ଷ ତ୍ୟାଗ କରୁଥିବା ବେଳେ ମୋଦି ମଣିପୁର ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, “ଯଦି ବିରୋଧୀ ଗୃହ ମନ୍ତ୍ରୀଙ୍କ କଥା ଅନୁସାରେ କେବଳ ମଣିପୁର ଉପରେ ଆଲୋଚନା କରିବାକୁ ରାଜି ହୋଇଥାଆନ୍ତେ, ତା’ହେଲେ ଏପରି କିଛି ହୋଇ ନଥାଆନ୍ତା। ସେମାନଙ୍କୁ ମଧ୍ୟ ମଣିପୁର ପ୍ରସଙ୍ଗରେ କହିବାକୁ ଅଧିକ ସୁଯୋଗ ମିଳି ଥାଆନ୍ତା। ହେଲେ ସେମାନେ ଶୁଣିବାର ଧୈର୍ଯ୍ୟ ନ ରଖି ଗଣତନ୍ତ୍ରକୁ ଅପମାନିତ କରିଛନ୍ତି।”

ବିରୋଧୀ କକ୍ଷ ତ୍ୟାଗ କରିବା ପରେ ମଣିପର ପ୍ରସଙ୍ଗ କଥା ଉଠାଥିଲେ। ମଣିପୁରବାସୀଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ସେ ନିବେଦନ କରିଛନ୍ତି। ଏଥିସହ ଦୋଷୀଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ସେ ପୁଣି ଉତ୍ତରପୂର୍ବ ଅଞ୍ଚଳରେ ଘଟିଥିବା ଇତିହାସର ଚିଠା ଖୋଲିଛନ୍ତି।

ମୋଦି କହିଛନ୍ତି, “ଖୁବ୍ ଶୀଘ୍ର ମଣିପୁରରେ ବିଶ୍ୱାସ ଓ ଶାନ୍ତିର ସୂର୍ଯ୍ୟ ଉଦୟ ହେବ। ମଣିପୁରବାସୀଙ୍କୁ କହିବାକୁ ଚାହୁଁଛି ଯେ ଦେଶ ଆପଣଙ୍କ ସାଥିରେ ଅଛି ମଣିପୁର ପୁଣି ଦ୍ରୁତଗତିରେ ବିକାଶ ମୁହାଁ ହେବ।

PM Modi Parliament No Confidence Motion