Advertisment

'ନିଯୁକ୍ତି ନଥିବାରୁ ସୋଶାଲ ମିଡିଆରେ ଅଧିକ ସମୟ ବିତାଉଛନ୍ତି ଯୁବପିଢି'

"ମୁଁ ଏକ ଛୋଟ ସର୍ଭେ କରିଥିଲି। ଏକ ସହରର କିଛି ଯୁବବର୍ଗଙ୍କୁ ନେଇ ସର୍ଭେ କରାଇଥିଲି, ଯେଉଁ ସର୍ଭେର ରିପୋର୍ଟ ମୋତେ ଚକିତ କରିଛି।"

author-image
Debibandita Barick
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

ଦେଶରେ ବେରୋଜଗାରୀକୁ ନେଇ ବିଜେପି ସରକାର ଉପରେ ବର୍ଷିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ନିଯୁକ୍ତି ନ ଥିବାରୁ ଯୁବପିଢି ଅଧିକ ସମୟ ବିଭିନ୍ନ ସୋଶାଲ ମିଡିଆରେ ସମୟ ବିତାଉଥିବା କହିଛନ୍ତି ରାହୁଲ ଗାନ୍ଧି। ବର୍ତ୍ତମାନ ଦେଶରେ ସବୁଠୁ ବଡ ସମସ୍ୟା ବେରୋଜଗାରୀ ବୋଲି ସେ କହିଛନ୍ତି। 

Advertisment

ଗୃହରୁ ନିଲମ୍ବିତ ହୋଇଥିବା ସାଂସଦମାନେ ଯନ୍ତର ମନ୍ତରରେ ପ୍ରତିବାଦ କରୁଛନ୍ତି। ଏହି ପ୍ରତିବାଦ ସଭାକୁ ଉଦବୋଧନ ଦେଇ ଏପରି କହିଛନ୍ତି ରାହୁଲ ଗାନ୍ଧି। ରାହୁଲ ଗାନ୍ଧି କହିଛନ୍ତି, "ମୁଁ ଏକ ଛୋଟ ସର୍ଭେ କରିଥିଲି। ଏକ ସହରର କିଛି ଯୁବବର୍ଗଙ୍କୁ ନେଇ ସର୍ଭେ କରାଇଥିଲି, ଯେଉଁ ସର୍ଭେର ରିପୋର୍ଟ ମୋତେ ଚକିତ କରିଛି। ସର୍ଭେରୁ ଜାଣିବାକୁ ପାଇଲି ଯେ, ଯୁବପିଢିମାନେ ଦିନକୁ 7 ଘଣ୍ଟାରୁ ଅଧିକ ସମୟ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଟ୍ୱିଟର ଭଳି ବିଭିନ୍ନ ସୋଶାଲ ମିଡିଆରେ ବିତାଉଛନ୍ତି।"

ଏହାର ମୁଖ୍ୟ କାରଣ ନିଯୁକ୍ତିର ଅଭାବ। ନିଯୁକ୍ତି ନଥିବାରୁ ସେମାନେ ସୋଶାଲ ମିଡିଆକୁ ଅଧିକ ସମୟ ଦେଉଥିବା ରାହୁଲ ଗାନ୍ଧି କହିଛନ୍ତି। 

Advertisment

ସେ ଆହୁରି କହିଛନ୍ତି, "କିନ୍ତୁ ଗଣମାଧ୍ୟମ କେବେ ଏ ପ୍ରସଙ୍ଗ ଉପରେ ଆଲୋଚନା କରୁନି। ଦେଶରେ ବେରୋଜଗାରୀ ବାବଦରେ ଗଣମାଧ୍ୟମ ପ୍ରଶ୍ନ ଉଠାଉ ନାହିଁ। କିନ୍ତୁ ନିଲମ୍ବିତ ସାଂସଦ ଧାରଣାରେ ଥିବାବେଳେ ରାହୁଲ ଗାନ୍ଧି ଭିଡିଓ କ୍ଲିକ୍ କରୁଥିଲେ ଏହି ଖବର ପ୍ରସାରଣ କରୁଛି। କିଛି ଯୁବକ କିପରି ସଂସଦକୁ ଆସି ଗ୍ୟାସ୍ ସ୍ପ୍ରେ କଲେ ସେ ପ୍ରସଙ୍ଗ ଉପରେ ଗଣମାଧ୍ୟମ ଆଲୋଚନା କରୁନି।"

ପ୍ରକାଶ ଥାଉ କି, ଶୀତ ଅଧିବେଶନ ଚାଲିଥିବା ସମୟରେ ଦୁଇ ଜଣ ଯୁବକ ଗୃହ ଭିତରେ ଏବଂ ଚାରିରୁ ପାଞ୍ଚ ଜଣ ଯୁବକ ଗୃହ ବାହାରେ ଗ୍ୟାସ୍ ସ୍ପ୍ରେ ସହ ହଙ୍ଗାମା କରିଥିଲେ। ପୁଲିସ ସେମାନଙ୍କୁ ଗିରଫ କରି ପଚରା ଉଚରା କରିବା ସମୟରେ ସେମାନେ ଦେଶରେ କୃଷି ସମସ୍ୟା, ନିଯୁକ୍ତି ସମସ୍ୟା ଏବଂ ମଣିପୁର ହିଂସାକାଣ୍ଡ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିବାରୁ ଏପରି କରିଥିବା କହିଥିଲେ। 

ପୁଲିସ କିନ୍ତୁ ମାମଲାର ପ୍ରକୃତ ସତ୍ୟ ବାହାର କରିବା ପାଇଁ ତଦନ୍ତ ଚଳାଇଛି। ଦିଲ୍ଲୀ ସ୍ପେଶାଲ୍ ସେଲ୍ ପୁଲିସ ମାମଲାର ତଦନ୍ତ କରୁଛି। ଏହି ଘଟଣା ଉପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୃହରେ ବିବୃତ୍ତି ରଖନ୍ତୁ ବୋଲି ବିରୋଧୀ ଦଳ ସାଂସଦମାନେ ଦାବି କରୁଛନ୍ତି। ହଟ୍ଟଗୋଳ ସହ ହଙ୍ଗାମା କରିବାରୁ ସାଂସଦମାନଙ୍କ ଆଚରଣକୁ ଅସାମ୍ବିଧାନିକ ଦର୍ଶାଇ ଉଭୟ ଗୃହରୁ 142 ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଏହି ସାଂସଦମାନେ ଦିଲ୍ଲୀର ଯନ୍ତର ମନ୍ତରଠାରେ ଧାରଣାରେ ବସିଛନ୍ତି। 

Rahul Gandhi Unemployment Parliament Security Lapse Row