Advertisment

କେଉଁ ସ୍ଥିତିରେ ଅଛି ଓୱେସିଙ୍କ AIMIM, କରିପାରିବ କି କେସିଆରଙ୍କ ସହଯୋଗ?

ଏମ୍ଆଇଏମ୍ ପ୍ରତିଦ୍ୱନ୍ଦ୍ୱିତା କରୁଥିବା 9ଟି ଆସନ ମଧ୍ୟରୁ ସାତଟି ହାଇଦ୍ରାବାଦରେ ଅଛି। ସେଥିମଧ୍ୟରୁ ଚାରିଟିରେ ଆଗେଇ ଚାଲିଛି ଦଳ।

Asaduddin Owaisi

Asaduddin Owaisi

Advertisment

ତେଲେଙ୍ଗାନା ବାସିନ୍ଦା ଏଥର ଏକ ବଡ ପରିବର୍ତ୍ତନ ଦେଖିବାକୁ ଯାଉଛନ୍ତି। ରାଜ୍ୟ ଗଠନ ହେବା ପରଠାରୁ ଶାସନ ଗାଦିରେ ଥିବା ଭାରତ ରାଷ୍ଟ୍ର ସମିତି(ବିଆରଏସ୍) ସୁପ୍ରିମୋ କେସିଆରଙ୍କ ହାତରୁ ଖସି ଯିବାକୁ ବସିଛି ଗଡ। ଏଠାରେ କଂଗ୍ରେସ ଶାସନ ଗଢିବା ଚିତ୍ର ଏକପ୍ରକାର ସ୍ପଷ୍ଟ ହୋଇସାରିଛି।

Advertisment

କଂଗ୍ରେସ 66ଟି ଆସନରେ ଆଗୁଆ ଥିବାବେଳେ ବିଆରଏସ୍ 38 ଏବଂ ଅନ୍ୟାନ୍ୟ 6ଟି ଆସନରେ ଆଗେଇ ଚାଲିଛନ୍ତି। ଏହି ତିନି ଦଳକୁ ବାଦ୍ ଦେଲେ ଜାତୀୟ ସ୍ତରରେ ଆଉ ଏକ ଦଳ ଅଲ ଇଣ୍ଡିଆ ମଜଲିସ-ଇ-ଇସ୍ତେହାଦୁଲ ମୁସଲିମିନ(AIMIM)କୁ ନେଇ ମଧ୍ୟ ଚର୍ଚ୍ଚା ହୁଏ। ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସି ଏହି ଦଳର ପ୍ରତିଷ୍ଠାତା। 

ଚଳିତ ନିର୍ବାଚନ ପାଇଁ ଓୱେସି 9ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି, ଯେଉଁମାନଙ୍କ ମଧ୍ୟରେ ତାଙ୍କ ଭାଇ ମଧ୍ୟ ଅଛନ୍ତି। ଏହି ସମସ୍ତ ଆସନରୁ ବର୍ତ୍ତମାନ ସୁଦ୍ଧା 4ଟିରେ ଆଗେଇ ଚାଲିଛି ଦଳ। ଯଦି ବିଆରଏସ୍ ବହୁମତରୁ କମ୍ ପଡେ ତେବେ ଏମ୍ଆଇଏମ୍ କେସିଆରଙ୍କ ସମର୍ଥନ କରିପାରେ। ଏନେଇ ଓୱେସି ପୂର୍ବରୁ ମଧ୍ୟ ସ୍ପଷ୍ଟ କରି ସାରିଛନ୍ତି।

Advertisment

ଏମ୍ଆଇଏମ୍ ପ୍ରତିଦ୍ୱନ୍ଦ୍ୱିତା କରୁଥିବା 9ଟି ଆସନ ମଧ୍ୟରୁ ସାତଟି ହାଇଦ୍ରାବାଦରେ ଅଛି। ରାଜଧାନୀର ଚାରମିନାର, ବାହାଦୂରପୁରା, ମଲକପେଟ୍, ଚନ୍ଦ୍ରଯାନଗୁଟ୍ଟା, ନାନପଲ୍ଲି, ୟାକୁଟପୁରା, କାରଭାନ୍, ରାଜେନ୍ଦ୍ର ନଗର ଏବଂ ଜୁବଲି ହିଲ୍ସ ଆସରେ ପ୍ରାର୍ଥୀ ଦେଇଥିଲା ଏମ୍ଆଇଏମ୍। ଏହି ନଅଟି ଆସନ ମଧ୍ୟରୁ ଚାରିଟିରେ ଦଳ ଆଗୁଆ ରହିଛି।

ଅହମ୍ମଦ ବିନ୍ ଅବଦୁଲ୍ଲା ବାଲା ମଲକପେଟରୁ, ଚାର୍ମିନାରରୁ ମୀର ଜୁଲଫିକର ଅଲି, ଚନ୍ଦ୍ରଯାନଗୁଟ୍ଟାରୁ ଆକବରଉଦ୍ଦିନ ଓୱେସି ଏବଂ ବାହାଦୂରପୁରାରୁ ମହମ୍ମଦ ମୁବେନ ଅଗ୍ରଣୀ ଅଛନ୍ତି। ଅସଦୁଦ୍ଦିନ ଓୱେସିଙ୍କ ଭାଇ ଆକବରଉଦ୍ଦିନ ପ୍ରାୟ 10 ହଜାର ଭୋଟରେ ଆଗୁଆ ଅଛନ୍ତି। 2018 ରେ ମଧ୍ୟ ସେ ଏକ ବଡ ବିଜୟ ହାସଲ କରିଥିଲେ।

ଓୱେସିଙ୍କ ଦଳକୁ ତେଲେଙ୍ଗାନାରେ କିଙ୍ଗମେକର ଭାବରେ ବିବେଚନା କରାଯାଏ। ନିର୍ବାଚନ ଫଳାଫଳ ପୂର୍ବରୁ ମଧ୍ୟ କୁହାଯାଉଥିଲା ଯେ, ଯଦି BRS ସଂଖ୍ୟାଗରିଷ୍ଠତା କରିନପାରେ ତେବେ ଓୱେସି ଦଳ ତାଙ୍କୁ ସମର୍ଥନ କରିବ। ସମ୍ପୂର୍ଣ୍ଣ ଫଳାଫଳ ପ୍ରକାଶ ପାଇବା ପରେ ଓୱେସି, କେସିଆରଙ୍କୁ ସମର୍ଥନ କରିପାରିବେ କି ନାହିଁ ତାହା ସ୍ପଷ୍ଟ ହୋଇଯିବ। 

Assembly Election Result Telangana Election Brs Asaduddin Owaisi AIMIM KCR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe