Advertisment

ପାକିସ୍ତାନ ନିର୍ବାଚନ: ଲାହୋରରୁ ଜିତିଲେ ନବାଜ ଶରିଫ, ଆଗେଇ ଚାଲିଛି ଇମ୍ରାନ ଖାନଙ୍କ PTI

ଜେଲରେ ଥିବା ଇମ୍ରାନ ଖାନଙ୍କ ଦଳ ପିଟିଆଇକୁ ଅବୈଧ ଘୋଷଣା କରାଯିବା ପରେ ସମସ୍ତ ପ୍ରାର୍ଥୀ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି। ତଥାପି ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ଆଗେଇ ଚାଲିଥିବା ପାକିସ୍ତାନର ଟିଭି ଚ୍ୟାନେଲରେ ରିପୋର୍ଟ ପ୍ରକାଶ ପାଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Imran Khan & Nawaz Sharif

Imran Khan & Nawaz Sharif

ପାକିସ୍ତାନ ସାଧାରଣ ନିର୍ବାଚନର ଚାଲିଛି ଭୋଟ ଗଣତି। ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ଆଗୁଆ ରହିଛି। ଜେଲରେ ଥିବା ଇମ୍ରାନ ଖାନଙ୍କ ଦଳ ପିଟିଆଇକୁ ଅବୈଧ ଘୋଷଣା କରାଯିବା ପରେ ସମସ୍ତ ପ୍ରାର୍ଥୀ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି। ତଥାପି ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାୀମାନେ ଆଗେଇ ଚାଲିଥିବା ପାକିସ୍ତାନର ଟିଭି ଚ୍ୟାନେଲରେ ରିପୋର୍ଟ ପ୍ରକାଶ ପାଇଛି।

Advertisment

ଏହି ରିପୋର୍ଟ ସହ ନିର୍ବାଚନ ପୂର୍ବରୁ ଯେଉଁ କଳ୍ପନା କରାଯାଉଥିଲା ସେଥିରେ ଓଲଟା ପ୍ରତିଫଳନ ଦେଖିବାକୁ ମିଳୁଛି। କାରଣ ପିଟିଆଇ ମୁଖ୍ୟ ଇମ୍ରାନ ଖାନ ଜେଲ୍ ଯିବା ଏବଂ ତାଙ୍କ ଦଳକୁ ଅବୈଧ ଘୋଷଣା କରାଯିବା ପରେ ନୱାଜ ସରିଫଙ୍କ ଦଳ ସର୍ବାଧିକ ସଂଖ୍ୟକ ଆସନ ଜିତିବ ବୋଲି ପୂର୍ବାନୁମାନ କରାଯାଉଥିଲା, କିନ୍ତୁ ବର୍ତ୍ତମାନର ଫଳାଫଳ ସମ୍ପୂର୍ଣ୍ଣ ପଲଟି ଯାଇଛି।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ଆୟୋଗ ଘୋଷଣା କରିଥିବା ପ୍ରଥମ ୧୩ଟି ଆସନର ଫଳାଫଳ ଅନୁଯାୟୀ 'ପିଟିଆଇ ସମର୍ଥିତ' ସ୍ୱୀଧୀନ ଦଳକୁ ପାଞ୍ଚଟି ଆସନ ମିଳିଥିବାବେଳେ ନବାଜ ଶରିଫଙ୍କ ଦଳ ପାକିସ୍ତାନ ମୁସଲିମ୍ ଲିଗ(ପିଏମଏଲ)କୁ ଚାରିଟି ଏବଂ ପିପିପିକୁ ଚାରିଟି ଆସନ ମିଳିଛି। ସେପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଏଥର ପ୍ରଧାନମନ୍ତ୍ରୀ ଦାବିଦାର କୁହାଯାଉଥିବା ନୱାଜ ଶରିଫ ଲାହୋର ଆସନରୁ ଜିତିଛନ୍ତି। ସେ ୫୫ ହଜାର ଭୋଟ ସହ ଲାହୋରରୁ ବିଜୟୀ ହୋଇଥିବା ପାକିସ୍ତାନ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। 

Advertisment

ପାକିସ୍ତାନ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଥିବା ରୁପୋର୍ଟ ଅନୁସାରେ, ନୱାଜ ଶରିଫ ଲାହୋର ଆସନ ଜିତିଥିଲେ ମଧ୍ୟ ତାଙ୍କ ଦଳ ପାକିସ୍ତାନ ମୁସଲିମ୍ ଲିଗ୍ ଇମ୍ରାନ ଖାନଙ୍କ ସ୍ୱାଧୀନ ଦଳଠୁ ପଛରେ ରହିଛି। ତେବେ ନିର୍ବାଚନର ଅନ୍ତିମ ଫଳାଫଳ କାହା ସପକ୍ଷରେ ଯାଉଛି, ତା' ଉପରେ ନଜର।

PTI PML Nawaz Sharif Wins Pakistan Election Result Pakistan Election