Advertisment

ହାଇଦ୍ରାବାଦର ନାଁ ବଦଳିବ କହିଲେ ଆଦିତ୍ୟନାଥ, ଜବାବ ରଖିଲେ ଓୱେସୀ

ତେଲେଙ୍ଗାନାରେ ବିଜେପି କ୍ଷମତାକୁ ଆସିଲେ ହାଇଦ୍ରାବାଦର ନାଁ ଭାଗ୍ୟନଗର ହେବ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।

author-image
Hemant Lenka
yogi

yogi

ତେଲେଙ୍ଗାନାରେ ବିଜେପି କ୍ଷମତାକୁ ଆସିଲେ ହାଇଦ୍ରାବାଦର ନାଁ ଭାଗ୍ୟନଗର ହେବ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ତେବେ ଯୋଗୀଙ୍କ ଏପରି ନାଁ ବଦଳାଇବା ପ୍ରତିଶ୍ରୁତିକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ସାଂସଦ ଅସାଦୁଦ୍ଦିନ ଓୱେସୀ।

Advertisment

ସେ କହିଛନ୍ତି, “ପ୍ରଥମେ ମୁଁ ସେମାନଙ୍କୁ ପଚାରିବାକୁ ଚାହୁଁଛି ଯେ ଭାଗ୍ୟନଗର ଆସିଲା କେଉଁଠୁ? ଏହା କେଉଁଠି ଲେଖା ହୋଇଛି ବୋଲି ସେମାନଙ୍କୁ ପଚାରନ୍ତୁ। ଆପଣମାନେ ହାଇଦ୍ରାବାଦକୁ ଘୃଣା କରନ୍ତି। ଏଥିପାଇଁ ନାଁ ବଦଳାଇବାକୁ ଚାହୁଁଛନ୍ତି।

ହାଇଦ୍ରାବାଦ ହେଉଛି ଆମର ପରିଚୟ। ଆପଣ କେମିତି ଏହାର ନାଁ ବଦଳାଇବେ? ସେମାନେ କେବଳ ଘୃଣାର ରାଜନୀତି କରୁଛନ୍ତି। ହାଇଦ୍ରାବାଦର ନାଁ ବଦଳାଇବାକୁ ପ୍ରତିଶ୍ରୁତି ଦେବା ବିଜେପିର ବିଭାଜନକାରୀ ରାଜନୀତିର ଅଂଶବିଶେଷ। ମୋର ଆଶା ହାଇଦ୍ରାବାଦ ଓ ତେଲେଙ୍ଗାନାର ଲୋକମାନେ ସେମାନଙ୍କୁ ଉପଯୁକ୍ତ ଜବାବ ଦେବେ।”

Advertisment

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତେଲେଙ୍ଗାନା ବିଧାନସଭା ନିର୍ବାଚନର ପ୍ରଚାର କରିବା ବେଳେ ହାଇଦ୍ରାବାଦର ନାଁ ବଦଳିବ ବୋଲି କହିଥିଲେ। ସେ କହିଥିଲେ, “କଂଗ୍ରେସ ଏହି ସହରକୁ ହାଇଦ୍ରାବାଦ କରିଛି। କିନ୍ତୁ ଆମେ ଏହାକୁ ଭାଗ୍ୟନଗର କରିବାକୁ ଆସିଛୁ। ସହର ଭାଗ୍ୟ ବଦଳାଇବାକୁ ଆସିଛୁ।

ଶ୍ରୀ ଭାଗ୍ୟ ଲକ୍ଷ୍ମୀ ମନ୍ଦିର ଏଠାରେ ରହିଛି। ତେଣୁ ଏହି ସହର ପୁଣିଥରେ ଭାଗ୍ୟନଗର ହେବ।” ତେଲେଙ୍ଗାନା ବିଜେପି ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଜି କ୍ରିଷ୍ଣା ରେଡ୍ଡୀ ମଧ୍ୟ ଆଦିତ୍ୟନାଥଙ୍କ ନାଁ ବଦଳାଇବା ପ୍ରତିଶ୍ରୁତିକୁ ସମର୍ଥନ କରିଛନ୍ତି।

ସେ କହିଛନ୍ତି, “ହଁ, ନିଶ୍ଚିତ। ଯଦି ବିଜେପି କ୍ଷମତାକୁ ଆସିବ, ତା’ହେଲେ ହାଇଦ୍ରାବାଦର ନାଁ ବଦଳିବ। ମୁଁ ପଚାରିବାକୁ ଚାହୁଁଛି, ହାଇଦର କିଏ? ଆପଣମାନେ ହାଇଦର ନାଁ ଚାହାନ୍ତି? ହାଇଦର କେଉଁଠୁ ଆସିଥିଲା? ମୁଁ ପଚାରିବାକୁ ଚାହେଁ ହାଇଦରକୁ କିଏ ଚାହୁଁଛି? ଯଦି ବିଜେପି କ୍ଷମତାକୁ ଆସିବ, ତା’ହେଲେ ଆମେ ହାଇଦର ନାଁକୁ ହଟାଇ ଦେବୁ। ସହରର ନାଁ ଭାଗ୍ୟନଗର ରହିବ।

ସହରର ନାଁ ହାଇଦ୍ରାବାଦରୁ ଭାଗ୍ୟନଗରକୁ ବଦଳାଇଲେ ଭୁଲ କ’ଣ? ମାଡ୍ରାସର ନାଁ ଚେନ୍ନାଇ, ବମ୍ବେର ନାଁ ମୁମ୍ବାଇ, କ୍ୟାଲକାଟାର ନାଁ କୋଲକାତା ଓ ରାଜପଥର ନାଁ କର୍ତ୍ତବ୍ୟ ପଥ ହେଉଥିବା ବେଳେ ହାଇଦ୍ରାବାଦର ନାଁ କାହିଁକି ବଦଳି ପାରିବ ନାହିଁ? ଆମେ କ୍ଲୀତଦାସକୁ ଇଙ୍ଗିତ କରୁଥିବା ସବୁ ସହରର ନାଁ ବଦଳାଇବୁ।”

Bjp Yogi Aditya Nath Telengana