Advertisment

କଂଗ୍ରେସକୁ ୧୮୨୩ କୋଟିର ଆୟକର ନୋଟିସ୍‌, ଚିନ୍ତାରେ ଦଳ

୨୦୧୭-୧୮ ଓ ୨୦୨୦-୨୧ ବର୍ଷର ଟିକସ ପାଇଁ ଆୟକର ବିଭାଗ ଜୋରିମାନା ଓ ସୁଧକୁ ମିଶାଇ ମୋଟ ୧୮୨୩ କୋଟି ଟଙ୍କାର ନୋଟିସ ପାଇଛି।

author-image
Hemant Lenka
Congress

Congress

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଘାରିଛି ପାଣ୍ଠି ଚିନ୍ତା। ଟିକସ ନ ଦେବା ଅଭିଯୋଗରେ କଂଗ୍ରେସର ଆକାଉଣ୍ଟକୁ ଆୟକର ବିଭାଗ ଫ୍ରିଜ୍‌ କରିଛି। ଏବେ ପୁଣିଥରେ ଆୟକର ବିଭାଗ ଦଳକୁ ୧୮୨୩ କୋଟି ଟଙ୍କାର ନୋଟିସ କରିଛି।

Advertisment

ଆୟକର ବିଭାଗର ଟିକସ ପୁନଃଆକଳନ ପ୍ରକ୍ରିୟା ଉପରେ ରୋକ ଲଗାଇବା ପାଇଁ ଦଳ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା। ସେଠାରୁ ନିରାଶ ହେବା ପରେ ଆଜି ଦଳ ପାଖକୁ ପୁଣି ଗୋଟିଏ ନୋଟିସ ଆସିଛି।

୨୦୧୭-୧୮ ଓ ୨୦୨୦-୨୧ ବର୍ଷର ଟିକସ ପାଇଁ ଆୟକର ବିଭାଗ ଜୋରିମାନା ଓ ସୁଧକୁ ମିଶାଇ ମୋଟ ୧୮୨୩ କୋଟି ଟଙ୍କାର ନୋଟିସ ପାଇଛି। କଂଗ୍ରେସ ୧୮୨୩.୦୮ କୋଟି ଟଙ୍କାର ନୋଟିସ ପାଇଥିବା ଖବରକୁ ନିଶ୍ଚିତ କରିଥିବା ବେଳେ ବିଜେପି ଟିକସ ଆତଙ୍କବାଦରେ ଲିପ୍ତି ରହିଥିବା ଅଭିଯୋଗ କରିଛି। ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଆର୍ଥିକସ୍ତରରେ ପଙ୍ଗୁ କରି ଦେବାକୁ ଚାହୁଁଛି ବୋଲି କଂଗ୍ରେସ ନେତାମାନେ କହିଛନ୍ତି।

Advertisment

କଂଗ୍ରେସ ମୁଖ୍ୟାଳୟରେ ଏହି ଘଟଣାରେ ଆଜି ପବନ ଖେଡା, ଜୟରାମ ରମେଶ ଓ ଅଜୟ ମାକେନ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେମାନେ କହିଛନ୍ତି, ବିଜେପି ଗୁରୁତର ଟିକସ ଆଇନ ଉଲ୍ଲଙ୍ଘନ ମାମଲାରେ ସାମିଲ ରହିଛି। ଏପରି ନିୟମ ଉଲ୍ଲଙ୍ଘନ ପାଇଁ ଆୟକର ବିଭାଗ ବିଜେପି ଠାରୁ ୪,୬୦୦ କୋଟିରୁ ଅଧିକ ଟଙ୍କା ଆଦାୟ କରିବା ଦରକାର।

ରମେଶ କହିଛନ୍ତି, ନିର୍ବାଚନୀ ବଣ୍ଡ ସ୍କାମରୁ ବିଜେପି ୮,୨୦୦ କୋଟି ଟଙ୍କା ପାଇଛି। ପ୍ରି-ପେଡ, ପୋଷ୍ଟ ପେଡ, ପୋଷ୍ଟ ରେଡ ଲାଞ୍ଚ ଓ ଶେଲ କମ୍ପାନୀ ଦ୍ୱାରା ଟଙ୍କା ହାସଲ କରିଛି। ବିଜେପି ଟିକସ ଆତଙ୍କବାଦରେ ସାମିଲ ରହିଛି। କଂଗ୍ରେସକୁ ଆର୍ଥିକସ୍ତରରେ ପଙ୍ଗୁ କରି ଦେବାକୁ ଉଦ୍ୟମ ଚାଲିଛି। ହେଲେ ଆମେ କେବେ ହେଲେ ମୁଣ୍ଡ ନୁଆଁଇବୁ ନାହିଁ ବୋଲି ସେ କହିଛନ୍ତି।

ସେ ପ୍ରତିଶ୍ରୁତି ଦେଇଛି ଯେ ଆୟକର ବିଭାଗର ଛାଟ ସତ୍ତ୍ୱେ କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଜାରି ରଖିବ ଓ ଦଳ ଦେଶବାସୀଙ୍କ ଠାରୁ ଗ୍ୟାରେଣ୍ଟୀ ହାସଲ କରିବେ। ଏପରି ନୋଟିସରେ କଂଗ୍ରେସ ଡରିବ ନାହିଁ। ଦଳ ଅଧିକ ଆକ୍ରମଣାତ୍ମକ ହେବ ଓ ନିର୍ବାଚନ ଲଢ଼ିବ ବୋଲି ଜୟରାମ କହିଛନ୍ତି।

କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକୁ ନିର୍ଦ୍ଦିଷ୍ଟ ଭାବେ ଆୟକର ବିଭାଗ ଟାର୍ଗେଟ କରୁଥିବା ଅଜୟ ମାକେନ ଅଭିଯୋଗ କରିଛନ୍ତି।

Congress Rahul Gandhi Mallikarjun Kharge