Advertisment

ଷ୍ଟାଲିନଙ୍କ ସହ ମର୍ଣ୍ଣିଂ ୱାକ୍‌ ପରେ ବଦଳି ଗଲେ ଓପିଏସ୍‌, NDAରୁ ଓହରିଲେ

ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ନିୟମିତ ମର୍ଣ୍ଣିଂ ୱାକ କରୁଥିବା ବେଳେ ଆଜି ଓପିଏସଙ୍କ ସହ ତାଙ୍କର ଭେଟ ହୋଇଥିଲା।

author-image
Hemant Lenka
Stalin

Stalin

ବେଶ ନାଟକୀୟ ଢଙ୍ଗରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହିଷ୍କୃତ ଏଆଇଏଡିଏମକେ ନେତା ଓ ପନ୍ନିରସେଲଭମ ଓରଫ ଓପିଏସ୍‌ ବଡ଼ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ନେତୃତ୍ୱାଧୀନ ରାଜନୀତିକ ଦଳ ବିଧିବଦ୍ଧ ଭାବେ ବିଜେପି ନେତୃତ୍ୱାଧୀନ ଏନଡିଏରୁ ଓହରି ଯାଇଛି।

Advertisment

ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ନିୟମିତ ମର୍ଣ୍ଣିଂ ୱାକ କରୁଥିବା ବେଳେ ଆଜି ଓପିଏସଙ୍କ ସହ ତାଙ୍କର ଭେଟ ହୋଇଥିଲା। ଦୁଇ ଜଣ ବେଶ କିଛି ସମୟ କଥା ହୋଇଥିଲେ। ଏହି ମର୍ଣ୍ଣିଂ ୱାକ ଭେଟଘାଟ ପରେ ଓପିଏସ୍‌ ଏନଡିଏରୁ ଓହରି ଯାଇଛନ୍ତି। 

ଏହି ଭେଟଘାଟ ପୂର୍ବରୁ ଓପିଏସ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାଙ୍ଗିକୋଣ୍ଡା ଚୋଲାପୁରମକୁ ଆସିଥିବା ବେଳେ ଭେଟିବାକୁ ଚାହିଁଥିଲେ। ଏନେଇ ସେ ଚିଠି ଲେଖିବା ସହ ଭେଟିବାକୁ ସମୟ ମାଗିଥିଲେ। କିନ୍ତୁ ତାମିଲନାଡୁ ଗସ୍ତ ସମୟରେ ଓପିଏସ୍‌ଙ୍କୁ ଭେଟି ନଥିଲେ ମୋଦି। ଏହାପରେ ସେ ସୋଶାଲ ମିଡିଆରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। କେନ୍ଦ୍ର ସରକାର ସର୍ବ ଶିକ୍ଷା ଅଭିଯାନ(ଏସଏସଏ) ପାଣ୍ଠି ରିଲିଜ କରୁ ନଥିବା ଓପିଏସ ଅଭିଯୋଗ କରିଥିଲେ।

Advertisment

ଏନଡିଏରୁ ଓପିଏସ୍‌ଙ୍କ ଦଳ ଓହରି ଯିବାକୁ ନିଷ୍ପତ୍ତି ନେଇଥିବା ସମ୍ପର୍କରେ ପନରୁତି ଏସ୍‌ ରାମଚନ୍ଦ୍ରନ ସୂଚନା ଦେଇଛନ୍ତି। ରାମଚନ୍ଦ୍ରନ ହେଉଛନ୍ତି ତାମିଲନାଡୁର ପୂର୍ବତନ ମନ୍ତ୍ରୀ ଓ ଓପିଏସ୍‌ଙ୍କ ଘନିଷ୍ଠ ସହଯୋଗୀ। ସେ କହିଛନ୍ତି, “ଏନଡିଏ ସହ ଆମେ ସମସ୍ତ ପ୍ରକାରର ମେଣ୍ଟକୁ ଚ୍ଛିନ୍ନ କରୁଛୁ। ୨୦୨୬ ତାମିଲନାଡୁ ନିର୍ବାଚନ ପୂର୍ବରୁ ଓପିଏସ୍‌ ରାଜ୍ୟ ତମାମ ଯାତ୍ରା କରିବେ। ବର୍ତ୍ତମାନ ସମୟରେ ଆମର ମେଣ୍ଟ କୌଣସି ରାଜନୀତିକ ଦଳ ସହ ନାହିଁ। ଆମେ ପରବର୍ତ୍ତୀ ସମୟରେ ଅର୍ଥାତ ନିର୍ବାଚନ ସମୟରେ ମେଣ୍ଟ ସମ୍ପର୍କରେ ନିଷ୍ପତ୍ତି ନେବୁ।”

ରାମଚନ୍ଦ୍ରନଙ୍କ ଏପରି ଘୋଷଣା ବେଳେ ଓପିଏସ୍‌ ଉପସ୍ଥିତ ରହିଥିଲେ। ତାଙ୍କ ଦଳ ଅଭିନେତାରୁ ନେତା ହୋଇଥିବା ବିଜୟଙ୍କ ଟିଭିକେ ସହ ମେଣ୍ଟ କରିବା ସମ୍ଭାବନାକୁ ଏଡ଼ାଇ ଦେଇ ନାହାନ୍ତି। ସମ୍ଭାବ୍ୟ ମେଣ୍ଟ ସମ୍ପର୍କରେ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଯେ “ସମୟ ସବୁ କିଛି କହିବ। ନିର୍ବାଚନ ପାଇଁ ଅନେକ ସମୟ ବାକି ରହିଛି।”

ଏଆଇଏଡିଏମକେର ପ୍ରମୁଖ ସଦସ୍ୟ ଭାବେ ଓପିଏସ୍‌ ଜଣାଶୁଣା ଥିଲେ। କିନ୍ତୁ ଏଆଇଏଡିଏମକେର ମୁଖ୍ୟ ପନାଲିସ୍ୱାମୀଙ୍କ ସହ ତିକ୍ତତା କାରଣରୁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା। ଏହାପରେ ସେ ନିଜସ୍ୱ ରାଜନୀତିକ ଗୋଷ୍ଠୀ ତିଆରି କରିବା ସହ ଏନଡିଏ ସହ ହାତ ମିଳାଇଥିଲେ।

Tamilnadu MK Stalin ops