Advertisment

କାହିଁକି ମହିଳା ସଂରକ୍ଷଣ ବିଲ୍‌କୁ ବିରୋଧ କରିଥିଲେ କହିଲେ ଓୱେସି

ଲୋକ ସଭାରେ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲକୁ ସମର୍ଥନ ମିଳିଥିଲେ ବି ବିପକ୍ଷରେ ପଡିଥିବା ଦୁଇ ଖଣ୍ଡ ଭୋଟକୁ ନେଇ ଚର୍ଚ୍ଚା। ବିରୋଧରେ ଯାଇଥିବା ସଦସ୍ୟ କଣ କହିଲେ ଜାଣନ୍ତୁ...

author-image
Debibandita Barick
ଅଦ୍ୟତନ ହୋଇଛି
 Asaduddin Owaisi and MP Imtiaz Jaleel

Asaduddin Owaisi and MP Imtiaz Jaleel

ଲୋକ ସଭାରେ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲକୁ ମିଳିଛି ସମର୍ଥନ। ୪୫୪ ଖଣ୍ଡ ଭୋଟ୍ ସହ ଏହି ବିଲ୍ ଲୋକ ସଭାରେ ପାରିତ ହୋଇଛି। ଆଜି ରାଜ୍ୟ ସଭାରେ ବିଲ୍ ପାରିତ ହେଲେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇଯିବ ମହିଳା ସଂରକ୍ଷଣ ବିଲ୍ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍।

Advertisment

ଦୀର୍ଘଦିନ ପରେ ବିଲକୁ ଆବଶ୍ୟକୀୟ ସଂଖ୍ୟାରେ ସମର୍ଥନ ମିଳିଥିଲେ ବି ଦୁଇ ଖଣ୍ଡ ଭୋଟ୍ ବିପକ୍ଷରେ ପଡିଥିଲା। ବିଲ୍ ସପକ୍ଷରେ ୪୫୪ ସଦସ୍ୟ ଯାଇଥିବା ବେଳେ ମାତ୍ର ଦୁଇ ଜଣ ଏହାକୁ ବିରୋଧ କରିଥିଲେ। ତେବେ ଏ ଦୁଇ ସଦସ୍ୟ କିଏ? ଏବଂ ବିଲକୁ ବିରୋଧ କରିବାର କାରଣ ବାବଦରେ ଜାଣିବାକୁ ଅନେକଙ୍କ ମନରେ ଉତ୍କଣ୍ଠା ଜାତ ହୋଇଥିବ ନିଶ୍ଚୟ।

ରିପୋର୍ଟ ଅନୁସାରେ, ମହିଳା ସଂରକ୍ଷଣ ବିଲକୁ ଲୋକ ସଭାରେ ବିରୋଧ କରିଛନ୍ତି, ଏଆଇଏଆଇଏମର ମୁଖ୍ୟ ଅସଉଦ୍ଦିନ ଓୱେସି ଏବଂ ତାଙ୍କ ଦଳର ସାଂସଦ ଇମତିଆଜ ଜାଲିଲ୍। ବିଲ୍ ବିପକ୍ଷରେ ଭୋଟ୍ ଦେବାର କାରଣ ଦର୍ଶାଇ ଓୱେସି କହିଛନ୍ତି, ଓବିସି ମହିଳା ଏବଂ ମୁସଲିମ୍ ମହିଳାଙ୍କ ସଂରକ୍ଷଣ ପାଇଁ ସେ ଏହି ବିରୋଧର ସ୍ୱର ଉତ୍ତୋଳନ କରିଛନ୍ତି। ସଂରକ୍ଷଣରେ ଏମାନଙ୍କ ଭାଗିଦାରୀ ନଥିବାରୁ ସେ ବିଲ୍ ବିପକ୍ଷରେ ଭୋଟ୍ ଦେଇଥିବା କହିଛନ୍ତି।

Advertisment

ଓୱେସି ଆହୁରି କହିଛନ୍ତି, ଦେଶର ଲୋକସଂଖ୍ୟାରେ ଓବିସି ମହିଳାଙ୍କ ସଂଖ୍ୟା ୫୦%ରୁ ଅଧିକ। କିନ୍ତୁ ଲୋକ ସଭାରେ ସେମାନଙ୍କର ପ୍ରତିନିଧିତ୍ୱ ୨୨%। ଭାରତରେ ମୁସଲମାନ ମହିଳାଙ୍କ ସଂଖ୍ୟା ୭% ଥିବାବେଳେ ଲୋକସଭାରେ ସେମାନଙ୍କର ପ୍ରତିନିଧିତ୍ୱ ୦.୭%। କାହିଁକି ସେମାନଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏଥିସହ ସେ କହିଛନ୍ତି, ମହିଳା ସଂରକ୍ଷଣ ବିଲ୍ କେବଳ ‘ସବର୍ଣ୍ଣ ମହିଳା’ (ଉଚ୍ଚ ଜାତିର ମହିଳା)ମାନଙ୍କୁ ସଂରକ୍ଷଣ ପ୍ରଦାନ କରିବ। ଏହି ବିଲ୍ ପଛରେ ଉଦ୍ଦେଶ୍ୟ ଥିଲା ଲୋକସଭା ତଥା ରାଜ୍ୟ ସଭାରେ ମହିଳାମାନଙ୍କୁ ପ୍ରତିନିଧିତ୍ୱ କରିବା। ତେବେ ଓବିସି ଏବଂ ମୁସଲମାନ ମହିଳାମାନେ କାହିଁକି ନୁହଁନ୍ତି? ଯେଉଁମାନଙ୍କ ପାଇଁ ଆଇନ ଆଣୁଛନ୍ତି ସେମାନଙ୍କୁ ପ୍ରତିନିଧିତ୍ୱ କରିବାକୁ ଦେବେନି? ଏହା ବିରୋଧରେ ହିଁ ଆମେ ଭୋଟ୍ ଦେଇଛୁ। 

ଏପରି ହେଲେ ଦେଶର ମହିଳାମାନେ ଜାଣିବେ, ଦୁଇ ଜଣ ସାଂସଦ ଅଛନ୍ତି, ଯେଉଁମାନେ ଓବିସି ଏବଂ ମୁସଲମାନ ମହିଳାଙ୍କୁ ଏଥିରେ ସାମିଲ କରିବାକୁ ସଂଗ୍ରାମ କରୁଛନ୍ତି। ସେ ଆହୁରି କହିଛନ୍ତି, ମୋଦି ସରକାର କେବଳ ଉଚ୍ଚ ଜାତିର ମହିଳାଙ୍କ ପ୍ରତିନିଧିତ୍ୱ ଚାହୁଁଛି। ସେମାନେ ଓବିସି ଏବଂ ମୁସଲମାନ ମହିଳାଙ୍କ ପ୍ରତିନିଧିତ୍ୱ ଚାହୁଁନାହାନ୍ତି। 

ଏପର୍ଯ୍ୟନ୍ତ ୬୯୦ ଜଣ ମହିଳା ସାଂସଦ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ମାତ୍ର ୨୫ ଜଣ ସାଂସଦ ମୁସଲିମ ମହିଳା ଅଛନ୍ତି। ମୁସଲିମ ମହିଳା ଭେଦଭାବର ସମ୍ମୁଖୀନ ହେଉଛନ୍ତି। ଶାସକ ବିଜେପି ଓବିସି ଏବଂ ମୁସଲିମ୍ ମହିଳାଙ୍କୁ ସେମାନଙ୍କୁ ଅଧିକାରରୁ ବଞ୍ଚିତ କରୁଛନ୍ତି। 

Asaduddin Owaisi Women Quota Bill AIMIM MP Women Quota Bill Opposing Party