Advertisment

ପାକ୍‌କୁ ମୋଦିଙ୍କ ଚେତାବାନୀ: ଖୁସିରେ ରୁହ, ରୁଟି ଖାଅ ନଚେତ ମୋର ଗୁଳି ଅଛି

ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ବିରୋଧରେ ଭାରତ କରିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପୁଣି ମୋଦି ସମସ୍ତଙ୍କୁ ଜଣାଇଛନ୍ତି।

PM Modi

PM Modi

Advertisment

ପୁଣିଥରେ ପାକିସ୍ତାନ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ପାକିସ୍ତାନକୁ ଚେତାବନୀ ଦେବା ସହ ଭାରତ ସହ ନ ଲାଗିବା ପାଇଁ ପରାମର୍ଶ ଦେଇଛନ୍ତି। ଗୁଜରାଟର ଭୁଜରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଭାରତ ପର୍ଯ୍ୟଟନରେ ବିଶ୍ୱାସ କରେ। ପର୍ଯ୍ୟଟକ ଲୋକଙ୍କୁ ଏକାଠି କରିଥାଏ। କିନ୍ତୁ ପାକିସ୍ତାନ ଭଳି ଦେଶ ଭାବୁଛନ୍ତି ଯେ ଆତଙ୍କବାଦ ହେଉଛି ପର୍ଯ୍ୟଟନ। ଏହା ପୂରା ବିଶ୍ୱ ପାଇଁ ଗୋଟିଏ ବଡ଼ ବିପଦ।”

Advertisment

ପାକିସ୍ତାନକୁ କଡ଼ା ଚେତାବାନୀ ଦେଇ ମୋଦି କହିଛନ୍ତି ଯେ ନିଜେ ଭଲରେ ରୁହ ଓ ଅନ୍ୟକୁ ଶାନ୍ତିରେ ରହିବାକୁ ଦିଅ। ନଚେତ ଭାରତର ଗୁଳିର ସାମ୍ନା କର। ସେ କହିଛନ୍ତି, “ସୁଖ ଶାନ୍ତିର ଜୀବନ ବଞ୍ଚ। ରୁଟି ଖାଅ। ନଚେତ ମୋର ଗୁଳି ସବୁବେଳେ ପ୍ରସ୍ତୁତ ହୋଇ ରହିଛି।”

ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ବିରୋଧରେ ଭାରତ କରିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପୁଣି ମୋଦି ସମସ୍ତଙ୍କୁ ଜଣାଇଛନ୍ତି। ସେ କହିଛନ୍ତି, “ଅପରେସନ ସିନ୍ଦୂର ଭାରତ ନୀତିକୁ ସ୍ପଷ୍ଟ କରିଛି। ଆମକୁ ଯିଏ ରକ୍ତାକ୍ତ କରିବ, ସିଏ ସମାନ ଜବାବ ପାଇବ। ସେମାନଙ୍କୁ କୌଣସି ବି ପରିସ୍ଥିତିରେ ଛଡ଼ା ଯିବ ନାହିଁ। ମାନବିକତାର ସୁରକ୍ଷା ଓ ଆତଙ୍କବାଦର ମୂଳପୋଛ ପାଇଁ ଅପରେସନ ସିନ୍ଦୂର ଗୋଟିଏ ମିଶନ।”

Advertisment

ଏପ୍ରିଲ ୨୨ ପହଲଗାମ ନରସଂହାର ପରେ ଭାରତୀୟ ସେନା ମେ’ ୭ ତାରିଖରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ବଡ଼ ଆଟାକ କରିଥିଲା। ଭାରତୀୟ ବାୟୁସେନା ଏଠାରେ ଥିବା ଲସ୍କର ଓ ଜୈଶର ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଦେଇଥିଲା। ମୋଦି ତାଙ୍କ ଭାଷଣରେ ଅଭିଯୋଗ କରିଛନ୍ତି ଯେ ପହଲଗାମ ନରସଂହାର ବିରୋଧରେ ପାକିସ୍ତାନ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।

ସେ କହିଛନ୍ତି, “ଆତଙ୍କବାଦ ବିରୋଧରେ ପାକିସ୍ତାନ କ’ଣ ପଦକ୍ଷେପ ନେଉଛି, ତା’କୁ ଆମେ ୧୫ ଦିନ ଯାଏ ଅପେକ୍ଷା କରିଥିଲୁ। କିନ୍ତୁ ଆତଙ୍କବାଦ ସେମାନଙ୍କ ବ୍ରେଡ ଓ ବଟରରେ ରହିଛି। ଯେତେବେଳେ ସେମାନେ କିଛି କଲେ ନାହିଁ, ମୁଁ ଆମ ସଶସ୍ତ୍ର ବାହିନୀକୁ ଖୋଲା ଛାଡ଼ି ଦେଲି।” ପାକିସ୍ତାନର ଏକାଧିକ ଏୟାର ବେସ୍‌ ଏବେ ବି ଭାରତର କାର୍ଯ୍ୟାନୁଷ୍ଠାନ ପରେ ଆଇସିୟୁରେ ଥିବା କଥା ମୋଦି ଦୋହରାଇ କହିଛନ୍ତି ଯେ “ଆମ ସଶସ୍ତ୍ର ବଳର ପରାକ୍ରମ ଓ ବୀରତ୍ୱ ପାକିସ୍ତାନକୁ ଧଳା ପତାକା ଉଡ଼ାଇବାକୁ ବାଧ୍ୟ କରିଥିଲା। ଆମେ ସେମାନଙ୍କୁ କହି ସାରିଥିଲୁ ଯେ ଆମର ଟାର୍ଗେଟରେ ତୁମର ଆତଙ୍କବାଦୀ ଭିତ୍ତିଭୂମି ରହିଛି। ତୁମକୁ କେବଳ ନୀରବ ରହିବାର ଅଛି। ଏବେ ତୁମ ଭୁଲ କଲ। ଏହାର ପରିଣାମ ତୁମକୁ ଭୋଗିବାକୁ ପଡ଼ିବ।”

ପାକିସ୍ତାନର ସାଧାରଣ ଲୋକଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇ କହିଛନ୍ତି ଯେ “ମୁଁ ପାକିସ୍ତାନର ସାଧାରଣ ଲୋକଙ୍କ ପଚାରିବାକୁ ଚାହୁଁଛି ଯେ ତୁମେମାନେ ଆତଙ୍କବାଦରୁ କ’ଣ ପାଇଛ? ଭାରତ ବର୍ତ୍ତମାନ ବିଶ୍ୱର ୪ର୍ଥ ସର୍ବବୃହତ୍ତ ଅର୍ଥନୀତି। ତୁମେମାନେ କେଉଁଠି? ପାକିସ୍ତାନକୁ ଆତଙ୍କବାଦର ରୋଗରୁ ମୁକ୍ତ କରିବାକୁ ହେଲେ ପାକିସ୍ତାନର ସାଧାରଣ ଲୋକଙ୍କୁ ଆଗକୁ ଆସିବାକୁ ପଡ଼ିବ। ସେମାନଙ୍କ ଯୁବଗୋଷ୍ଠୀ ଆଗକୁ ଆସିବା ଦରକାର। ଗୋଟିଏ ଶାନ୍ତିର ଜୀବନ ବଞ୍ଚନ୍ତୁ। ନିଜର ରୁଟି ଖାଆନ୍ତୁ। ନଚେତ ମୋ ଗୁଳି ପ୍ରସ୍ତୁତ ହୋଇ ରହିଛି।”

Pakistan PM Modi Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe