Advertisment

ଦ୍ୱିତୀୟ ପର୍ଯ୍ୟାୟରେ ୬୦%ରୁ ଅଧିକ ଭୋଟିଂ, ୧୨୦୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌

ତ୍ରିପୁରାର ଗୋଟିଏ ଆସନ ପାଇଁ ମତଦାନ ହେଉଥିବା ବେଳେ ଏଠାରେ ସର୍ବାଧିକ ୭୭.୯୩% ଭୋଟିଂ ହୋଇଛି। ଛତିଶଗଡ଼ରେ ୭୨.୧୨% ଓ ପଶ୍ଚିମବଙ୍ଗରେ ୭୧.୮୫% ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି।

Election

Election

Advertisment

ଦେଶରେ ଚାଲିଥିବା ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି। କାଁ ଭାଁ ହିଂସା ଓ ଇଭିଏମ ଟ୍ୟାମ୍ପରିଂ ଅଭିଯୋଗକୁ ଛାଡ଼ି ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ବେଶ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିସହ ୧୨୦୬ ଜଣଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ଏମାନଙ୍କ ମଧ୍ୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ବିଜେପି ସାଂସଦ ହେମା ମାଳିନୀ ରହିଛନ୍ତି। ଏମାନଙ୍କ ବ୍ୟତୀତ ଶଶି ଥରୁର, ଅରୁଣ ଗୋଭିଲ ଓ ଓମ ବିର୍ଲା ପ୍ରମୁଖଙ୍କ ଭାଗ୍ୟ ମଧ୍ୟ ଇଭିଏମରେ ସିଲ ହୋଇଛି। 

Advertisment

ଦ୍ୱିତୀୟ ପର୍ଯ୍ୟାୟରେ ୬୦%ରୁ ଅଧିକ ଲୋକ ସେମାନଙ୍କ ମିତାଧିକାର ସାବ୍ୟସ୍ତ କରିଛି। କ୍ରିକେଟ ଷ୍ଟାର ରାହୁଲ ଡ୍ରାଭିଡଙ୍କ ଠାରୁ ଆରମ୍ଭ କରି ଅନୀଲ କୁମ୍ବଲେ ଓ ମହମ୍ମଦ ଶାମି ପ୍ରମୁଖ ନିଜ ନିଜର ପସନ୍ଦର ପ୍ରାର୍ଥୀଙ୍କୁ ଆଜି ଭୋଟ ଦେଇଛନ୍ତି।

ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ସନ୍ଧ୍ୟା ୬ଟା ସୁଦ୍ଧା ୧୩ ରାଜ୍ୟର ୮୮ ଲୋକସଭା ଆସନରେ ୬୧.୮% ଭୋଟିଂ ହୋଇଛି। ଏବେ ବି ବିଭିନ୍ନ ସ୍ଥାନରୁ ଭୋଟିଂ ରେକର୍ଡ ମିଳିନାହିଁ। ତେଣୁ ଆଗକୁ ଭୋଟିଂ ହାର ବୃଦ୍ଧି ପାଇବପରେ।

Advertisment

ତ୍ରିପୁରାର ଗୋଟିଏ ଆସନ ପାଇଁ ମତଦାନ ହେଉଥିବା ବେଳେ ଏଠାରେ ସର୍ବାଧିକ ୭୭.୯୩% ଭୋଟିଂ ହୋଇଛି। ଛତିଶଗଡ଼ରେ ୭୨.୧୨% ଓ ପଶ୍ଚିମବଙ୍ଗରେ ୭୧.୮୫% ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି।

ମଣିପୁରର ଗୋଟିଏ ଲୋକସଭା ଆସନ ପାଇଁ ୧୩ଟି ପୁଲିଂ ବୁଥରେ ମତଦାନ ହୋଇଥିଲା। ଏଠାରେ ଭୋଟିଂ ପ୍ରତିଶତ ୭୬.୦୬ ରହିଛି। ଆସାମରେ ମଧ୍ୟ ୭୦.୬୫% ଭୋଟିଂ ହୋଇଛି।

ମହାରାଷ୍ଟ୍ରରେ ମାତ୍ର ୫୩.୧% ଭୋଟିଂ ହୋଇଥିବା ବେଳେ ବିହାରରେ ପ୍ରଥମ ପର୍ଯ୍ୟାୟ ତୁଳନାରେ ଏଥର ମତାଦାନ ବୃଦ୍ଧି ପାଇଛି। ଏଠାରେ ୫୩.୦୩% ଲୋକ ଭୋଟ ଦେଇଛନ୍ତି। ଉତ୍ତର ପ୍ରଦେଶର ୮ଟି ଆସନ ପାଇଁ ଆଜି ଭୋଟିଂ ହୋଇଛି। ଏଠାରେ ଭୋଟିଂ ହାର ସବୁଠାରୁ କମ ୫୨.୭୪% ରେକର୍ଡ କରାଯାଇଛି। ହେମା ମାଳିନୀଙ୍କ ମଥୁରା ଆସନରେ କେବଳ ୪୬.୯୬% ଲୋକ ମତାଧିକାର ସାବ୍ୟସ୍ତ କରିଛନ୍ତି।

ରାଜସ୍ଥାନର ୧୩ଟି ଆସନରେ ୫୯.୧୯%, ମଧ୍ୟପ୍ରଦେଶର ୬ଟି ଅରସନରେ ୫୪.୮୪% ଓ କର୍ଣ୍ଣାଟକାର ୧୪ଟି ଆସନରେ ଭୋଟିଂ ହାର ୬୩.୯% ରହିଛି।

କେରଳ ସମସ୍ତ ୨୦ଟି ଯାକ ଆସନରେ ଆଜି ମତଦାନ ଶେଷ ହୋଇଛି। ରାହୁଲ ଗାନ୍ଧିଙ୍କ ୱାୟନାଡ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏଠାରେ ସନ୍ଧ୍ୟା ୬ଟା ସୁଦ୍ଧା ୬୭.୨୭% ଭୋଟିଂ ହୋଇଥିଲା। ସମୟ ଶେଷ ହେବା ପରେ ମଧ୍ୟ ଅନେକ ଲୋକ ପୁଲିଂ ବୁଥରେ ଧାଡ଼ି ବାନ୍ଧି ଛିଡ଼ା ହୋଇଥିଲେ। ତେଣୁ ଆଗକୁ ଭୋଟିଂ ହାର ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ଆଜି ମଧ୍ୟପ୍ରଦେଶର ବେତୁଲ ଆସନରେ ପଡ଼ିନି ଭୋଟ୍। ପରବର୍ତ୍ତୀ ସମୟରେ ଏହି ଆସନ ପାଇଁ ଭୋଟିଂ ହେବ।

Bjp Congress Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe