Advertisment

ପାକିସ୍ତାନ ଚୁଡ଼ି ପିନ୍ଧି ନାହିଁ, ପରମାଣୁ ବୋମା ପଡ଼ିପାରେ: କାହିଁକି ଏମିତି କହିଲେ ଫାରୁକ୍‌ ଅବଦୁଲ୍ଲା?

ରାଜନାଥ ସିଂହ ଦେଇଥିବା ବୟାନ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ନ୍ୟାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା।

author-image
Hemant Lenka
 Farooq Abdullah

Farooq Abdullah

ପାକିସ୍ତାନ ଅଧିକୃତ କଶ୍ମୀର ଭାରତରେ ମିଶିଯିବ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦେଇଥିବା ବୟାନ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ନ୍ୟାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା। ସେ କହିଛନ୍ତି, ପାକିସ୍ତାନ ଚୁଡ଼ି ପିନ୍ଧି ବସି ନାହିଁ। ଏଥିସହ ପାକିସ୍ତାନ ପାଖରେ ପରମାଣୁ ବୋମା ରହିଛି। ଏହା ମଧ୍ୟ ଆମ ଉପରେ ପଡ଼ିପାରେ ବୋଲି ଫାରୁକ କହିଛନ୍ତି।

Advertisment

ସେ କହିଛନ୍ତି, “ଯଦି ପ୍ରତିରକ୍ଷା ମନ୍ତ୍ରୀ ଏପରି ବୟାନ(ପିଓକେ ସମ୍ପର୍କିତ) ଦେଉଛନ୍ତି, ତା’ହେଲେ ଆଗକୁ ବଢ଼ିବା ଦରକାର। ଆମେ କିଏ ଏହାକୁ ରୋକିବୁ? କିନ୍ତୁ ମନେ ରଖନ୍ତୁ, ସେମାନେ(ପାକିସ୍ତାନ) ମଧ୍ୟ ଚୁଡ଼ି ପିନ୍ଧି ନାହିଁ। ପାକିସ୍ତାନ ପାଖରେ ପରମାଣୁ ବୋମା ରହିଛି। ଦୁର୍ଭାଗ୍ୟବଶତଃ ସେହି ପରମାଣୁ ବୋମା ଆମ ଉପରେ ମଧ୍ୟ ପଡ଼ପାରେ।”

ଏପ୍ରିଲ ମାସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ “ଭାରତରେ ହେଉଥିବା ବିକାଶକୁ ଦେଖି ପିଓକେରେ ଥିବା ଲୋକମାନେ ନିଜ ଆଡ଼ୁ ଭାରତରେ ମିଶିବାକୁ ଦାବି କରିବେ।

Advertisment

ବ୍ୟସ୍ତ ହୁଅନ୍ତୁ ନାହିଁ। ପିଓକେ ଆମର ଥିଲା, ଆମର ଅଛି ଓ ସବୁବେଳେ ଆମର ରହିବ। ଭାରତର ଶକ୍ତି ବଢ଼ିବାରେ ଲାଗିଛି। ପୂରା ବିଶ୍ୱରେ ଭାରତର ସମ୍ମାନ ବୃଦ୍ଧି ପାଇଛି। ଆମର ଅର୍ଥନୀତି ଦ୍ରୁତଗତିରେ ବଢ଼ୁଛି। ଏବେ ପିଓକେରେ ଥିବା ଆମ ଭାଇ-ଭଉଣୀମାନେ ନିଜ ଆଡ଼ୁ ଭାରତରେ ମିଶିବାକୁ ଦାବି କରିବେ।”

Pakistan Rajnath Singh Farooq Abdullah POK