Pakistan
ପାକିସ୍ତାନ ନିର୍ବାଚନ କମିଶନ (ଇସିପି) ଆଜି ବଡ଼ ଘୋଷଣା କରିଛନ୍ତି। ଆସନ୍ତାବର୍ଷ ଜାନୁଆରୀ ଶେଷ ସପ୍ତାହରେ ଦେଶର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ଦ୍ଦିଷ୍ଟ ଭାବେ ତାରିଖ ଇସିପି ପକ୍ଷରୁ ଘୋଷଣା କରାଯାଇ ନାହିଁ।
ଇସିପି ପକ୍ଷରୁ କୁହାଯାଇଛି ଯେ ଦେଶର ଜନଗଣନା ସହ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଜାରି ରହିଛି। ଏହାର ପ୍ରାଥମିକ ରିପୋର୍ଟ ସେପ୍ଟେମ୍ବର ୨୭ରେ ଜାରି କରାଯିବ। ଆଜି ହିଁ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ ସମୀକ୍ଷା କରାଯାଇଛି।
ପ୍ରାଥମିକ ରିପୋର୍ଟ ପରେ ସୀମା ପୁନଃ ନିର୍ଦ୍ଧାରଣକୁ ନେଇ ଜାରି ରହିଥିବା ପ୍ରସ୍ତାବ ଓ ଅଭିଯୋଗର ବିଚାର କରାଯିବ। ଏହାପରେ ନଭେମ୍ବର ୩୦ରେ ଚୂଡ଼ାନ୍ତ ନିର୍ବାଚନ ମଣ୍ଡଳୀ ଗୁଡ଼ିକର ତାଲିକା ପ୍ରକାଶ କରାଯିବ। ପ୍ରଚାର ପାଇଁ ୫୪ ଦିନ ସମୟ ଦିଆଯିବ। ଏହାପରେ ଜାନୁଆରୀ ଶେଷ ସପ୍ତାହରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଇସିପି ଜାରି କରିଥିବା ବିବୃତିରେ କୁହାଯାଇଛି।
ଅଗଷ୍ଟ ୯ରେ ପାକିସ୍ତାନ ସଂସଦକୁ ଭାଙ୍ଗି ଦିଆଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ନୂଆ ଜନଗଣନା ପରେ ନିର୍ବାଚନ ହେବ ବୋଲି କହିଥିଲେ। ନିୟମ ଅନୁସାରେ ସଂସଦ ଭାଙ୍ଗିବାର ୯୦ ଦିନ ମଧ୍ୟରେ ନିର୍ବାଚନ ହେବା କଥା। କିନ୍ତୁ ଜନଗଣନା ଓ ସୀମା ପୁନଃ ନିର୍ଦ୍ଧାରଣ ଆଧାରରେ ଏହାକୁ ବିଲମ୍ବ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Pakistan_1695301051.jpg)