Advertisment

NEET ପ୍ରସଙ୍ଗରେ ଆଲୋଚନାକୁ ଅନୁମତି ଦେଲେନି ବାଚସ୍ପତି, ବିରୋଧୀଙ୍କ କକ୍ଷତ୍ୟାଗ

NEET-UG ପରୀକ୍ଷା ତ୍ରୁଟି ଉପରେ ଗୋଟିଏ ସ୍ୱତନ୍ତ୍ର ଦିନରେ ଆଲୋଚନା ପାଇଁ ଅନୁମତି ମାଗିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି।

Speaker Om Birla & Rahul Gandhi

Speaker Om Birla & Rahul Gandhi

Advertisment

NEET-UG ପରୀକ୍ଷାରେ ତ୍ରୁଟିକୁ ନେଇ ଆଜି ବି ସଂସଦରେ ହୋହଲ୍ଲା କରିଛନ୍ତି ବିରୋଧୀ। ଏହି ପ୍ରସଙ୍ଗ ଉପରେ ସ୍ୱତନ୍ତ୍ର ଗୋଟିଏ ଦିନ ଆଲୋଚନାକୁ ବାଚସ୍ପତି ଅନୁମତି ନ ଦେବାକୁ କକ୍ଷତ୍ୟାଗ କରିଛନ୍ତି ବିରୋଧୀ। 

Advertisment

ଆଜି ସଂସଦ ଅଧିବେଶନ ଆଲୋଚନା ସମୟରେ ରାହୁଲ ଗାନ୍ଧି କହିଥିଲେ, "NEET ପରୀକ୍ଷାରେ ଅନିୟମିତତା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହି କାରଣରୁ ୨ କୋଟିର ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି। ୭୦ ଥର ପେପର୍ ଲିକ୍ ହେଲାଣି। ଆମେ ଏହି ପ୍ରସଙ୍ଗ ଉପରେ ଗୋଟିଏ ଦିନ ସ୍ୱତନ୍ତ୍ର ଆଲୋଚନା କରିବାକୁ ଚାହୁଁଛୁ।"

ଯଦି ଆପଣ ଏହି ପ୍ରସଙ୍ଗ ଉପରେ ଗୋଟିଏ ସ୍ୱତନ୍ତ୍ର ଦିନ ଆଲୋଚନା କରିବାକୁ ଅନୁମତି ଦିଅନ୍ତି, ତେବେ ଆମେ ଖୁସି ହେବୁ ବୋଲି ରାହୁଲ ଗାନ୍ଧି ବାଚସ୍ପତିଙ୍କୁ ଜଣାଇଥିଲେ। କିନ୍ତୁ ଶାସକ ଦଳ ପକ୍ଷରୁ ରାଜନାଥ ସିଂହ ଏ ଉପରେ ପ୍ରତିବାଦ କରିଥିଲେ। 

Advertisment

ଗୃହର ନିୟମ ଏବଂ ପ୍ରକ୍ରିୟା ଦର୍ଶାଇ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ସଭା ଚାଲିଥିବାରୁ ଅନ୍ୟ କୌଣସି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଅନୁମତି ନ ଦେବାକୁ ଦାବି କରିଥିଲେ ରାଜନାଥ ସିଂହ।

ସେ କହିଥିଲେ, ସଂସଦର ସଦସ୍ୟ ଭାବରେ ମୋର ଦଶନ୍ଧି ଧରି କାର୍ଯ୍ୟକାଳ ମଧ୍ୟରେ, ରାଷ୍ଟ୍ରପତିଙ୍କ ଅଭିଭାଦନକୁ ନେଇ ଧନ୍ୟବାଦ ସଭା ଚାଲିଥିବା ସମୟରେ ଅନ୍ୟ କୌଣସି ପ୍ରସଙ୍ଗ କେବେବି ଉଠାଯାଇ ନାହିଁ। ଧନ୍ୟବାଦ ଅର୍ପଣ ପରେ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଯାଇପାରିବ ବୋଲି ରାଜନାଥ ସିଂ କହିଥିଲେ।

ବାଚସ୍ପତି ମଧ୍ୟ ରାହୁଲ ଗାନ୍ଧିଙ୍କୁ ସମାନ କାରଣ ଦର୍ଶାଇ ତାଙ୍କ ଅନୁରୋଧକୁ ଅନୁମତି ଦେଇନଥିଲେ, ଯାହାକୁ ନେଇ ବିରୋଧୀ ଦଳର ସାଂସଦମାନେ ହୋହଲ୍ଲା କରିବା ସହ କକ୍ଷତ୍ୟାଗ କରିଛନ୍ତି। 

Rahul Gandhi Om Birla Parliament Session NEET Exam Row
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe