Advertisment

ଜିଏସ୍‌ଟି ସଂସ୍କାରର ସମୟକୁ ନେଇ ଉଠିଲା ପ୍ରଶ୍ନ: ବିହାର ନିର୍ବାଚନ ନା ଟ୍ରମ୍ପଙ୍କ ଟାରିଫ?

କେନ୍ଦ୍ର ସରକାର ୧୨% ଓ ୨୮% ଟିକସ ସ୍ଲାବକୁ ହଟାଇ ଦେଇଥିବାରୁ ଅନେକ ଦୈନିନ୍ଦିନ ଜିନିଷର ଦାମ ସେପ୍ଟେମ୍ବର ୨୨ ପରେ ହ୍ରାସ ପାଇବ।

GST

GST

Advertisment

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି)ରେ କରାଯାଇଥିବା ବ୍ୟାପକ ସଂସ୍କାର ସମୟକୁ ନେଇ ଉଠିଛି ପ୍ରଶ୍ନ। ହଠାତ୍‌ କେନ୍ଦ୍ର ସରକାର କାହିଁକି ୪ ଟିକିଆ ଜିଏସ୍‌ଟି ସ୍ଲାବକୁ ହଟାଇ ଦେଇ ୨ଟିକିଆ କଲେ? ସେହିପରି ନୂଆ କରି କାହିଁକି ୪୦% ସ୍ଲାବ ଜିଏସ୍‌ଟିରେ ଯୋଡ଼ିଲେ? କେନ୍ଦ୍ର ସରକାର ୧୨% ଓ ୨୮% ଟିକସ ସ୍ଲାବକୁ ହଟାଇ ଦେଇଥିବାରୁ ଅନେକ ଦୈନିନ୍ଦିନ ଜିନିଷର ଦାମ ସେପ୍ଟେମ୍ବର ୨୨ ପରେ ହ୍ରାସ ପାଇବ।

Advertisment

ସେହିପରି କିଛି ଜିନିଷ ଉପରେ ଟିକସ ମଧ୍ୟ ଲାଗୁ ହେବନି। କିନ୍ତୁ କାହିଁକି କେନ୍ଦ୍ର ସରକାର ହଠାତ ଏପରି ନିଷ୍ପତ୍ତି ନେଲେ? ଆମେରିକା ଟାରିଫ ଝଟକା ଯୋଗୁ ନା ଆଗକୁ ବିହାର ନିର୍ବାଚନ ଆସୁଥିବାରୁ କେନ୍ଦ୍ର ସରକାର ଜିଏସ୍‌ଟିରେ ସଂସ୍କାର ଆଣିଛନ୍ତି ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ଜିଏସ୍‌ଟିରେ ହୋଇଥିବା ସଂସ୍କାରକୁ ସ୍ୱାଗତ କରିଛନ୍ତି। ହେଲେ ଏପରି ଦର ହ୍ରାସ ନିଷ୍ପତ୍ତି ପାଇଁ ସରକାର ୮ ବର୍ଷ ହେଲା କାହାକୁ ଅପେକ୍ଷା କରିଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି। ୨୦୧୭ରେ ସମଗ୍ର ଦେଶରେ ଜିଏସ୍‌ଟି ଲାଗୁ ହୋଇଥିବା ବେଳେ କେନ୍ଦ୍ର ସରକାର ପ୍ରଥମଥର ପାଇଁ ଏତେ ବଡ଼ ପରିବର୍ତ୍ତନ କରିଛନ୍ତି। ତେଣୁ ଚିଦାମ୍ବରମ ଏହା ଉପରେ ପ୍ରଶ୍ନ କରିଛନ୍ତି।

Advertisment

ଏକ୍ସରେ ରାଜ୍ୟସଭା ସାଂସଦ ଚିଦାମ୍ବରମ କହିଛନ୍ତି, “ଜିଏସ୍‌ଟିକୁ ତର୍କସଙ୍ଗତ କରିବା ଓ ବିଭିନ୍ନ ଦ୍ରବ୍ୟ ଏବଂ ସେବାର ଦର ହ୍ରାସ ସ୍ୱାଗତଯୋଗ୍ୟ। କିନ୍ତୁ ୮ ବର୍ଷ ବହୁତ ବିଳମ୍ବ। ବର୍ତ୍ତମାନର ଜିଏସଟି ବ୍ୟବସ୍ଥା ଓ ପ୍ରଚଳିତ ଦର ଆରମ୍ଭରୁ ହିଁ ଲାଗୁ ହେବାର ଥିଲା। ଆମେ ୮ ବର୍ଷ ହେଲା ପ୍ରଚଳିତ ଜିଏସ୍‌ଟି ବ୍ୟବସ୍ଥା ଓ ଦର ବିରୋଧରେ ସ୍ୱର ଉଠାଉଥିଲେ ହେଁ ସେସବୁକୁ କାନକୁ ଶୁଭୁ ନଥିଲା।”

ସରକାର ହଠାତ୍ ଜିଏସ୍‌ଟିରେ ସଂଶୋଧନ କରିବା ପଛର କାରଣ ଉପରେ ପ୍ରଶ୍ନ ଉଠାଇ ଚିଦାମ୍ବରମ କହିଛନ୍ତି ଯେ ଧିମା ଅଭିବୃଦ୍ଧି? ବର୍ଦ୍ଧିତ ଘରୋଇ ଋଣ? ହ୍ରାସ ପାଉଥିବା ସଞ୍ଚୟ? ଆଗାମୀ ବିହାର ନିର୍ବାଚନ? ଆମେରିକା ରାଷ୍ଟ୍ରପତି ଡୋନରଲ୍ଡ ଟ୍ରମ୍ପ ଓ ତାଙ୍କ ଟାରିଫ ଯୋଗୁ ଏପରି ପଦକ୍ଷେପ ନିଆଯାଇଛି କି ବୋଲି ସେ ପଚାରିଛନ୍ତି।

Congress GST chidambaram
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe