Advertisment

‘ଆମ ଏମଏଲଏ ମାନଙ୍କର ଜୁ ନଥିଲା, ତମର ପାନଖିଆ ଛେତେଲା ପାଟିଆ କର୍ମୀ ପୁଲିସକୁ ଧମକାଉଛନ୍ତି’

ଆମର ତ ଜୁ ନଥିଲା ପୁଲିସ ବାବୁଙ୍କୁ କି ଥାନାକୁ ଫୋନ କରି ଧମକାଇବା ପାଇଁ । ଆମର ସେତେବେଳେ ଚଞ୍ଚୁ ଫିଟୁନଥିଲା।

author-image
Jitendra Garnayak

ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁ ସ୍ପଷ୍ଟ କଲେ ଯେ କେମତି ନବୀନ ସରକାରରେ ପୁଲିସ ବାବୁଙ୍କୁ ଡରୁଥିଲେ ତାଙ୍କ ଦଳର ବିଧାୟକମାନେ। ବିଧାନସଭାରେ ନିଜ ମତ ରଖି ଅରୁଣ କହିଛନ୍ତି, ଆମର ତ ଜୁ ନଥିଲା ପୁଲିସ ବାବୁଙ୍କୁ କି ଥାନାକୁ ଫୋନ କରି ଧମକାଇବା ପାଇଁ । ଆମର ସେତେବେଳେ ଚଞ୍ଚୁ ଫିଟୁନଥିଲା। ନିଜ ଭାଷଣରେ ସେ କହିଛନ୍ତି ଯେ ଏବେ ପାନ ଖିଆ ଛେତଲା ପାଟିଆ କର୍ମୀ ଥାନା ବାବୁଙ୍କୁ ଧମକାଉଛନ୍ତି। ଏପରି ନକରିବାକୁ ସେ ବିଜେପିକୁ ସତର୍କ କରାଇ ଦେଇଛନ୍ତି। 

Advertisment
Bjp