Advertisment

ବାହୁବଳୀ ନେତାଙ୍କୁ ଟକ୍କର ଦେଲେ ସ୍ୱାଧୀନ ପ୍ରାର୍ଥୀ; ୩ ଜିତିଲେ, ଜଣେ ଫେଲ୍‌ ମାରିଲେ

୨୦୨୪ ନିର୍ବାଚନରେ ପୁରୁଖା ଦଳୀୟ ପ୍ରାର୍ଥୀଙ୍କ ସହ କଡ଼ା ଟକ୍କର ଦେଇ ଚର୍ଚ୍ଚାରେ ରହିଛନ୍ତି ୪ ସ୍ୱାଧୀନ ପ୍ରାର୍ଥୀ।

author-image
Niharika Rout
Himanshu Sekhar Sahoo &  Soumya Ranjan Patnaik

Himanshu Sekhar Sahoo & Soumya Ranjan Patnaik

ଏଥର ନିର୍ବାଚନରେ ଦେଖିବାକୁ ମିଳିଛି ଭିନ୍ନ ଟ୍ରେଣ୍ଡ। ବହୁ ଟାଣୁଆ ତଥା ବାହୁବଳୀ ନେତା ଧରାଶାୟୀ ହୋଇଥିବା ବେଳେ ବାଜି ମାରି ନେଇଛନ୍ତି ସ୍ୱାଧୀନ ପ୍ରାର୍ଥୀ। ୨୦୨୪ ନିର୍ବାଚନରେ ପୁରୁଖା ଦଳୀୟ ପ୍ରାର୍ଥୀଙ୍କ ସହ କଡ଼ା ଟକ୍କର ଦେଇ ଚର୍ଚ୍ଚାରେ ରହିଛନ୍ତି ୪ ସ୍ୱାଧୀନ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୩ ଜଣ ନିର୍ବାଚନୀ ବୈତରଣୀ ପାର ହୋଇ ଯାଇଥିବା ବେଳେ ହାରି ଯାଇଛନ୍ତି ଜଣେ ପ୍ରାର୍ଥୀ।

Advertisment

ଧର୍ମଶାଳାର ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ, ବଡମ୍ବା ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଦଳବେହେରା, ମାହାଙ୍ଗା ସ୍ୱାଧୀନ ପ୍ରାର୍ଥୀ ସାରଦା ପ୍ରସାଦ ପ୍ରଧାନ ଓ ଘଷିପୁରା ସ୍ୱାଧୀନ ପ୍ରାର୍ଥୀ ଭାବେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଚଳିତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇଥିଲେ। ତେବେ ସେମାନଙ୍କ ମଧ୍ୟରୁ କେବଳ ସୌମ୍ୟରଞ୍ଜନଙ୍କୁ ବାଦ ଦେଲେ ଅନ୍ୟ ୩ ଜଣ ଏହି ନିର୍ବାଚନୀ ବୈତରଣୀ ପାର୍‌ ହୋଇ ଯାଇଛନ୍ତି।

ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ବିଜୟୀ ହୋଇଛନ୍ତି। ହିମାଂଶୁଙ୍କୁ ବିଜେପି ଟିକେଟ ନ ମିଳିବାରୁ ସେ ଧାରଣା ଦେଇ ଚର୍ଚ୍ଚାରେ ଥିଲେ। ଏହାପରେ ସେ ସ୍ୱାଧୀନ ମାନେ ଧର୍ମଶାଳାରେ ମଇଦାନକୁ ଓହ୍ଲାଇଥିଲେ। ତାଙ୍କର ବିଜେଡିର ଟାଣୁଆ ନେତା ପ୍ରଣବ କୁମାର ବଳବନ୍ତରାଙ୍କ ସହ କଡ଼ା ଟକ୍କର ହୋଇଥିଲା । ହିମାଂଶୁ ମାତ୍ର ୪୧୫୦ଭୋଟ ବ୍ୟବଧାନରେ ପ୍ରଣବ କୁମାର ବଳବନ୍ତରାଙ୍କୁ ହରାଇ ବିଧାନସଭାକୁ ଯାଇଛନ୍ତି।

Advertisment

କଟକ ଜିଲ୍ଲା ବଡମ୍ବା ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଦଳବେହେରା ଏଥର ବିଜୟର ସ୍ୱାଦ ଚାଖିଛନ୍ତି । ବିଜୟଙ୍କୁ ବିଜେପି ଟିକେଟ ନ ଦେବାରୁ ସେ ଚଳିତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କୁ ୨୩, ୪୭୯ ଭୋଟରେ ପରାଜିତ କରିଛନ୍ତି ବିଜୟ ।

ଅନ୍ୟପକ୍ଷରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନ ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ହରାଇଛନ୍ତି। ବିଜେଡି ନେତା ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରଥମ ଥର ମଇଦାନକୁ ଓହ୍ଲାଇଥିବା ବେଳେ ଶାରଦା ତାଙ୍କୁ ୭,୪୨୩ରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି।

ଘଷିପୁରାରେ କିନ୍ତୁ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କଠାରୁ ପରାଜିତ ହୋଇଛନ୍ତି। ଫଳରେ ତାଙ୍କର ବିଧାନସଭା ଯିବା ଆସନ ଧୂଳିସାତ ହୋଇ ଯାଇଛି। ସୌମ୍ୟରଞ୍ଜନ ଦୀର୍ଘବର୍ଷ ରାଜନୀତିରେ ରହିବା ପରେ ବି ପରାଜୟର ସମ୍ମୁଖୀନ ହେବା ଘଟଣାକୁ ତାଙ୍କ ସମର୍ଥକ ସହଜେ ଗ୍ରହଣ କରି ପାରୁ ନାହାନ୍ତି।  

Election Results Odisha Assembly Election 2024 Election Results 2024