Advertisment

ହାଇଦ୍ରାବାଦରେ ଓୱେସୀଙ୍କ ବଡ଼ ବିଜୟ, ହାରିଲେ ମାଧବୀ ଲତା!

୨୦୧୯ରେ ବିଜେପିର ଭାଗବତ ରାଓଙ୍କୁ ୨,୮୨,୧୮୬ ଖଣ୍ଡ ଭୋଟରେ ହରାଇଥିଲେ। ୨୦୧୪ରେ ମଧ୍ୟ ଶ୍ରୀ ରାଓ ଏଠାରୁ ଓୱେସୀଙ୍କ ହାତରୁ ମାତ ଖାଇଥିଲେ।

author-image
Hemant Lenka
Owaisi

Owaisi

ଏଆଇଏଆଇଏମର ସଭାପତି ତଥା ୪ଥର ହାଇଦ୍ରାବାଦରୁ ସାଂସଦ ହୋଇଥିବା ଅସାଦୁଦ୍ଦିନ ଓୱେସୀ ବଡ଼ ବିଜୟ ଦିଗରେ ଆଗକୁ ବଢ଼ୁଛନ୍ତି। ସେ ୫ମଥର ପାଇଁ ଏଠାରୁ ବିଜୟ ହେବା ଏକପ୍ରକାରର ନିଶ୍ଚିତ ହୋଇଛି। ସେ ବିଜେପି ପ୍ରାର୍ଥୀ ମାଧବୀ ଲତାଙ୍କୁ ଏକତରଫା ଭାବେ ପରାସ୍ତ କରିବାକୁ ଯାଉଥିବା ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି।

Advertisment

ଓୱେସୀ ହାଇଦ୍ରାବାଦ ଆସନରେ ମାଧବୀ ଲତାଙ୍କ ଠାରୁ ୩,୧୫,୮୦୦ ଖଣ୍ଡ ଭୋଟ ଆଗରେ ରହିଛନ୍ତି। ଓୱେସୀଙ୍କୁ ବର୍ତ୍ତମାନ ସୁଦ୍ଧା ୬,୨୧,୫୮୭ ଖଣ୍ଡ ଭୋଟ ମିଳିଥିବା ବେଳେ ମାଧବୀ ମାତ୍ର ୩,୦୪,୬୪୭ ଖଣ୍ଡ ଭୋଟ ପାଇଛନ୍ତି। ବିରୋଧୀ ମେଣ୍ଟ ଇଣ୍ଡିଆର ପ୍ରତିନିଧିତ୍ୱ କରୁଥିବା କଂଗ୍ରେସ ପ୍ରାର୍ଥୀ ୱାଲିଉଲ୍ଲା ସମୀ କେବଳ ୫୭,୩୮୫ ଖଣ୍ଡ ଭୋଟ ପାଇଛନ୍ତି।

ଓୱେସୀ ହାଇଦ୍ରାବାଦ ଆସନରୁ ୨୦୦୪ରୁ ଜିତି ଆସୁଛନ୍ତି। ୨୦୧୯ରେ ବିଜେପିର ଭାଗବତ ରାଓଙ୍କୁ ୨,୮୨,୧୮୬ ଖଣ୍ଡ ଭୋଟରେ ହରାଇଥିଲେ। ୨୦୧୪ରେ ମଧ୍ୟ ଶ୍ରୀ ରାଓ ଏଠାରୁ ଓୱେସୀଙ୍କ ହାତରୁ ମାତ ଖାଇଥିଲେ।

Advertisment
Election Loksabha Election Election Results LokSabhaElectionResults2024