Advertisment

ପଦ୍ମପୁର ଜିଲ୍ଲା ‌​‌ଗଠନ ପ୍ରକ୍ରିୟା ଆରମ୍ଭ

ବରଗଡ଼ର ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦିଆଯିବା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ପ୍ରସ୍ତାବିତ ପଦ୍ମପୁର ଜିଲ୍ଲାର ମୁଖ୍ୟାଳୟ କେଉଁଠି ରହିବ ସେ ନେଇ ସ୍ଥାନ ନିରୀକ୍ଷଣ ଆରମ୍ଭ ହୋଇଛି।

author-image
Manoj Swain

ବରଗଡ଼ର ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦିଆଯିବା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ପ୍ରସ୍ତାବିତ ପଦ୍ମପୁର ଜିଲ୍ଲାର ମୁଖ୍ୟାଳୟ କେଉଁଠି ରହିବ ସେ ନେଇ ସ୍ଥାନ ନିରୀକ୍ଷଣ କାମ ଆରମ୍ଭ ହୋଇଛି। ଉତ୍ତରାଂଚଳ ଆରଡିସି ସୁରେଶ ଚନ୍ଦ୍ର ଦଳେଇଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀମାନେ ପଦ୍ମପୁର ଉପଖଣ୍ଡର ବିଭିନ୍ନ ଅଂଚଳକୁ ଯାଇ ଜିଲ୍ଲା ମୁଖ୍ୟାଳୟ ସ୍ଥାପନ ନେଇ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବରଗଡ଼ର ଅତିରିକ୍ତ ଜିଲ୍ଲାପାଳ, ଉପଜିଳ୍ଲାପାଳ, ତହସିଲଦାର, ରାଜସ୍ୱ ନିରୀକ୍ଷକ ଆଦିଙ୍କ ସହ ଆରଡିସି ଶ୍ରୀ ଦଳେଇ ସ୍ଥାନ ନିରୀକ୍ଷଣ କରିଛନ୍ତି। ତେବେ 3ଟି ରାଜ୍ୟରେ ବିଜେପି ବିଜୟୀ ହେବା ପରେ ଏବେ ବିଜେଡିକୁ ଘାରିଛି ନୂଆ ଜିଲ୍ଲା କଥା ବୋଲି କହିଛନ୍ତି ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରଦୀପ ପୁରୋହିତ ।

Advertisment
Odisha Padmapur District Bargarh