Advertisment

ରାତି ଅଧରେ ହାଇଡ୍ରାମା; ଭାଙ୍ଗିଲା ପାକିସ୍ତାନ ସଂସଦ

ଏବେ ଜେଲ୍‌ରେ ବନ୍ଦୀ ଥିବା ୭୦ ବର୍ଷ ବୟସ୍କ ଇମ୍ରାନ ଖାନ ପୁଣି ଥରେ ନିର୍ବାଚନ ଲଢ଼ି ପାରିବେ ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର।

Pakistan PM & former PM

Pakistan PM & former PM

Advertisment

ରାତି ଅଧରେ ପାକିସ୍ତାନରେ ଦେଖିବାକୁ ମିଳିଛି ହାଇଡ୍ରାମା। ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଜେଲ୍‌ ଚାରିକାନ୍ଥରେ ଥିବା ବେଳେ ଗତକାଲି ପାକିସ୍ତାନ ସଂସଦକୁ ଭାଙ୍ଗି ଦିଆଯାଇଛି। ସଂସଦ ଭଙ୍ଗ ହେବାର ୩ ମାସ ମଧ୍ୟରେ ପୁଣି ଥରେ ନିର୍ବାଚନ ହେବ । ତେବେ ଏବେ ଜେଲ୍‌ରେ ବନ୍ଦୀ ଥିବା ୭୦ ବର୍ଷ ବୟସ୍କ ଇମ୍ରାନ ଖାନ ପୁଣି ଥରେ ନିର୍ବାଚନ ଲଢ଼ି ପାରିବେ ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର।

Advertisment

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ପରାମର୍ଶ ଅନୁଯାୟୀ ରାଷ୍ଟ୍ରପତି ଆରିଫ ଅଲ୍ଲୀ ବୁଧବାର ବିଳମ୍ବିତ ରାତିରେ ସଂସଦକୁ ଭଙ୍ଗ କରିଛନ୍ତି। ସଂସଦର ନିମ୍ନ ସଦନ ନ୍ୟାସନାଲ ଆସେମ୍ବଲି ୫ ବର୍ଷ କାର୍ଯ୍ୟକାଳ ପୂରଣ କରିବାର ୩ ଦିନ ପୂର୍ବରୁ ଭଙ୍ଗା ଯାଇଛି। ଏଥିସହ ଶାହବାଜ ଶରିଫଙ୍କ ଶାସନ କାଳ ମଧ୍ୟ ଶେଷ ହୋଇଛି। ସେ ଗତକାଲି ଶେଷଥର ସଂସଦରେ ନିଜ ଭାଷଣ ରଖିଥିଲେ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ସଂସଦ ଭଙ୍ଗ କରିବାକୁ ଅନୁରୋଧ କରିଥିଲେ। ପାକିସ୍ତାନ ସମ୍ବିଧାନ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ସୁପାରିସ୍‌ର ୪୮ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତି ସଂସଦ ଭଙ୍ଗ ନ କଲେ ତାହା ଆପେ ଆପେ ଭାଙ୍ଗି ଯାଇଥାଏ । ଆସନ୍ତା ୩ ଦିନ ମଧ୍ୟରେ ଦେଶର କେୟାରଟେକର ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇ ନ ପାରିଲେ ଗୃହର ସ୍ପିକରଙ୍କ ଦ୍ୱାରା ଗଠିତ ସମିତି ନିକଟକୁ ଏହି ମାମଲା ପଠାଯିବ । ଉକ୍ତ ସମିତି ୩ ଦିନ ମଧ୍ୟରେ ଦେଶର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀଙ୍କ ନାଁରେ ମୋହର ଲଗାଇବ ।

Advertisment

ହେଲେ ବାଚସ୍ପତିଙ୍କ ଦ୍ୱାରା ଗଠିତ ସମିତି ବି ଏନେଇ କୌଣସି ନିଷ୍ପତ୍ତି ନେଇ ନ ପାରିଲେ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଥିବା ପ୍ରାର୍ଥୀଙ୍କ ନାଁ ନିର୍ବାଚନ କମିଶନରଙ୍କ ନିକଟକୁ ପଠାଯିବ । ନିର୍ବାଚନ କମିଶନର ୨ ଦିନରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ରାଷ୍ଟ୍ରପତି ଅଲ୍ଲୀ ନିଜ କାର୍ଯ୍ୟକାଳ ଭିତରେ ଦ୍ୱିତୀୟ୍ ଥର ପାଇଁ ସଂସଦ ଭଙ୍ଗ କରିଛନ୍ତି। ଏହାପୂର୍ବରୁ ଗତବର୍ଷ ସେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁପାରସି କ୍ରମେ ପାକିସ୍ତାନ ସଂସଦକୁ ଭଙ୍ଗ କରିଥିଲେ। କିନ୍ତୁ ପରେ ସୁପ୍ରିମକୋର୍ଟ ତାହା ଉପରେ ରୋକ ଲଗାଇଥିଲେ।

ତୋଷଖାନା ମାମଲାରେ ଇସାଲାମାବାଦ ଟ୍ରାଏଲ କୋର୍ଟ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷର ଜେଲଦଣ୍ଡାଦେଶ ଶୁଣାଣି କରିଛନ୍ତି। ଏହାପରେ ଶନିବାରଠାରୁ ପୁଲିସ୍‌ ତାଙ୍କୁ ଗିରଫ କରିବା ସହ ଜେଲକୁ ପଠାଇ ଦେଇଛି । ତଳ କୋର୍ଟର ଏହି ରାୟ ବିରୋଧରେ ଇମ୍ରାନ ଖାନ ଇସଲାମାବାଦ ହାଇକୋର୍ଟରେ ଆବେଦନ କରିଛନ୍ତି।

ଇମ୍ରାନ ଖାନ ଏବେ ଜେଲ୍‌ରେ ଥିବା ବେଳେ ରାଜନୈତିକ କ୍ୟାରିଅର ନେଇ ଅନିଶ୍ଚିତତା ଦେଖାଦେଇଛି। କାରଣ ନିର୍ବାଚନ କମିଶନର ଆସନ୍ତା ୫ ବର୍ଷ ଇମ୍ରାନଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ୍‌ ଲଗାଇ ଦେଇଛନ୍ତି।

ଇମ୍ରାନ ଖାନ ତଳ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେଇଛନ୍ତି। ଏପରିକି ଟ୍ରାଏଲ କୋର୍ଟ ଦ୍ୱାରା ତାଙ୍କୁ ଦିଆଯାଇଥିବା ଦଣ୍ଡାଦେଶ ଏକ ପାଖିଆ ରାୟ ବୋଲି ସେ ଅଭିଯୋଗ କରିଛନ୍ତି। ଏହା ନ୍ୟାୟିକ ପ୍ରକ୍ରିୟା ଉପରେ ଶକ୍ତ ଚାପୁଡ଼ା ମାରିବା ସଦୃଶ ହୋଇଥିବା ବେଳେ ତାହାର ମଜାକ ଉଡ଼ା ଯାଇଥିବା ସେ ଅଭିଯୋଗ କରିଛନ୍ତି।

Pakistan Imran Khan Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe