Advertisment

ସଂରକ୍ଷଣ ନାଁରେ ଆଗକୁ ଆସିବେ ଲିପଷ୍ଟିକ୍ ଓ ବବ୍ କଟ୍ ହେୟାର ଷ୍ଟାଇଲ୍ ମହିଳା: ଆରଜେଡି ନେତା

ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହେବା ସମୟରେ ଆରଜେଡି ନେତାଙ୍କ ବିବୃତ୍ତିକୁ ନେଇ ବିବାଦ।

author-image
Debibandita Barick
ଅଦ୍ୟତନ ହୋଇଛି
Abdul Bari Siddiqui

Abdul Bari Siddiqui

ବିଭିନ୍ନ ସରକାରଙ୍କ ଉଦ୍ୟମ ଏବଂ ବହୁ ବର୍ଷର ଅପେକ୍ଷା ପରେ ଶେଷରେ ମହିଳା ସଂରକ୍ଷଣ ବିଲ୍ ନାରୀଶକ୍ତି ବନ୍ଦନ ଆଇନରେ ପରିଣତ ହୋଇଛି। ଏହି ଆଇନ ବଳରେ ଆଗକୁ ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ୩୩ ପ୍ରତିଶତ ଭାଗିଦାରୀ ରହିବ। ଏପରି ପରିବର୍ତ୍ତନ ମଧ୍ୟରେ ଆରଜେଡି ବରିଷ୍ଠ ନେତା ଅବଦୁଲ ବରୀ ସିଦ୍ଦିକିଙ୍କ ଏକ ବିବୃତ୍ତିକୁ ନେଇ ଉପୁଜିଛି ବିବାଦ।

Advertisment

ଏକ ସଭାକୁ ସମ୍ବୋଧିତ କରିବା ସମୟରେ ସିଦ୍ଦିକି କହୁଛନ୍ତି, "ମହିଳା ସଂରକ୍ଷଣ ବିଲ୍ ନାମରେ ଲିପଷ୍ଟିକ୍ ଏବଂ ବବ୍ କଟ୍ ହେୟାର ଷ୍ଟାଇଲ୍ ଥିବା ମହିଳାମାନେ ଆଗକୁ ଆସିବେ। ଏହା ବଦଳରେ ସରକାର ପଛୁଆ ସମ୍ପ୍ରଦାୟର ମହିଳାମାନଙ୍କ ପାଇଁ ସଂରକ୍ଷଣ ଦେବା ଉଚିତ୍।" ବିହାରର ମୁଜାଫରପୁରରେ ଏକ ଇଭେଣ୍ଟକୁ ସମ୍ବୋଧିତ କରୁଥିବାବେଳେ ଏପରି କହିଛନ୍ତି ସିଦ୍ଦିକି।

ଏଥିସହ ଆରଜେଡି ନେତା ତାଙ୍କ ସମର୍ଥକମାନଙ୍କୁ ଆଗାମୀ ଲୋକସଭା ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ଟେଲିଭିଜନ ଏବଂ ସୋସାଲ ମିଡିଆଠାରୁ ଦୂରଇ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଆପଣମାନେ ନିଜ ମୁଣ୍ଡ ନ ଖଟାଇ ଟିଭି ଦେଖିବା ଏବଂ ସୋସାଲ ମିଡିଆରେ ସମୟ ବିତାଇବା ଅଭ୍ୟାସକୁ ବନ୍ଦ କରିବା ଉଚିତ୍।

Advertisment

ଆହୁରି ମଧ୍ୟ ସିଦ୍ଦିକି ତାଙ୍କ ସମର୍ଥକମାନଙ୍କୁ ସେମାନଙ୍କ ଭାଗ ପାଇଁ ଲଢେଇ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, "ଆସନ୍ତୁ ଆମର ପୂର୍ବଜଙ୍କ ପ୍ରତି ହୋଇଥିବା ଅସମ୍ମାନକୁ ମନେ ରଖିବା ପାଇଁ ନିଷ୍ପତ୍ତି ନେବା ଏବଂ ଆମ ଭାଗ ପାଇଁ ଲଢେଇ କରିବାକୁ ଆମ ପିଲାମାନଙ୍କୁ ଶିକ୍ଷା ଦେବା।" 

RJD RJD Leader Against Women Quota Women Quota Law Abdul Bari Siddiqui