Advertisment

ଚର୍ଚ୍ଚାରେ ନବୀନଙ୍କ ଘୋଷଣା: ଦିବଂଗତ ବରିହାଙ୍କ ନାଁ ରହିଲାନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ କସରତ ପରେ ଶେଷରେ ବିଜେଡି ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି । ବିଜେଡିର ପ୍ରାର୍ଥୀ ଭାବେ ବର୍ଷା ସିଂ ବରିହା ଆସନ୍ତା ୧୬ତାରିଖରେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ମାତ୍ର ଆଜି ବିଜେଡି ପକ୍ଷରୁ ବର୍ଷାଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ଦଳର ସୁପ୍ରିମୋ ତଥା ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଜାରି ୩ ଧାଡ଼ିଆ ଘୋଷଣାକୁ ନେଇ ପଦ୍ମପୁର ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି […]

ଅଦ୍ୟତନ ହୋଇଛି
ସ୍ୱତନ୍ତ୍ର ଏୟାରକ୍ରାଫ୍ଟରେ ମୁମ୍ବାଇ ଯିବେ ନବୀନ

CM Naveen Patnaik

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ କସରତ ପରେ ଶେଷରେ ବିଜେଡି ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି । ବିଜେଡିର ପ୍ରାର୍ଥୀ ଭାବେ ବର୍ଷା ସିଂ ବରିହା ଆସନ୍ତା ୧୬ତାରିଖରେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ମାତ୍ର ଆଜି ବିଜେଡି ପକ୍ଷରୁ ବର୍ଷାଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ଦଳର ସୁପ୍ରିମୋ ତଥା ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଜାରି ୩ ଧାଡ଼ିଆ ଘୋଷଣାକୁ ନେଇ ପଦ୍ମପୁର ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment

ଆଜି ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକଙ୍କ ଦସ୍ତଖତରେ ଜାରି ସୂଚନା ଅନୁସାରେ, “ଶ୍ରୀମତୀ ବର୍ଷା ସିଂ ବରିହା, ସ୍ୱାମୀ- ସ୍ମୃତି ସୌରଭ ବଳିୟାର ସିଂ ହେଉଛନ୍ତି ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ”। ତେବେ ଗତ ଜୁନ୍ ମାସରେ ନିଜ ଜାତି ‘ବିଂଝାର’ ସମାଜ ବାହାରେ ଅନ୍ୟ ଜାତିରେ ବର୍ଷା ବିବାହ କରିବାକୁ ନେଇ ବରିହା ପରିବାର ବିରୋଧର ସମ୍ମୁଖୀନ ହୋଇଥିବାବେଳେ ସେହି ବର୍ଷାଙ୍କୁ ବିଜେଡି ପ୍ରାର୍ଥୀ କରିବା ବିଜେଡି ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ବର୍ଷାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେଡି ସୁପ୍ରିମୋଙ୍କ ଘୋଷଣାରେ କେଉଁଠିବି ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ନାଁ ରଖାଯାଇନି । ବର୍ଷାଙ୍କୁ ପଦ୍ମପୁରରେ ବିଜେଡି ପ୍ରାର୍ଥୀ କରୁଥିଲେ ମଧ୍ୟ କାହିଁକି ତାଙ୍କ ପିତା ଦିଂବଗତ ବିଧାୟକ ବରିହାଙ୍କ ନାଁ ପରିବର୍ତ୍ତେ ତାଙ୍କ ସ୍ୱାମୀ ସ୍ମୃତି ସୌରଭଙ୍କ ନାଁ ଉଲ୍ଲେଖ କଲେ ତାହା ପଶ୍ଚିମଓଡ଼ିଶାର ସାଧାରଣ ଭୋଟର ମଧ୍ୟରେ ଅସନ୍ତୋଷର କାରଣ ହୋଇଛି।

ବିଂଝାର ସମାଜର ବିରୋଧ ସତ୍ତ୍ୱେ ବର୍ଷା ଅନ୍ୟ ଜାତିିରେ ବିବାହ କରିବା ପ୍ରସଙ୍ଗର ଏବେବି ପଦ୍ମପୁର ଅଂଚଳର ବିଂଝାର ସମାଜର ଲୋକଙ୍କ ମନରେ ଅସନ୍ତୋଷର କାରଣ ହୋଇ ରହିଛି । ତା’ଛଡ଼ା ପଦ୍ମପୁର ଅଂଚଳରେ ସାଧାରଣ ଲୋକମାନେ ‘ଉପକୂଳ ଓଡ଼ିଶାର ବୋହୂ’ଙ୍କୁ ସହଜରେ ଗ୍ରହଣ କରିବା ସମ୍ଭାବନା କ୍ଷୀଣ । ବିଂଝାର ସମାଜର ନେତାମାନେ ଗତକାଲି ବିଜେଡି ସୁପ୍ରିମୋଙ୍କ ସହ ଯେଉଁ ପ୍ରାୟୋଜିତ ବୈଠକ କରିଥିଲେ ସେଥିରେ ସେମାନେ ଦିବଂଗତ ବରିହାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣଙ୍କୁ ପ୍ରାର୍ଥୀ କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ । ମାତ୍ର ବରିହା ପରିବାରର ଝିଅ ବର୍ଷା ନିଜ ସମାଜର ବିରୋଧ ସତ୍ୱେ ଅନ୍ୟତ୍ର ବିବାହ କରିଥିବାକୁ ନେଇ ଯେଉଁ ବିରୋଧାଭାସ ରହିଛି ତା’ର ତାଳିପକା ସମାଧାନ ପାଇଁ ବିଜେଡିର ଉଦ୍ୟମ ଏବେବି ସମଗ୍ର ବିଂଝାର ସମାଜକୁ ଏକଜୁଟ କରିବାରେ ବିଫଳ ରହିଥିବା ଜଣାପଡ଼ିଛି।

Advertisment

ଉଲ୍ଲେଖଯୋଗ୍ୟ, ହିନ୍ଦୁ ଶାସ୍ତ୍ର ଅନୁସାରେ କୌଣସି ଝିଅ ଅନ୍ୟ ଜାତିରେ ବିବାହ କଲେ ନିଜ ସ୍ୱାମୀର ଜାତି, ପରିବାରରେ ପରିଚିତ ହୋଇଥାଏ । ସେଥିପାଇଁ ଗତ ଜୁନ୍ ମାସରେ ବର୍ଷା ନିଜ ଜାତି ବାହାରେ ବିବାହ କରିବା ପରଠୁ ତାଙ୍କର ନିଜ ସମାଜ ‘ବିଂଝାର’ ସହ କୌଣସି ସମ୍ପର୍କ ରହିନି । ଦିଂବଗତ ବିଧାୟକ ବରିହାଙ୍କ ଝିଅ ଲେଖିଲେ କାଳେ ‘ବିଂଝାର’ ସମାଜକୁ ଅସନ୍ତୁଷ୍ଟ ହେବ ସେହି ଭୟରେ ବିଜେଡି ଅତ୍ୟନ୍ତ ଚତୁରତାର ସହ ବର୍ଷାଙ୍କ ପରିଚୟରେ ତାଙ୍କ ସ୍ୱାମୀଙ୍କ ନାଁକୁ ଉଲ୍ଲେଖ କରିଛି । ସେହିପରି ବରିହାଙ୍କ ପତ୍ନୀ ତଥା ବର୍ଷାଙ୍କ ମା’ ତିଳୋତ୍ତମା ‘ଶବର’ ସମାଜର ହୋଇଥିବାରୁ ତାଙ୍କୁ ଅଧିକ ବିରୋଧ ହେବାର ଆଶଙ୍କା ମଧ୍ୟ ରହିଥିଲା । । ତା’ଛଡ଼ା ଭଟଲି ବିଧାୟକ ସୁଶାନ୍ତ ସିଂ ପ୍ରଥମରୁ ବରିହା ପରିବାରର ସଦସ୍ୟଙ୍କୁ ପ୍ରାର୍ଥୀ କରିବା ନିମନ୍ତେ କ୍ରମାଗତ ଚାପ ପକାଇ ଆସୁଥିବାରୁ ତାଙ୍କୁ ଅସନ୍ତୁଷ୍ଟ କରିବାକୁ ବିଜେଡି ନେତୃତ୍ୱ ସାହାସ କରିପାରିନାହାନ୍ତି । ଯେଉଁଥିପାଇଁ ଶେଷରେ ବିଜେପି ସହ ଜଡ଼ିତ ଥିବା ପରିବାର ତଥା ‘ଉପକୂଳ ଓଡ଼ିଶାର ବୋହୂ’ ବର୍ଷାଙ୍କୁ ପଶ୍ଚିମଓଡ଼ିଶାରେ ବିଜେଡି ନିଜର ପ୍ରାର୍ଥୀ କରିଛି।

ବିଜେଡି ଟିକେଟ ପ୍ରଦାନ ନେଇ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶନାମା।

ତେବେ ପଦ୍ମପୁରରେ ଚାଷୀ ସମସ୍ୟା, ଜିଲ୍ଲା ମାନ୍ୟତା ଦାବି, ମହିଳା ଏସଏଚଜିଙ୍କ ମଧ୍ୟରେ ବିଜେଡି ପ୍ରତି ବଢ଼ୁଥିବା ଆକ୍ରୋଶ ତଥା ପୂର୍ବରୁ ଜାତିଆଣ ବିରୋଧର ଶିକାର ହୋଇଥିବା ବର୍ଷା ଚଳିତ ଉପନିର୍ବାଚନ ମଇଦାନରେ ବିଜେପିର ଅଭିଜ୍ଞ ତଥା ବରିଷ୍ଠ ନେତା ପ୍ରଦୀପ ପୁରୋହିତ ଓ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ  ମୁକାବିଲା କରିବେ । ଯଦିଓ ବିଜେଡି ପଦ୍ମପୁର ନିର୍ବାଚନମଣ୍ଡଳୀର ୫୮ଟି ପଂଚାୟତ ଓ ୧୧ଟି ୱାର୍ଡରେ ନିଜର ପୁରୁଖା ନେତାମାନଙ୍କୁ ଭୋଟ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରି କାମ ଆରମ୍ଭ କରିସାରିଛି, ତଥାପି ବର୍ଷାଙ୍କ ପ୍ରାର୍ଥୀତ୍ୱ ବିଜେଡିକୁ ଆଉ ଏକ ଧାମନଗର ପରିସ୍ଥିତି ଆଡ଼କୁ ନେଇଯାଉଥିବା ସାଧାରଣରେ ଚର୍ଚ୍ଚା।

BjD PadampurBypoll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe